ଟ୍ରମ୍ପଙ୍କ ସହ ଛାଡପତ୍ର ପରେ କେତେ ଟଙ୍କା ପାଇବେ ମେଲାନିଆ?
Advertisement

ଟ୍ରମ୍ପଙ୍କ ସହ ଛାଡପତ୍ର ପରେ କେତେ ଟଙ୍କା ପାଇବେ ମେଲାନିଆ?

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପରଜୟ ପରେ ତାଙ୍କ ଛାଡପତ୍ରକୁ ନେଇ ଜୋର ଧରିଛି ଚର୍ଚ୍ଚା। ପତ୍ନୀ ମେଲାନିଆ ଟ୍ରମ୍ପ ଛାଡପତ୍ର ପାଇଁ ଆବେଦନ କରିଥିବା ମିଡିଆ ରିପୋର୍ଟରୁ ପ୍ରକାଶ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ, ଆମେରିକାର ପୂର୍ବତନ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ତାଙ୍କ ସ୍ୱାମୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବା ପାଇଁ ‘କାଉଣ୍ଟ ଡାଉନ’କରୁଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କୁ “ପରାଜୟର ସ୍ୱୀକାର କରିବାକୁ ଏବଂ 15 ବର୍ଷର ବିବାହ ସମାପ୍ତ କରିବାକୁ” ମେଲାନିଆ ଅପେକ୍ଷା କରୁଛନ୍ତି। ଦୀର୍ଘ ସମୟ ଧରି ସେମାନଙ୍କ ସମ୍ପର୍କରେ ଫାଟ ଦେଖା ଯାଉଥିବାରୁ ଶୀଘ୍ର ଛାଡପତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି।

ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଛାଡପତ୍ର ହୁଏ ତେବେ ସେଟେଲମେଣ୍ଟରେ ମେଲାନିଆ ଏକ ମୋଟା ଅଙ୍କର ଅର୍ଥ ପାଇବେ। ଏହି ପରିସ୍ଥିତିରେ ତାଙ୍କର ଟ୍ରମ୍ପ ଦମ୍ପତ୍ତିଙ୍କ ଛାଡପତ୍ର ହେଲେ ପ୍ରାୟ ୫୦ ମିଲିୟନ୍ ଡଲାର୍ ପାଇବେ। ଏହି ଅର୍ଥରେ ସେ ବହୁତ କିଛି ଜିନିଷ କିଣିବାକୁ ସକ୍ଷମ ହୋଇପାରନ୍ତି। ନ୍ୟୁୟର୍କ ସିଟିରେ ପ୍ରତିପୋଷଣ ପାଇଁ ଏହି ଅର୍ଥ ଯଥେଷ୍ଟ। କିନ୍ତୁ ମେଲାନିଆ କେଉଁ ପ୍ରକାରର ଜୀବନଶୈଳୀରେ ଜୀବନଯାପନ କରିବେ ତାହା ଗରୁତ୍ୱପୂର୍ଣ୍ଣ।

ଏକ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ବିଛେଦ ପରେ ପ୍ରଥମ ଦୁଇ ପତ୍ନୀ ଇଭାନା ଏବଂ ମାର୍ଲା ମାପଲେସ୍ ଯେତିକି ଅର୍ଥ ପାଇଛନ୍ତି ତାହାଠୁ ମେଲାନିଆ ଢେର ଅଧିକ ପରିମାଣର ଅର୍ଥ ପାଇବେ ବୋଲି କୁହାଯାଉଛି। ଖବର ଅନୁଯାୟୀ ଇଭାନା ସେମାନଙ୍କ ଛାଡପତ୍ରର ପରେ ୧୪ ମିଲିୟନ ଡଲାର, କନେକ୍ଟିକଟରେ ଏକ ମହଲ ଏବଂ ଟ୍ରମ୍ପ ପ୍ଲାଜାରେ ଏକ ଆପାର୍ଟମେଣ୍ଟ ପାଇଥିଲେ। ସେପଟେ ମାପଲେସଙ୍କୁ ମାତ୍ର ୨ ମିଲିୟନ ଡଲାର ମିଳିଥିଲା।