WhatsApp Scam Alert : ଏଚଡିଏଫସି ସିକ୍ୟୁରିଟିଜ ସତର୍କ କଲା ହ୍ୱାଟ୍ସଆପର ଏହି ସ୍କାମଠାରୁ ଦୂରେଇ ରୁହନ୍ତୁ
Advertisement
Article Detail0/zeeodisha/odisha2302209

WhatsApp Scam Alert : ଏଚଡିଏଫସି ସିକ୍ୟୁରିଟିଜ ସତର୍କ କଲା ହ୍ୱାଟ୍ସଆପର ଏହି ସ୍କାମଠାରୁ ଦୂରେଇ ରୁହନ୍ତୁ

WhatsApp Scam Alert : ସେୟାର ବଜାରରେ ନିବେଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । HDFC ସିକ୍ୟୁରିଟିଜ କଲା ସାବଧାନ, ହ୍ୱାଟ୍ସଆପର ଏହି ସ୍କାମଠାରୁ ଦୂରେଇ ରୁହନ୍ତୁ ଇନଭେଷ୍ଟର୍ସ

WhatsApp Scam Alert

WhatsApp Scam Alert : ସେୟାର ବଜାରରେ ନିବେଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖାସକରି ଖୁଚୁରା ନିବେଶକଙ୍କ ସଂଖ୍ୟା ଲଗାତାର ବଢିବା ଦେଖିବାକୁ ମିଳିଛି । ଏଥିସହ ସେୟାର ବଜାର ସହ ଜଡିତ ଫ୍ରଡ ମଧ୍ୟ ବଢିବାରେ ଲାଗିଛି ।ଏହି ଠକାମୀରେ ଲୋକମାନେ ଶିକାର ହୋଇ କୋଟି କୋଟି ଟଙ୍କା ହରାଉଛନ୍ତି ।ଏହି ମାମଲାରେ ବ୍ରୋକରେଜ ଫର୍ମ ଏଚଡିଏଫସି ସିକ୍ୟୁରିଟିଜ ବଜାରର ନିବେଶକଙ୍କୁ ସତର୍କ କରାଇଛନ୍ତି ।

ଏଚଡିଏଫସି ସିକ୍ୟୁରିଟିଜ ନିଜ ଗ୍ରାହକଙ୍କୁ ଏବଂ ୟୁଜର୍ସ ସମେତ ବଜାରର ନିବେଶକଙ୍କୁ ସତର୍କ କରାଇ, ଠକେଇ ହେଉଥିବା ହ୍ୱାଟ୍ସଆପ ଗ୍ରୁପଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ତାଙ୍କ ନାମରେ ହ୍ୱାଟ୍ସଆପରେ ନକଲି ଗ୍ରୁପ ଚାଲୁଛି । ସେହି ଗ୍ରୁପରେ ନିବେଶକଙ୍କ ସେୟାର ବଜାରରେ ଭଲ ରିଟର୍ଣ୍ଣ ଦେବାର ଦାବି କରାଯାଉଛି । ସେହି ଗ୍ରୁପରେ ନିବେଶକମାନଙ୍କୁ ସେୟାର ବଜାରରେ ଭଲ ରିଟର୍ଣ୍ଣ ଦେବାର ଦାବି କରାଯାଉଛି । ନିବେଶକମାନଙ୍କୁ ଅପିଲ କରାଯାଇଛି ଯେ, ଏପରି ଗ୍ରୁପଠାରୁ ଦୂରେଇ ରୁହନ୍ତୁ।

ଏପରି ଠକେଇଠାରୁ ବଞ୍ଚିବା ପାଇଁ ୟୁଜର୍ସଙ୍କୁ ଏଚଡିଏଫସି ସିକ୍ୟୁରିଟିଜର ୱେବସାଇଟ ବା ଅଥରାଇଜେସନ ଆପ ଷ୍ଟୋରରେ ଅଫିସିଆଲ ଆପ ଡାଉନଲୋଡ କରନ୍ତୁ । ଏଥିସହ ୟୁଜର୍ସଙ୍କୁ କୁହାଯାଇଛି ଯେ, ଯଦି ସେମାନେ ଏଚଡିଏଫସି ସିକ୍ୟୁରିଟିଜ ନାମକ କୌଣସି ସନ୍ଧିଗ୍ଧ ମେସେଜ ମିଳେ ତେବେ ତତତ୍କାଳୀନ କମ୍ପାନୀର କଷ୍ଟମର୍ସ ସର୍ଭିସ ଟିମକୁ ସେହି ବିଷୟରେ ସୂଚୀତ କରନ୍ତୁ ।