Advertisement
Article Detail0/zeeodisha/odisha2299846
Zee OdishaOdisha National-Internationalରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ ସ୍ଥିତି: ୩ ଦିନରେ ୧୮ ଜଣଙ୍କ ମୃତ୍ୟୁ

ରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ ସ୍ଥିତି: ୩ ଦିନରେ ୧୮ ଜଣଙ୍କ ମୃତ୍ୟୁ

ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି।   ଅଂଶୁଘାତ ଯୋଗୁଁ ଦିଲ୍ଲୀ ଏବଂ ନଏଡ଼ାରେ ଗତ ୩ ଦିନ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।

Many deaths in Delhi NCR
Many deaths in Delhi NCR

Many deaths in Delhi NCR ; ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହିଟଷ୍ଟ୍ରୋକ ଜନିତ ଘଟଣା ବଢ଼ିବାରେ ଲାଗିଛି।ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହୁଥିବା ବେଳେ ୫୧ ଡିଗ୍ରି ‌ସେଲସିୟସ ତାପମାତ୍ରା ଭଳି ଅନୁଭବ ହେଉଛି। ଅସହ୍ୟ ଗରମ ଯୋଗୁଁ ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ଅଂଶୁଘାତରେ ଶହ ଶହ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଅଂଶୁଘାତ ଯୋଗୁଁ ଦିଲ୍ଲୀ ଏବଂ ନଏଡ଼ାରେ ଗତ ୩ ଦିନ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ  କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି।

 ଅଂଶୁଘାତର ଶିକାର ହୋଇଥିବା ରୋଗୀଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରିବାପାଇଁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା  ଦିଲ୍ଲୀରେ ବିଭିନ୍ନ ସରକାରୀ ହସ୍ପିଟାଲ୍‌ ବୁଲି କିଭଳି ଭାବେ ଚିକିତ୍ସା ଚାଲିଛି ଏବଂ ରୋଗୀଙ୍କୁ କିଭଳି ସୁବିଧା ମିଳୁଛି ତା’ର ଏକ ସମୀକ୍ଷା କରିଛନ୍ତି। ଅଂଶୁଘାତ ପାଇଁ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମେ’ ୨୭ ତାରିଖ ପରଠାରୁ ଅଂଶୁଘାତ ଜନିତ କାରଣ ପାଇଁ ୪୫ ରୋଗୀ ଭର୍ତ୍ତି ହୋଇଛନ୍ତି। ମେ’ ୨୭ ପରଠାରୁ ଏହି ହସ୍ପିଟାଲରେ ଅଂଶୁଘାତ ଜନିତ କାରଣ ପାଇଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨ ଦିନ ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି। 
 ଏବଂ ୧୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି।ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ସଫଦରଜଙ୍ଗ ହସ୍ପିଟାଲରେ ମଧ୍ୟ ୯ ଜଣଙ୍କର ମୃତ୍ୟୁ ହେଲାଣି।

Add Zee News as a Preferred Source

ଏନେଇ ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି,“ଯଦି ଜଣେ ରୋଗୀଙ୍କୁ ବିଳମ୍ବରେ ହସ୍ପିଟାଲ ଅଣାଯାଉଛି, ତା’ହେଲେ ଗୋଟିଏ ପରେ ଗୋଟିଏ ଅଙ୍ଗ ଅକାମୀ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ସଚେତନତା ଆବଶ୍ୟକ।ଆମକୁ ହିଟଷ୍ଟ୍ରୋକ ବିଷୟରେ ଲୋକଙ୍କୁ ଶିକ୍ଷିତ କରିବାକୁ ପଡ଼ିବ। ଅଂଶୁଘାତରେ ଜଣେ ବ୍ୟକ୍ତି ଅସୁସ୍ଥ ହେଲେ, ତାକୁ ହସ୍ପିଟାଲ ଆଣିବା ପରିବର୍ତ୍ତେ ତୁରନ୍ତ ଉକ୍ତ ସ୍ଥାନରେ ହିଁ ଚିକିତ୍ସା କରାଯାଇ ପାରିବ। ତାଙ୍କ ଦେହରେ ପାଣି ଓ ବରଫ ମାରିବା ସହ ହସ୍ପିଟାଲକୁ ଆଣିବା ଭଲ।

 ଦୀର୍ଘ ଗୋଟିଏ ମାସ ହେଲାଣି ଦିଲ୍ଲୀରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ନିୟମିତ ଭାବେ ୪୫ ଡିଗ୍ରୀ ଉପରେ ରହୁଛି। ଲୋକଙ୍କୁ ଠିକ ଭାବେ ପାଣି ମିଳି ପାରୁନି। ଗ୍ରୀଷ୍ମ ପ୍ରବାହ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏସି ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ଦେଇପାରୁନି।

ଆହୁରି ୨୪ ଘଣ୍ଟା ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ। ଏହାପରେ ତାତିରୁ ଟିକିଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

About the Author