HBD: ଡ୍ୟାନ୍ସିଂ ଆସିଷ୍ଟାଣ୍ଟରୁ 'ଡିସ୍କୋ ଡ୍ୟାନ୍ସର୍' ପର୍ଯ୍ୟନ୍ତ, ଏପରି ଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ବଲିଉଡ଼ ଯାତ୍ରା
Advertisement

HBD: ଡ୍ୟାନ୍ସିଂ ଆସିଷ୍ଟାଣ୍ଟରୁ 'ଡିସ୍କୋ ଡ୍ୟାନ୍ସର୍' ପର୍ଯ୍ୟନ୍ତ, ଏପରି ଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ବଲିଉଡ଼ ଯାତ୍ରା

ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ମିଥୁନ ୧୬ ଜୁନ୍ ୧୯୫୦ ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ । 'ଡିସ୍କୋ ଡେନସର'ର ଅଦ୍ଭୁତପୂର୍ବ ସଫଳତା ସହିତ ମିଥୁନ ଚକ୍ରବର୍ତ୍ତୀ ବଲିଉଡର ଏକ ହଟ୍ ଟପିକ୍ ବନିଯାଇଥିଲେ ।

 

(ଫାଇଲ ଫଟୋ)

ମୁମ୍ବାଇ: ହିନ୍ଦୀ ସିନେମାରେ ଡିସ୍କୋ ଡ୍ୟାନ୍ସର୍ ଭାବରେ ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ମିଥୁନ ୧୬ ଜୁନ୍ ୧୯୫୦ ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ । 'ଡିସ୍କୋ ଡ୍ୟାନ୍ସର୍'ର ଅଦ୍ଭୁତପୂର୍ବ ସଫଳତା ସହିତ ମିଥୁନ ଚକ୍ରବର୍ତ୍ତୀ (Mithun Chakraborty Birthday) ବଲିଉଡର (Bollywood) ଏକ ହଟ୍ ଟପିକ୍ ବନିଯାଇଥିଲେ । ମିଥୁନ ଚକ୍ରବର୍ତ୍ତୀଙ୍କ ଆକର୍ଷଣ ଏପର୍ଯ୍ୟନ୍ତ କମିନାହିଁ । ଜଣେ ବାହାର ଲୋକ ହୋଇ ମଧ୍ୟ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରିରେ ଭଲ ପ୍ରଦର୍ଶନ କରିଥିଲେ ।

ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଫିଲ୍ମ ଜଗତରେ ପ୍ରବେଶ କରିବା ପୂର୍ବରୁ ଡ୍ୟାନ୍ସିଂ ଦିବା ହେଲେନଙ୍କ ଆସିଷ୍ଟାଣ୍ଟ (Dancing Assistant) ହୋଇଥିଲେ । ମିଥୁନ ଚକ୍ରବର୍ତ୍ତୀ ୧୯୭୬ ମସିହାରେ ଫିଲ୍ମ 'ମୃଗୟା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସେ ନିଜ ପ୍ରଥମରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ମିଥୁନ ଆକ୍ଟିଙ୍ଗ, ଆକ୍ସନ ଓ ଡ୍ୟାନ୍ସିଂ ତିନୋଟି ଦକ୍ଷତା ହାସଲ କରିଛନ୍ତି । ସେ ବିଭିନ୍ନ ଭାଷାରେ- ବଙ୍ଗାଳୀ, ହିନ୍ଦୀ, ଓଡ଼ିଆ, ଭଜପୁରୀ, ତାମିଲ, ତେଲୁଗୁ, କନ୍ନଡ ଓ ପଞ୍ଜାବୀରେ ୩୫୦ ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିଛନ୍ତି ।

fallback

ଜଣେ ସଫଳ ଅଭିନେତା ହୋଇ ମିଥୁନ ଚକ୍ରବର୍ତ୍ତୀଙ୍କ (Mithun Chakraborty) ନାମ ସହ-ଷ୍ଟାର ରଂଜିତା, ଯୋଗିତା ବାଲି, ସାରିକା ଓ ଅନ୍ୟ ଅଭିନେତ୍ରୀ ମାନଙ୍କ ସହ ଯୋଡି ଥିଲା, କିନ୍ତୁ ଶ୍ରୀଦେବୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ୧୯୮୪ ରେ 'ଜାଗ ଉଠ ଇନସାନ' ଫିଲ୍ମ ରେ ମିଥୁନ-ଶ୍ରୀଦେବୀ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଥିଲେ । ଏହି ଫିଲ୍ମର ସୁଟିଂ ସମୟରୁ ସେମାନଙ୍କ ସମ୍ପର୍କର ଖବର ବାହାରକୁ ଆସିବାକୁ ଲାଗିଥିଲା । ମିଥୁନ ଚକ୍ରବର୍ତ୍ତୀ ନିଜେ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ ସେ ଶ୍ରୀଦେବୀଙ୍କୁ ଗୁପ୍ତରେ ବିବାହ କରିଛନ୍ତି ।

ଅଧିକ ପଢ଼ନ୍ତୁ: Vaccine ନ ଲଗାଇଲେ ବ୍ଲକ୍ ହୋଇଯିବ ସିମ୍ କାର୍ଡ, ଏଠାରେ ନିଆଗଲା ଏହି ନିଷ୍ପତ୍ତି

ଖବର ଅନୁଯାୟୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ଡନ୍ ଦାଉଦ ଇବ୍ରାହିମଙ୍କ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏହା ପରେ ସଞ୍ଜୟ ଦତ୍ତ ତାଙ୍କୁ ସାହାଯ୍ୟ କରିଥିଲେ । ଏସବୁ ବ୍ୟତୀତ ମିଥୁନ ଦା ମଧ୍ୟ ଜଣେ ସଫଳ ବ୍ୟବସାୟୀ । ମିଥୁନଙ୍କର ଏକ ବିଳାସପୂର୍ଣ୍ଣ ହୋଟେଲ ବ୍ୟବସାୟ ଅଛି । ଏହି ହୋଟେଲଗୁଡିକରୁ ମିଥୁନଙ୍କ ଆୟ କୋଟି କୋଟି ଟଙ୍କା । ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ଫିଲ୍ମ ପୁରସ୍କାର ଓ ତିନୋଟି ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି । ସେ ସୁପର ଜଜ୍ ଅର୍ଥାତ୍ ଟିଭିରେ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଗ୍ରାଣ୍ଡମାଷ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।