Budget 2024 : ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର : ମିଳିବ ୨୫ ହଜାର ଛାଡ଼
Advertisement
Article Detail0/zeeodisha/odisha2349403

Budget 2024 : ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର : ମିଳିବ ୨୫ ହଜାର ଛାଡ଼

budget for pension: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଜାଣନ୍ତୁ କଣ...

budget for pension

budget for pension: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆୟକର ଭରିବା ବେଳେ ପେନ୍‌ସନ୍‌ଭୋଗୀଙ୍କୁ ମିଳୁଥିବା ୧୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବଢ଼ାଇ ଦେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରୁ ସେମାନଙ୍କୁ ୨୫ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ । ଏଥିରେ କୋଟି କୋଟି ପେନସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।
 
ଅନ୍ୟପଟେ ବଜେଟ ସମୟରେ ଅର୍ଥମନ୍ତ୍ରୀ ଆୟକର ସ୍ଲାବ୍‌ରେଟ୍‌ରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଥିବା ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଛାଡ଼ ଅପରିବର୍ତ୍ତିତ ରହିଛି । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ । 

୧-୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ହେଉଛି ଛାଡ଼

୨-୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୫%

୩-୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୦%

୪-୧୦ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୫%

୫-୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୨୦%

୬-୧୫ ଲକ୍ଷରୁ ଅଧିକ ଆୟ ଉପରେ ଟ୍ୟାକ୍ସ ହାର ୩୦% ରହିଛି ।
ଏହା ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷରୁ ଲାଗୁ ହେବ ।