Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed
ସାମୁଦ୍ରିକ ଝଡ଼ `ତଉକତେ` ପ୍ରଭାବରେ ଗୋଆର ଉପକୂଳରେ ପ୍ରବଳ ବର୍ଷ ହେବା ସହ ପବନ ବେଗ ମଧ୍ୟ ବଢିଛି।
ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ 'ତଉକତେ' ପ୍ରଭାବରେ ଗୋଆର ଉପକୂଳରେ ରବିବାର ସକାଳେ ହୋଇଯାଇଛି ପ୍ରବଳ ବର୍ଷ। ଏହା ସହିତ ସମୁଦ୍ର କୂଳିଆ ଅଞ୍ଚଳରେ ପବନର ବେଗ ମଧ୍ୟ ବଢିଛି। ଏନେଇ ଆଇଏମଡି ପକ୍ଷରୁ କୁହାଯାଇଛି ଏହି ଝଡ ମୁମ୍ବାଇ ସହର ହୋଇ ଗତି କରିବ। ଏହା ପରେ 'ତଉକତେ' ଗୁଜୁରାଟ, ଡାମନ-ଡିଉ, ଦାଦରା-ନଗର ହାଭେଳୀ ଉପକୂଳ ଆଡକୁ ଅଗ୍ରସର ହେବ।
ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ କୁହାଯାଇଥିଲା ସାମୁଦ୍ରିକ ଝଡ଼ 'ତଉକତେ' (Cyclone Tauktae) ମେ ୧୫ ତାରିଖ ଶନିବାର ବିଳମ୍ବିତ ରାତି ସୁଦ୍ଧା ଭୟାନକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ରବିବାର ଗୋଆ ଉପକୂଳରେ (Goa Coast) ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହି ଝଡ ମୁମ୍ବାଇ (Mumbai) ସମେତ ଗୁଜୁରାଟ (Gujarat), ଡାମନ-ଡିଉ (Daman & Diu), ଦାଦରା-ନଗର ହାଭେଳୀ (Dadra & Nagar Haveli) ଉପକୂଳ ଆଡକୁ ଅଗ୍ରସର ହେବା ସମ୍ଭାବନା ରହିଛି।
Also Read: ଓଡିଶା ଉପରୁ ଟଳିଲା 'ନିଭାର' ବାତ୍ୟା ବିପଦ!
ଆଇଏମଡି ପୂର୍ବାନୁମାନ ଅନୁସାରେ ସାମୁଦ୍ରିକ ଝଡ଼ ଶନିବାର ବିଳମ୍ବିତ ରାତି ଅଥବା ରବିବାର ସକାଳେ ମୁମ୍ବାଇ ସହରର ସମୁଦ୍ର କୂଳିଆ ଅଞ୍ଚଳ ଠାରୁ କିଛି ଦୂରରେ ଗତି କରିବ। ଏହାର ପ୍ରଭାବ ପଶ୍ଚିମ ମହାରାଷ୍ଟ୍ରର ଥାନେ (Thane), ପାଳଘର (Palghar) ଆଦି ଉପକୂଳବର୍ତ୍ତୀ ଜିଲ୍ଲାରେ (Western Maharashtra Coastal Districts) ପ୍ରବଳ ବେଗରେ ପବନ ସହ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବାତ୍ୟାକୁ ନେଇ ସତର୍କ ମୁମ୍ବାଇ ମହାନଗର ନିଗମ-ବିଏମସି (Brihanmumbai Municipal Corporation-BMC)।
Also Read: ସ୍ଥଳଭାଗ ମୁହାଁ ହେଉଛି 'ନିଭାର', ତାମିଲନାଡୁ-ପଦୁଚେରୀ ଉପକୂଳରେ ରଚିବ ତାଣ୍ଡବ!
ଏ ସାମୁଦ୍ରିକ ଝଡ଼ର ପ୍ରଭାବକୁ ନଜରରେ ରଖି ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ ରେଡ ଆଲର୍ଟ ଜାରି କରିଥିଲା ଆଇଏମଡି। ଏପରିକି ମେ ୧୬ ତାରିଖ ରବିବାର ଠାରୁ ୧୯ ତାରିଖ ବୁଧବାର ପର୍ଯ୍ୟନ୍ତ ଭାରୀ ବର୍ଷା ସହ ପ୍ରବଳ ବେଗରେ ବେଗରେ ପବନ ବହିବା ନେଇ ଚେତାବନୀ ଜାରି କରାଯାଇଛି। ଏହି ବାତ୍ୟାର ମୁକାବିଲା ପାଇଁ ତାମିଲନାଡୁ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜୁରାଟ ପ୍ରଭୃତି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ୫୩ କମ୍ପାନୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (National Disaster Response Force) ନିୟୋଜିତ କରାଯାଇଥିବା ନେଇ ଟ୍ୱିଟ କରି ଜଣାଥିଲେ ଏନଡିଆରଏଫ ଡିଜି (NDRF DG)।
Also Read: ସ୍ଥଳଭାଗ ମୁହାଁ ହେଉଛି 'ନିଭାର', ଜାଣନ୍ତୁ କେଉଁଠି ଛୁଇଁବ ସ୍ଥଲଭାଗ
ଉପରୋକ୍ତ ରାଜ୍ୟର ବିଭିନ୍ନ ବେଳାଭୂମିରେ ଲାଇଫ ଗାର୍ଡ (Life Guard) ମୁତୟନ ହୋଇଛନ୍ତି। ଆରବ ସାଗର ନିକଟରେ ଅବସ୍ଥିତ ଜନବସତି ଅଞ୍ଚଳ ଉପରେ ସତର୍କ ନଜର ରଖିଛି ସ୍ଥାନୀୟ ପ୍ରଶାସନ। ସାମୁଦ୍ରିକ ଝଡ଼ 'ତଉକତେ' ଉତ୍ତର ଉତ୍ତର-ପଶ୍ଚିମ ଗୁଜୁରାଟ ହୋଇ ପାକିସ୍ତାନର ତଟୀୟ ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳର ନିକଟତର ହେବ। ଏହା ଆଇଏମଡି ରିପୋର୍ଟ ଅନୁସାରେ ଏହା ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ।