IND Vs ENG Test: ଇଂଲଣ୍ଡକୁ ଧୂଳି ଚଟାଇ ଫାଇନାଲରେ ଭାରତ
ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଶେଷ ଇନିଂସକୁ ୨୫ ରନ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହିତ ଭାରତ ସିରିଜକୁ ୩-୧ ବ୍ୟବଧାନରେ କବଜା କରିଛି। ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି।
ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium) ରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ଭାରତ ୨୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଟେଷ୍ଟ ମ୍ୟାଚ୍ ସିରିଜ୍ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଛି। ଭାରତର ଏହି ବିଜୟର ଶ୍ରେୟ ଆର୍.ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କୁ ଦିଆଯାଇଛି। ଦ୍ୱିତୀୟ ଇନିଂସରେ ଏହି ୨ ବୋଲର ୫-୫ଟି ୱିକେଟ୍ ନେଇଥିଲେ।
ଭ୍ରମଣକାରୀ ଇଂଲଣ୍ଡ ( England Cricket Team) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଭାରତ (Team India) ପ୍ରଥମ ଇନିଂସରେ ୩୬୫ ରନ୍ ସଂଗ୍ରହ କରି ୧୬୦ ରନର ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୫୪.୫ ଓଭରରେ ମାତ୍ର ୧୩୫ ରନ୍ କରି ଅଲ ଆଉଟ ହୋଇଥିଲା। ଫଳରେ ତାକୁ ଗୋଟିଏ ଇନିଂସରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଇଂଲଣ୍ଡ ପାଇଁ ଡାନିଏଲ୍ ଲରେନ୍ସ (Daniel Lawrence) ୯୫ଟି ବଲରେ ୬ଟି ଚୌକା ସହ ୫୦ ରନ କରିଥିଲେ। ଅଧିନାୟକ ଜୋ ରୁଟ୍ (Joe Root) ୭୨ଟି ବଲରେ ୩ଟି ଚୌକା ସହାୟତାରେ ୩୦ ରନ କରିବାରେ ସଫଳ ହୋଇଥିଲେ। ଏଥିସହିତ ଓଲି ପୋପ୍ ୧୫ ଏବଂ ବେନ୍ ଫକ୍ସ ୧୩ ରନ୍ ସ୍କୋର କରିଥିଲେ। ଭାରତୀୟ ବୋଲର ବିଶେଷ କରି ଆର୍.ଅଶ୍ୱିନ (Ravichandran Ashwin) ଏବଂ ଅକ୍ଷର ପଟେଲ (Axar Patel) ଙ୍କ ବଲ୍ ଏହି ଭ୍ରମଣକାରୀ ଦଳର ବ୍ୟାଟସମ୍ୟାନଙ୍କ ଅଧିକ ସମୟ ପିଚରେ ରହିବାକୁ ଦେଇ ନଥିଲା।
ପ୍ରଥମ ଥରପାଇଁ ଅନୁଷ୍ଠିତ ଟେଷ୍ଟ ଚାମ୍ପିୟନଶିପ (ICC Test Championship) ରେ ଭାରତର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପହଞ୍ଚିଛି। ଯେଉଁଠାରେ ବିରାଟ ବାହୀନି ନ୍ୟୁଜିଲାଣ୍ଡ (Newzilandକୁ ଭେଟିବେ। ଚଳିତବର୍ଷ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ଲର୍ଡ ଗ୍ରାଉଣ୍ଡରେ ଫାଇନାଲ୍ ମ୍ୟାଚ୍ (Final Match) ଖେଳାଯିବ। ତେବେ ଇଲଣ୍ଡ ଭଳି ନ୍ୟୁଜିଲାଣ୍ଡକୁ ମଧ୍ୟ ଧୂଳି ଚଟାଇବ ବୋଲି ଟିମର ଫୁଲ କନଫିଡେଣ୍ଟ ରହିଛି।
Also Read: ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଆଉ ଜଣେ ଭାରତୀୟ
ବିଶ୍ୱର ଟପ ୯ଟି ଟିମକୁ ନେଇ ଆଇସିସି ଟେଷ୍ଟ ସିରିଜ୍ ଚାମ୍ପିୟନଶିପ ଆୟୋଜନ କରାଯାଉଛି। ୨ ବର୍ଷ ଧରି ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ୨୦୧୯ରୁ ଆରମ୍ଭ ହୋଇ ୨୦୨୦ରେ ସାରିବାକୁ ICC ଲକ୍ଷ୍ୟ ରଖିଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ତାହା ୨୦୨୧ ପର୍ଯ୍ୟନ୍ତ ଲମ୍ବିଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ପରାସ୍ତ କରିଛି।