Loud Speaker: ଆଜାନ ବନ୍ଦ ନହେଲେ ଆମେ ବଜାଇବୁ ଭଜନ
Advertisement
Article Detail0/zeeodisha/odisha1143203

Loud Speaker: ଆଜାନ ବନ୍ଦ ନହେଲେ ଆମେ ବଜାଇବୁ ଭଜନ

 ଯଦି ମସଜିଦ ବାହାରେ ମନ୍ଦିର କିମ୍ବା ଚର୍ଚ୍ଚ ପକ୍ଷରୁ ଲାଉଡ଼ ସ୍ପୀକର ବ୍ୟବହାର କରାଯାଏ ତାହେଲେ ସ୍ଥିତି କ'ଣ ହେବ।

Loud Speaker: ଆଜାନ ବନ୍ଦ ନହେଲେ ଆମେ ବଜାଇବୁ ଭଜନ

ବେଙ୍ଗାଲୁରୁ: ମନ୍ଦିର ପକ୍ଷରୁ ଆୟୋଜିତ ହୋଇଥିବା ଧାର୍ମିକ ମେଳାରେ ଭାଗ ନେବା ଲାଗି ମୁସଲିମ ବ୍ୟବସାୟୀଙ୍କୁ ବାରଣ କରିବା, ହଲାଲ ମାଂସ ବିରୋଧରେ ଅଭିଯାନ ପରେ ଏବେ କର୍ଣ୍ଣାଟକ ଠାରେ ବିଭିନ୍ନ ହିନ୍ଦୁତ୍ୱ ସଙ୍ଗଠନ ମସଜିଦ ଠାରେ ବ୍ୟବହୃତ ହେଉଥିବା ଲାଉଡ଼ ସ୍ପୀକର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। 

ମହାରାଷ୍ଟ୍ରରେ (Maharashtra) ମହାରାଷ୍ଟ୍ର ନିର୍ବନିର୍ମାଣ ସେନା (Maharashtra Navnirman Sena) ଏମଏନଏସ (MNS) ଭଳି ଏବେ କର୍ଣ୍ଣାଟକରେ (Karnataka) ଶ୍ରୀରାମ ସେନା (Sri Ram Sena) ମୁଖ୍ୟ ପ୍ରମୋଦ ମୁଥାଲିକ (Pramod Muthalik) ମସଜିଦ (Mosque) ଠାରେ ବ୍ୟବହୃତ ଲାଉଡ ସ୍ପୀକର (Loud Speaker) ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ମସଜିଦ ଠାରେ ଧାର୍ମିକ ପ୍ରାର୍ଥନା ଆଜାନ (Azan) କରିବା ଲାଗି ଲାଉଡ ସ୍ପୀକର ବ୍ୟବହାର କରାଯାଇଥାଏ। ଯାହା ଦିନକୁ ୫ ଥର ଅନୁଷ୍ଠିତ ହୋଇଥାଏ।     

ଏନେଇ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓ ଜରିଆରେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ କହିଛନ୍ତି ଆମେ ମହାରାଷ୍ଟ୍ର ନିର୍ବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେଙ୍କ (Raj Thackeray) ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଗତ ସପ୍ତାହରେ ଏମଏନଏସ ମୁଖ୍ୟ ଗୁଡି ପଡୱା ପର୍ବ ଅବସରରେ କହିଥିଲେ ଯଦି ମସଜିଦ ଟାରେ ଲାଉଡ ସ୍ପିକର ବନ୍ଦ କରାନଯାଏ ତାହେଲେ ଆମେ ଏହାକୁ ବ୍ୟବହାର କରି ମସଜିଦ ବାହାରେ ହନୁମାନ ଚାଲିସା ପାଠ କରିବୁ।  

Also Read: ରାଜ୍ୟରେ Ban ହେବ କି ହଲାଲ ମାଂସ? ଜବାବ ରଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ମସଜିଦ ଠାରେ ବ୍ୟବହୃତ ହେଉଥିବା ଲାଉଡ଼ ସ୍ପୀକର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସଙ୍ଗଠନ ପକ୍ଷରୁ ପ୍ରଶାସନକୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି। ମାତ୍ର କ୍ଷମତାସୀନ ଅମେରୁଦଣ୍ଡୀ ସରକାର ଆମ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି। ଆମେ ମଧ୍ୟ ପ୍ରତ୍ୟେକ ମନ୍ଦିରରେ ସକାଳ ୫ଟାରେ ଲାଉଡ ସ୍ପୀକର ଯୋଗେ ଭଜନ ବଜାଇବୁ। ବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ରହିଥିବା ସ୍ଥାନରେ ଡାକବାଜି ଯନ୍ତ୍ର ଅର୍ଥାତ ଲାଉଡ ସ୍ପୀକର ବ୍ୟବହାର କରାଯାଇ ସେଠାକାର  ନୀରବତା ଭଙ୍ଗ କରାଯାଉଥିବା ଶ୍ରୀରାମ ସେନା ପକ୍ଷରୁ କୁହାଯାଇଛି। 

ଶ୍ରୀରାମ ସେନା ପକ୍ଷରୁ ଦିଆଯାଇଥିବା ଚେତାବନୀ ସେତେବେଳେ ଆସିଛି ଯେତେବେଳେ ମନ୍ଦିର ପକ୍ଷରୁ ଆୟୋଜିତ ହୋଇଥିବା ଧାର୍ମିକ ମେଳାରେ ଭାଗ ନେବା ଲାଗି ମୁସଲିମ ବ୍ୟବସାୟୀଙ୍କୁ ବାରଣ କରିବା ଏବଂ ହଲାଲ ମାଂସ ବିରୋଧରେ ପ୍ରତିବନ୍ଧକର ଲଗାଇବା। ଏ ପ୍ରସଙ୍ଗରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଆହ୍ୱାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। 

ରାଜ୍ୟରେ ଅବସ୍ଥିତ ସରକାରୀ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ତିକ୍ତତା ଅଧିକ ହୋଇଛି। ମସଜିଦ ଠାରେ ବ୍ୟବହୃତ ଲାଉଡ ସ୍ପୀକର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀରାମ ସେନା ପକ୍ଷରୁ କରାଯାଉଥିବା ଦାବିକୁ କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ୱରାପ୍ପା ଆଶିଂକ ସମର୍ଥନ ଜଣାଇଛନ୍ତି।  

Also Read: ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?

ଏନେଇ ମତ ରଖି ମନ୍ତ୍ରୀ କହିଛନ୍ତି ମସଜିଦ ଠାରେ ବ୍ୟବହୃତ ଲାଉଡ ସ୍ପୀକର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବହୁ ବର୍ଷ ଧରି ଆମ ପାଖକୁ ଅନେକ ଅଭିଯୋଗ ଆସିଛି। ଏହା ଦ୍ୱାରା ଲୋକେ କିପରି ଶବ୍ଦ ଜନିତ ସମସ୍ୟାର ସାମ୍ନା କରୁଛନ୍ତି ସେ ବାବଦରେ ଆମ ଅବଗତ ଅଛୁ। ଏହାକୁ ମୁସଲମାନ ସମ୍ପ୍ରଦାୟର ସହମତିରେ ଅପସାରଣ କରିବାକୁ ହେବ।

ମସଜିଦ ଠାରେ ବ୍ୟବହୃତ ଲାଉଡ ସ୍ପୀକର ହଟାଇବା ପାଇଁ ଶ୍ରୀରାମ ସେନା ପକ୍ଷରୁ କରାଯାଉଥିବା ଆଜନ-ଭଜନ ମଧ୍ୟରେ କୌଣସି ପ୍ରତିଯୋଗୀତା ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ। ଏହାର ସମାଧାନ କରିବା ଲାଗି ମୁସଲମାନ ସମ୍ପ୍ରଦାୟ ଆଗେଇ ଆସିବା ଆବଶ୍ୟକ।  ଯଦି ମସଜିଦ ବାହାରେ ମନ୍ଦିର କିମ୍ବା ଚର୍ଚ୍ଚ ପକ୍ଷରୁ ଲାଉଡ଼ ସ୍ପୀକର ବ୍ୟବହାର କରାଯାଏ ତାହେଲେ ସ୍ଥିତି କ'ଣ ହେବ। ଏହା ଦ୍ୱାରା କେବଳ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ ହେବ। ଏହି ସମସ୍ୟାର ସମାଧାନ କରିବା ଲାଗି ମୁସଲମାନ ସମ୍ପ୍ରଦାୟ ଆଗେଇ ଆସିବା ଆବଶ୍ୟକ। 

Also Read: ରମଜାନ ପୂର୍ବରୁ ମସଜିଦ୍ ଲାଉଡ ସ୍ପୀକର ସାଉଣ୍ଡ କମ୍ କରିବାକୁ ନିର୍ଦ୍ଦେଶ ଦେଲା ସାଉଦି ଆରବ

ଗତ ମାସରେ ବିଜେପି ଶାସିତ ଚିକମାଗାଲୁରୁ ନଗର ନିଗମ ପକ୍ଷରୁ କୁହାଯାଇଥିଲା ଧାର୍ମିକ ସ୍ଥାନରେ ରହିଥିବା ବେଆଇନ ଲାଉଡ ସ୍ପିକର ଉପରେ ଯାଞ୍ଚ କରାଯିବ।