ଇମ୍ରାନ ଖାନ ଗିରଫ? ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ପୋଲିସ ମୁତୟନ, ଜାଣନ୍ତୁ ପୂରା ମାମଲା
Advertisement

ଇମ୍ରାନ ଖାନ ଗିରଫ? ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ପୋଲିସ ମୁତୟନ, ଜାଣନ୍ତୁ ପୂରା ମାମଲା

 Imran Khan: ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଫୁଟେଜରୁ ଜଣାପଡିଛି ଯେ,  ବନିଗଲାରେ ପୋଲିସ ଓ ଯାନବାହାନ ଉପସ୍ଥିତ ଥିବାବେଳେ ଏହା ଭିତରେ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ ଅବରୋଧ କରାଯାଇଥିଲା । 

ଇମ୍ରାନ ଖାନ ଗିରଫ? ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ପୋଲିସ ମୁତୟନ, ଜାଣନ୍ତୁ ପୂରା ମାମଲା

ଇସଲାମାବାଦ: Imran Khan: ଇମ୍ରାନ ଖାନ (Imran Khan) ଙ୍କ ଘର ବାହାରେ ପୋଲିସର ଉପସ୍ଥିତିକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ତାଙ୍କ ଗିରଫ ହେବାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ସମୟରେ ଇସଲାମାବାଦ ପୋଲିସ କହିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘର ବାହାରେ ପୋଲିସର ଉପସ୍ଥିତି ତାଙ୍କୁ ଗିରଫ କରିବା ନୁହେଁ ବରଂ ପଞ୍ଜାବର ଶିକ୍ଷକମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ । ଏକ ଭାଇରାଲ ଭିଡିଓରେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବନିଗଲା ବାସଭବନ ବାହାରେ ପୋଲିସର ଉପସ୍ଥିତିକୁ ତାଙ୍କୁ ଗିରଫ କରିବା ସହ ଯୋଡିଥିଲା । ଏହି ଫୁଟେଜ ଏପରି ଏକ ସମୟରେ ଭାଇରାଲ ହୋଇଛି, ଯେତେବେଳେ ଇମ୍ରାନ ଖାନ ପାକିସ୍ତାନରେ ବିଦେଶୀ ଫଣ୍ଡିଂ ମାମଲାରେ ବିବାଦକୁ ଘେରି ଅଛନ୍ତି । ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଇମ୍ରାନଙ୍କ ଦଳ ପିଟିଆଇ ଉପରେ ନିଷିଦ୍ଧ ପାଣ୍ଠି ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ।

ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଫୁଟେଜରୁ ଜଣାପଡିଛି ଯେ,  ବନିଗଲାରେ ପୋଲିସ ଓ ଯାନବାହାନ ଉପସ୍ଥିତ ଥିବାବେଳେ ଏହା ଭିତରେ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ ଅବରୋଧ କରାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଇସଲାମାବାଦ ପୋଲିସ ରବିବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସ୍ପଷ୍ଟୀକରଣ ଜାରି କରିଛି । ଏହି ଫୁଟେଜ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇସଲାମାବାଦ ପୋଲିସ କହିଛି ଯେ,  ପଞ୍ଜାବର ଶିକ୍ଷକଙ୍କ ବିରୋଧ ଯୋଗୁଁ ପୋଲିସ ସୁରକ୍ଷା ନିୟୋଜିତ କରାଯାଇଥିଲା । ଗତ ସନ୍ଧ୍ୟାରେ ସମସ୍ତ ବିକ୍ଷୋଭକାରୀଙ୍କୁ ଛିନଛତ୍ର କରାଯାଇଥିଲା । ବନିଗଲା ହାଉସ ଆଖପାଖରେ ସେପରି କୌଣସି ଗତିବିଧି ନଥିଲା ।

ଏହା ବି ପଢ଼ନ୍ତୁ:-ବିହାରରେ ହେବ ଖେଳ, ବିଜେପିର ସାଥ୍ ଛାଡ଼ି ଆରଜେଡି ସହ ସରକାର ଗଢ଼ିବେ ନୀତିଶ କୁମାର!

ଏହା ବି ପଢ଼ନ୍ତୁ:-ପୁଣି ଲାଗିବ ଲକଡାଉନ୍? ରାଜଧାନୀରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଆପଣ ଖୁସି ନୁହଁନ୍ତି କି, ତେବେ କେମିତି କରିବେ ପରିବର୍ତ୍ତନ; ଜାଣନ୍ତୁ ପୂରା ପ୍ରକ୍ରିୟା...

ଭିଡିଓ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୁଲ ତଥ୍ୟ ପ୍ରଚାର କରାଯାଉଥିବା ପୋଲିସ କହିଛି । ବିନା ଯାଞ୍ଚରେ ଏପରି ତଥ୍ୟ ସେୟାର ନକରିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରିଛି । ଇସଲାମାବାଦ ପୋଲିସ ମଧ୍ୟ ନିଜ ନିଜ ସ୍ତରରେ ଏଭଳି ମାମଲା ସମାଧାନ କରିବାକୁ ପ୍ରାଦେଶିକ ସରକାରମାନଙ୍କୁ ଅନୁରୋଧ କରିଛି ।

ମଙ୍ଗଳବାର (ଅଗଷ୍ଟ ୨) ଶିକ୍ଷକ ଓ ଲିପିକ ସଂଘ ଜିଲ୍ଲା ଶିକ୍ଷକ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିଯୁକ୍ତି ବିରୋଧରେ ଅଗଷ୍ଟ ୧୧ରେ ଇମ୍ରାନଙ୍କ ବାସଭବନ ବାହାରେ ଧାରଣା ବସିବା ପାଇଁ ଧମକ ଦେଇଥିଲେ । ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ପଞ୍ଜାବ ସରକାରଙ୍କ ବିରୋଧରେ ନାରା ଲଗାଉଥିଲେ, ଏକ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଉପ-ନିର୍ବାଚନରେ ​​ବିଜୟ ପରେ ଇମ୍ରାନ ଖାନଙ୍କ ପିଟିଆଇ ପଞ୍ଜାବ ପ୍ରଦେଶରେ କ୍ଷମତାକୁ ଫେରିଛି ।