ଓଡିଶା ଉପରୁ ଟଳିଲା 'ନିଭାର' ବାତ୍ୟା ବିପଦ!
Advertisement
Article Detail0/zeeodisha/odisha792399

ଓଡିଶା ଉପରୁ ଟଳିଲା 'ନିଭାର' ବାତ୍ୟା ବିପଦ!

ସାମୁଦ୍ରିକ ଝଡ 'ନିଭାର' ପଟୁ ଓଡିଶା ପ୍ରତି କୌଣସି ବିପଦ ରହିନାହିଁ। 

ଓଡିଶା ଉପରୁ ଟଳିଲା 'ନିଭାର' ବାତ୍ୟା ବିପଦ!

ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ଓଡିଶା ଉପରୁ ଟଳିଲା 'ନିଭାର' (Nivar)ବାତ୍ୟା ବିପଦ। ବଙ୍ଗୋପସାଗରେ (Bay of Bengal)ସୃଷ୍ଚି ହୋଇଥିବା ଅବପାତ ଗତକାଲି ସଧ୍ୟାରେ  ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇସାରିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ଏକ ସାମୁଦ୍ରିକ ଝଡରେ (Sea Storm)ପରିବର୍ତ୍ତିତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ (Severe Storm)ପରିଣତ ହେବ।

Also Read: ସ୍ଥଳଭାଗ ମୁହାଁ ହେଉଛି 'ନିଭାର', ଜାଣନ୍ତୁ କେଉଁଠି ଛୁଇଁବ ସ୍ଥଲଭାଗ

 

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତାମିଲନାଡୁ (Tamilnadu),ପୁଦୁଚେରୀ (Puducherry)ମଧ୍ୟରେ ସ୍ଥଳଭାଗ (Land Fall)ଛୁଇଁବ। ଏହି ସମୟରେ ଉକ୍ତ ଅଞ୍ଚଳରେ ସର୍ବାଧିକ ପବନର ବେଗ ୧୨୦ କିଲୋମିଟର ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଓଡିଶା (Odisha)ପ୍ରତି ଏହାର ବିଶେଷ ପ୍ରଭାବ ନାହିଁ ହେଲେ ସମୁଦ୍ର ଅଶାନ୍ତ ହେତୁ ମତ୍ସ୍ୟଜୀବୀଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନେଇ ବାରଣ କରାଯାଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କୌଣସି ଭାରୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇନାହିଁ।

Also Read: ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ 'ନିଭାର'

ଆସନ୍ତା କାଲି ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି ଜିଲ୍ଲାରେ ସ୍ବଳ୍ପ ବର୍ଷା (Light Rain)ହେବାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୨୪ ଘଣ୍ଟାରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବା ସହ ୨ ଦିନ ପରେ ୩-୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ସୋନପୁର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକା କୁହୁଡି (Light Fog)ପରିଲକ୍ଷିତ ହେବାର ଆଶଙ୍କା ରହିଛି।