ଦେଶର ପ୍ରଥମ ହାଇଟେକ୍ ଗ୍ରାମ 'ପୁନସରୀ', ସୁବିଧା ଜାଣିଲେ ଆଚମ୍ବିତ ହେବେ ସହରବାସୀ
Advertisement
Article Detail0/zeeodisha/odisha959681

ଦେଶର ପ୍ରଥମ ହାଇଟେକ୍ ଗ୍ରାମ 'ପୁନସରୀ', ସୁବିଧା ଜାଣିଲେ ଆଚମ୍ବିତ ହେବେ ସହରବାସୀ

 ଗ୍ରାମରେ ସହରାଞ୍ଚଳ ଠରୁ ଅଧିକ ଉତ୍କୃଷ୍ଟ ସେବା ମିଳୁଛି। ପୁନସରୀକୁ ଦେଶର ପ୍ରଥମ ହାଇଟେକ୍ ଗ୍ରାମର ମାନ୍ୟତା ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ଆଦର୍ଶ ଗ୍ରାମରେ କଣ ସବୁ ସୁବିଧା ଉପଲବ୍ଧ ହେଉଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ୨୦୧୧ ମସିହାରେ ଗୁଜୁରାଟର ପୁନସରୀ ଗ୍ରାମକୁ ଜାତୀୟ ତଥା ରାଜ୍ୟ ସ୍ତରରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତର ପୁରସ୍କାର ମିଳିଥିଲା। ଏହି ଗ୍ରାମରେ ସହରାଞ୍ଚଳ ଠରୁ ଅଧିକ ଉତ୍କୃଷ୍ଟ ସେବା ମିଳୁଛି। ପୁନସରୀକୁ ଦେଶର ପ୍ରଥମ ହାଇଟେକ୍ ଗ୍ରାମର ମାନ୍ୟତା ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ଆଦର୍ଶ ଗ୍ରାମରେ କଣ ସବୁ ସୁବିଧା ଉପଲବ୍ଧ ହେଉଛି।

ପୁନସରୀ ଗ୍ରାମରେ ଉପଲବ୍ଧ ହେଉଥିବା ସେବା: 

୧. ୨୪ ଘଣ୍ଟିଆ ୱାଇଫାଇ
୨. ସୌର ଶକ୍ତି ଚାଳିତ ବିଜୁଳି
୩. ମାତ୍ର ୪ ଟଙ୍କାରେ ୨୦ ଲିଟର ବିଶୁଦ୍ଧ ପାନୀୟ ଜଳ
୪. ୫ଟି ପ୍ରାଥମିକ ବିଦ୍ୟାଳୟରେ CCTV
୫. ସ୍ୱତନ୍ତ୍ର ସ୍କୁଲ ବସ୍
୬. ପ୍ରତ୍ୟେକ ଘରେ ଶୌଚାଳୟ
୭. ରାସ୍ତାରେ ବିଜୁଳିବତୀ
୮. ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
୯. ଆବର୍ଜନା ନିଷ୍କାସନ
୧୦. ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ଲକ୍ଷେ ଟଙ୍କାର ଦୁର୍ଘଟଣା ବୀମା, ୨୫ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା

ତେବେ ଏତେ ସବୁ ସବୁଧା ପାଇବା ପାଇଁ ପୁନସରୀ ଗ୍ରାମବାସୀଙ୍କୁ ୮ ବର୍ଷ ଲାଗିଥିଲା। ଏହି ସବୁ ହାଇଟେକ ବ୍ୟବସ୍ଥା ପାଇଁ ପ୍ରାୟ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଉ ଗ୍ରାମର ଏଭଳି ବିକାଶ ପଛରେ ଯୁବ ସରପଞ୍ଚ ହିମାଂସୁ ପଟେଲଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇଂଜିନିୟର ପାଠୁଆ ହିମାଂସୁ ତାଙ୍କ ଗ୍ରାମକୁ ନେଇ ବେଶ ଗର୍ବିତ।