ସାମୁଦ୍ରିକ ବାତ୍ୟା ନିଭାର ପ୍ରଭାବରେ ତାମିଲନାଡୁ, ପଦୁଚେରୀ, ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Trending Photos
ଚେନ୍ନାଇ: ବଙ୍ଗୋପସାଗରେ (Bay of Bengal)ସୃଷ୍ଚି ହୋଇଥିବା ଅବପାତ ଗତକାଲି ସଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇସାରିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା 'ନିଭାର' ସାମୁଦ୍ରିକ ଝଡରେ (Sea Storm)ପରିବର୍ତ୍ତିତ ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ (Severe Storm)ପରିଣତ ହେବାର ସମ୍ଭାବନା ରହିଛି।
ଏହି ଅବପାତ ଏବେ ଦକ୍ଷିଣ-ପୂର୍ବ ଦିଗରେ ପୁଦୁଚେରୀରୁ (Puducherry)୫୫୦ କିଲୋମିଟର ଏବଂ ଚେନ୍ନାଇ (Chennai)ଠାରୁ କିଲୋମିଟର ଦୂରରେ ରହିଛି। ସାମୁଦ୍ରିକ ଝଡ 'ନିଭାର' ନଭେମ୍ବର ୨୫ ତାରିଖ ବୁଧବାର ମଧ୍ୟାନ୍ନରେ ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହୋଇ କରାଇକଲ (Karaikal),ମଲ୍ଲାପୁରମ (Mamallapuram)ମଧ୍ୟରେ ତାମିଲନାଡୁ-ପଦୁଚେରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମ୍ବା ୧୨୦ କିଲୋମିଟର ରହିବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ (Meteorological Department)।
Also Read: ଓଡିଶା ଉପରୁ ଟଳିଲା 'ନିଭାର' ବାତ୍ୟା ବିପଦ!
'ନିଭାର' ବାତ୍ୟାକୁ ନଜରରେ ରଖି ଚେନ୍ନାଇ, କଡଲୁର, ନାଗାପଟ୍ଟିନମ, ଏନ୍ନୋର, କଟ୍ଟୁପଲ୍ଲୀ, ପୁଦୁଚେରୀ, କରାଇକେଲ ଆଦି ସାମୁଦ୍ରିକ ବନ୍ଦର (Sea Port)ଠାରେ ସଚର୍କତା ଅବଲମ୍ବନ କରାଯାଉଛି।ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ମଙ୍ଗଳବାର ପୁଦୁଚେରୀର କରାୟକଲ ସମେତ ତାମିଲନାଡୁର ନାରାପଟ୍ଟୀନମ,ତାଞ୍ଜାବୁର, ତିରୁବରୁର, ଅରିୟାଲପୁର, ମଥିଲା ଦୁଥୁରାଇ, ଚେନ୍ନାଇ, ତିରୁବଲ୍ଲୁର, ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ୍, ତିରୁଚିରାପଲ୍ଲୀ, ପେରମ୍ବଲୁର, ପୁଦୁକୋଟ୍ଟଇ, କୁଡ୍ଡୁଲୋର, ବିଲ୍ଲୁପୁରମ, ଭେଲୋର, ରାନିପେଟ, ତିରୁବନମଲ୍ଲାଇ, କଲ୍ଲାକୁରିଚୀ ଆଦି ଜିଲ୍ଲା, ଉପକୂଳ ଆନ୍ଧ୍ର, ରାୟଲସୀମା ଅଞ୍ଚଳରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।
Also Read:ସ୍ଥଳଭାଗ ମୁହାଁ ହେଉଛି 'ନିଭାର', ଜାଣନ୍ତୁ କେଉଁଠି ଛୁଇଁବ ସ୍ଥଲଭାଗ
ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ସଜାଗ ହୋଇଉଠିଛନ୍ତି ତାମିଲନାଡୁ ସରକାର। ଏଥିଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଡିଆରଏଫ (NDRF-National Disaster Response Force)୬ଟି ଟିମକୁ କୁଡ୍ଡୁଲୋର ପଠାଯାଇଥିବା ତାମିଲନାଡୁ ରାଜସ୍ୱ ମନ୍ତ୍ରୀ। ଏନଡିଆରଏଫର ଗୋଟିଏ ଟିମରେ ପ୍ରାୟ ୩୫-୪୦ ସୈନିକ ରହିଥାନ୍ତି। ସେମାନେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିକଟରେ ରିଲିଫ ଠାରୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗୀକ ସୁବିଧା ଯୋଗାଇଥାନ୍ତି।