ଚୀନକୁ ଭାରତର ଶକ୍ତ ଚାପୁଡା, ଅବଦୁଲ ରାଉଫଙ୍କ ସମର୍ଥନକୁ ଭାରତ କହିଲା ରାଜନୈତିକ
Advertisement

ଚୀନକୁ ଭାରତର ଶକ୍ତ ଚାପୁଡା, ଅବଦୁଲ ରାଉଫଙ୍କ ସମର୍ଥନକୁ ଭାରତ କହିଲା ରାଜନୈତିକ

Indian China on Terrorist: ଭାରତ ଓ ଚୀନର ସମ୍ବନ୍ଧ କାହାକୁ ଅଛପା ନାହିଁ। ଶତ୍ରୁତାକୁ ବଞ୍ଚାଇ ରଖିବା ପାଇଁ ଚୀନ ସର୍ବଦା ପାକିସ୍ତାନ ଓ ଆତଙ୍କବାଦୀଙ୍କ ସହିତ ବୁଝାମଣା କରିଆସିଛି। ଆଉ ଏବେ ଚୀନ ପୁଣି ଥରେ ଆତଙ୍କବାଦୀଙ୍କ ସହିତ ବୁଝାମଣା କରି ଭାରତର ଏକ ପ୍ରସ୍ତାବ ଉପରେ ରୋକ ଲାଗାଇଛି। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁଲ ରାଉଫ ଅସଗର (Abdul Rauf Asghar)ଙ୍କୁ ଜାତୀସଙ୍ଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧ ସମିତିରେ ନାମିତ ଆତଙ୍କବାଦୀ ସୂଚୀରେ ସାମିଲ କରିବା ପାଇଁ ଭାରତର ପ୍ରସ୍ତାବକୁ ମଞ୍ଜୁରୀ ଦେଇନାହିଁ । ଏହି ପ୍ରସଙ୍ଗରେ ଭାରତ ଚୀନ୍‌କୁ ଉପଯୁକ୍ତ ଜବାବ ଦେଇଛି।

ପ୍ରତୀକାତ୍ମକ

Indian China on Terrorist: ଭାରତ ଓ ଚୀନର କୂଟନୈତିକ ସମ୍ପର୍କ କାହାକୁ ଅଛପା ନାହିଁ। ଶତ୍ରୁତାକୁ ବଞ୍ଚାଇ ରଖିବା ପାଇଁ ଚୀନ ସର୍ବଦା ପାକିସ୍ତାନ ଓ ଆତଙ୍କବାଦୀଙ୍କ ସହିତ ବୁଝାମଣା କରିଆସିଛି। ଆଉ ଏବେ ଚୀନ ପୁଣି ଥରେ ଆତଙ୍କବାଦୀଙ୍କ ସହିତ ବୁଝାମଣା କରି ଭାରତର ଏକ ପ୍ରସ୍ତାବ ଉପରେ ରୋକ ଲଗାଇଛି। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁଲ ରାଉଫ ଅସଗର (Abdul Rauf Asghar)ଙ୍କୁ ଜାତିସଙ୍ଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧ ସମିତିରେ ନାମିତ ଆତଙ୍କବାଦୀ ସୂଚୀରେ ସାମିଲ କରିବା ପାଇଁ ଭାରତର ପ୍ରସ୍ତାବକୁ ମଞ୍ଜୁରୀ ଦେଇନାହିଁ। ଏହି ପ୍ରସଙ୍ଗରେ ଚୀନ୍‌କୁ ଉପଯୁକ୍ତ ଜବାବ ଦେଇଛି ଭାରତ। ମିଳିତ ଜାତିସଂଘରେ ପାକିସ୍ତାନର ଆତଙ୍କବାଦୀ(Terrorist)ଙ୍କୁ ତାଲିକାଭୁକ୍ତ କରିବାକୁ ଚୀନ୍‌ର ପ୍ରତିବନ୍ଧକକୁ ଭାରତ ଦୁର୍ଭାଗ୍ୟଜନକ ଏବଂ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛି।

ଭାରତ କହିଛି ଯେ, ରାଜନୈତିକ ଦୃଷ୍ଟିକୋଣରୁ ପ୍ରତିବନ୍ଧକ କମିଟିର ଭୂମିକାରେ ପ୍ରତିବନ୍ଧକ ଲଗାଯିବା ନିହାତି ଦୁର୍ଭାଗ୍ୟଜନକ। ଯେତେବେଳେ ବି ଆତଙ୍କବାଦ ବିରୋଧରେ ଆନ୍ତର୍ଜାତୀୟ ସମୁଦାୟର ଲଢେଇର କଥା ଉଠେ ସେତେବେଳେ ଚୀନ୍‌ର କାର୍ଯ୍ୟକଳାପ ତାଙ୍କର ଭିନ୍ନ ଚରିତ୍ର ଏବଂ ଆତଙ୍କବାଦୀଙ୍କ ପ୍ରତି ଥିବା ଉଦାରତା ପ୍ରକାଶ ପାଇଥାଏ। ଚୀନ୍‌ର ଏଭଳି ରାଜନୈତିକ ଉଦ୍ଦେଶ୍ୟ କାର୍ଯ୍ୟ ପ୍ରାୟ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ମାମଲାରେ ୟୁଏନଏସସି(UNSC)ର ପ୍ରତିବନ୍ଧ କମିଟିର କାର୍ଯ୍ୟକଳାପକୁ କ୍ଷୁର୍ଣ୍ଣ କରୁଛି। ଜାତିସଂଘର ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ କମିଟିରେ ଚୀନ୍ ହେଉଛି ଏକମାତ୍ର ଦେଶ ଯିଏ ଆତଙ୍କବାଦୀଙ୍କ ତାଲିକାରେ ରାଉଫଙ୍କୁ ରଖିବାକୁ ଅସମ୍ମତ। UNSCର ଅନ୍ୟ ୧୪ ସଦସ୍ୟ ରାଷ୍ଟ୍ର ଏହି ତାଲିକା ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

ଭାରତ ଏବଂ ଆମେରିକା ଅସଗରଙ୍କୁ ଜାତିସଂଘର ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବରେ କୁହାଯାଇଛି ଯେ, ଅବଦୁଲ ରାଉଫ ଅଜହର ଅସଗର ଏକ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୂକ୍ତ ଏବଂ ତାଙ୍କ ସମ୍ପତ୍ତି ବାର୍ଯ୍ୟାପ୍ତ, ଯାତ୍ରା ନିଷେଧ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଉ। ଅବଦୁଲ ରାଉଫ ଅଜହର ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ଜଣେ ବରିଷ୍ଠ କମାଣ୍ଡର ଏବଂ ଜୈଶ-ଏ-ମହମ୍ମଦ କମାଣ୍ଡର କେ ମାସୁଦ ଅଜହରଙ୍କ ସାନ ଭାଇ। ଆମେରିକାର ଟ୍ରେଜେରୀ, ରାଉଫଙ୍କୁ ୨୦୧୦ରେ ଆତଙ୍କବାଦୀ ତାଲିକାରେ ରଖିଥିଲା।

ଏହା ପରେ UNSCରେ ମଧ୍ୟ ଏହି ଆତଙ୍କବାଦୀଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। କିନ୍ତୁ, ଚୀନ୍ ଏଥିରୁ ପଛଘୁଞ୍ଚା ଦେଇଥିଲା। ୨୦୧୯ରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ଅଭିଯୋଗରେ ଅସଗରଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। କିନ୍ତୁ ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଅବଦୁଲ ରାଉଫ ଇଣ୍ଡିଆନ ଏୟାରଲାଇନ୍ସର ବିମାନ (୧୯୯୯) ଅପହରଣ, ଭାରତୀୟ ସଂସଦ ଉପରେ ଆକ୍ରମଣ (୨୦୦୧), ଭାରତୀୟ ବାୟୁସେନା ଉପରେ ଆକ୍ରମଣ, ପଠାନକୋଟ, ପୁଲୱାମା ଏବଂ ଜାମ୍ମୁର ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ବଳ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଘଟଣାରେ ସମ୍ପୃକ୍ତ ରହିଛି।

ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ୟୁଏନଏସସିରେ ଭାରତ-ଆମେରିକୀୟ ଆତଙ୍କବାଦୀ ତାଲିକାଭୁକ୍ତ ପ୍ରସ୍ତାବ ଉପରେ ରୋକ ଲଗାଯାଇଛି। ଏହା ପୂର୍ବରୁ ଜୁନ୍ ୨୦୨୨ରେ ଲସ୍କର-ଏ-ତଇବାର ଡେପୁଟି ଚିଫ୍ ଅବଦୁଲ୍ ରେହମାନ ମକ୍କିଙ୍କୁ ଏହି ତାଲିକାରେ ତାଲିକାଭୁକ୍ତ କରିବାକୁ ଚୀନ୍, ଭାରତ ଏବଂ ଆମେରିକାର ମିଳିତ ପ୍ରସ୍ତାବକୁ ଅଟକାଇଥିଲା। ମକ୍କି ପାଣ୍ଠି ସଂଗ୍ରହ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୦୦୮) ସମେତ ଭାରତରେ ହିଂସା ତଥା ଆକ୍ରମଣ ଯୋଜନା କରିବା ପାଇଁ ଯୁବକଙ୍କୁ ନିଯୁକ୍ତି ଦେବାରେ ସାହାଯ୍ୟ କରିଥିଲେ।