ଲକ୍ଷ୍ନୌ: ହିନ୍ଦୁ ନବ ବର୍ଷ ଅବସରରେ ନୂଆ କ୍ୟାଲେଣ୍ଡର ଜାରି କରିଛି ଉତ୍ତର ପ୍ରଦେଶ ଆଲିଗଡ଼ ଜିଲ୍ଲାର ହିନ୍ଦୁ ମହାସଭା ଶାଖା। ଜାରି କରାଯାଇଥିବା କ୍ୟାଲେଣ୍ଡର ଜରିଆରେ ତାଜମହଲ ସମେତ କିଛି ମସଜିଦ ଏବଂ ମୋଗଲ କାଳର ସ୍ମାରକକୁ ମନ୍ଦିର ଭାବେ ବର୍ଣ୍ଣନା କରିଛି ହିନ୍ଦୁ ମହାସଭା। ଏଥିରେ ମୁସଲମାନଙ୍କ ସବୁଠାରୁ ବଡ ତୀର୍ଥସ୍ଥାନ ମକ୍କାକୁ ମକ୍କେଶ୍ୱର ମହାଦେବ ମନ୍ଦିର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସହିତ ଏହି ବାର୍ତ୍ତା ମଧ୍ୟ ଛପା ଯାଇଛି ଯେ ଏଠାରେ ଏକ ଶିବ ମନ୍ଦିର ଥିଲା। ସେଥିପାଇଁ ଶିବଲିଙ୍ଗ ଏକ ଖଣ୍ଡବିଖଣ୍ଡିତ ଅବସ୍ଥାରେ ବିଦ୍ୟମାନ ରହିଛି।  


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ଅଯୋଧ୍ୟାରେ ଏହା ବ୍ୟତୀତ ଅଯୋଧ୍ୟାରେ ଭାଙ୍ଗିଯାଇଥିବା ବାବ୍ରି ମସଜିଦକୁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଭାବରେ ଦର୍ଶାଯାଇଛି। ଏନେଇ କୁହାଯାଇଛି ଯେ ଏଠାରେ ମିଳିଥିବା ରାମ ମନ୍ଦିରର ଅବଶେଷାଂଶ ପ୍ରମାଣ କରେ ଯେ ଏଠାରେ କେବେ ଏକ ବିଶାଳ ମନ୍ଦିର ଥିଲା। ଅନ୍ୟପଟେ କତୁବ ମୀନାରକୁ ବିଷ୍ଣୁ ସମ୍ଭ, ତାଜମହଲକୁ ତେଜୋ ମହାଳୟ ଶିବ ମନ୍ଦିର, ମଧ୍ୟ ପ୍ରଦେଶର କମଲ ମୌଲା ମସଜିଦକୁ ଭୋଜଶାଳା, କାଶୀର ଜ୍ଞାନବ୍ୟାପୀ ମସଜିଦକୁ ବିଶ୍ୱନାଥ ମନ୍ଦିର ଭାବେ ଭାବେ ଦର୍ଶାଯାଇଛି। 


Also Read: ହିନ୍ଦୁ ନବ ବର୍ଷ ଅବସରରେ ନୂଆ କ୍ୟାଲେଣ୍ଡର ଜାରି କଲା ହିନ୍ଦୁ ମହାସଭା


କ୍ୟାଲେଣ୍ଡର ଜାରି କରିବା ଅବସରରେ ହିନ୍ଦୁ ମହାସଭା ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହାମଣ୍ଡଳେଶ୍ୱର ଡାକ୍ତର ଅନ୍ନପୂର୍ଣ୍ଣା ଭାରତୀ ଏହାକୁ ପ୍ରଶଂସନୀୟ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଡକ୍ଟର ଭାରତୀ କହିଛନ୍ତି ଯେ କ୍ୟାଲେଣ୍ଡର ପ୍ରଦର୍ଶନ କରିବାର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ଆମର ଐତିହ୍ୟ ବାବଦରେ ଅବଗତ କରାଇବା। ଏହା ସହିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକେ ମଧ୍ୟ କହିଛନ୍ତି ଯେ ଭାରତ ବର୍ଷକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷିତ କରାଯିବା ଆବଶ୍ୟକ। ଏଥିପାଇଁ ଏହି କ୍ୟାଲେଣ୍ଡର ଜାରି କରାଯାଇଛି।