Advertisement
Article Detail0/zeeodisha/odisha703375
Zee OdishaOdisha National-Internationalଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଆଉ ଜଣେ ଭାରତୀୟ

ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଆଉ ଜଣେ ଭାରତୀୟ

ଆଇସିସି ତରଫରୁ ପ୍ରକାଶିତ ଏକ ବୟାନରେ ମେନନ୍ କହିଛନ୍ତି ଯେ, ଏଲିଟ୍ ପ୍ୟାନେଲରେ ନାମିତ ହେବା ମୋ ପାଇଁ ଗୌରବର ବିଷୟ । ଦୁନିଆର ଅଗ୍ରଣୀ ଅମ୍ପାୟାର ଏବଂ ରେଫରିମାନଙ୍କ ସହ ନିୟମିତ କାମ କରିବା ମୋର ସ୍ୱପ୍ନ ଥିଲା ।

ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଆଉ ଜଣେ ଭାରତୀୟ

ଦୁବାଇ: ଭାରତର ଯୁବ ଅମ୍ପାୟାର ନିତିନ ମେନନଙ୍କୁ ଇଂଲଣ୍ଡର ନାଇଜେଲ ଲଙ୍ଗଙ୍କ ସ୍ଥାନରେ ୨୦୨୦-୨୧ ସିଜନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଅମ୍ପାୟାରଙ୍କ ଏଲିଟ୍ ପ୍ୟାନେଲରେ ସାମିଲ କରାଯାଇଛି । ୩୬ ବର୍ଷୀୟ ମେନନ୍ ୩ଟି ଟେଷ୍ଟ, ୨୪ଟି ଏକ ଦିବସୀୟ ଏବଂ ୧୬ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିବାର ଅଭିଜ୍ଞତା ରହିଛି । ଅନ୍ୟପକ୍ଷେ ଏହି ତାଲିକାରେ ସ୍ଥାନ ସୁନିଶ୍ଚିତ କରିଥିବା ପୂର୍ବତନ ଅଧିନାୟକ ଶ୍ରୀନିବାସ ଭେଙ୍କଟାରାଘବନ୍ ଓ ସୁନ୍ଦରମ୍ ରବିଙ୍କ ପରେ ସେ ତୃତୀୟ ଭାରତୀୟ । ଗତ ବର୍ଷ ରବିଙ୍କୁ ଏଥିରୁ ବାଦ ଦିଆଯାଇଥିଲା ।

ଆଇସିସି ଜେନେରାଲ ମ୍ୟାନେଜର (କ୍ରିକେଟ୍) ଜ୍ୟୋଫ ଆଲର୍ଡାଇସ୍ (ଅଧ୍ୟକ୍ଷ), ପୂର୍ବତନ ଖେଳାଳି ତଥା ସମୀକ୍ଷକ ସଞ୍ଜୟ ମଞ୍ଜରେକର, ମ୍ୟାଚ୍ ରେଫରି ରଂଜନ ମଦୁଗାଲେ ଏବଂ ଡେଭିଡ ବୁନଙ୍କ ଚୟନ କମିଟି ଦ୍ୱାରା ମେନନଙ୍କ ଚୟନ କରାଯାଇଥିଲା । ମେନନ୍ ପୂର୍ବରୁ ଏମିରେଟ୍ସ ଆଇସିସି ଆନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲର ଅଂଶ ଥିଲେ ।

ଆଇସିସି ତରଫରୁ ପ୍ରକାଶିତ ଏକ ବୟାନରେ ମେନନ୍ କହିଛନ୍ତି ଯେ, ଏଲିଟ୍ ପ୍ୟାନେଲରେ ନାମିତ ହେବା ମୋ ପାଇଁ ଗୌରବର ବିଷୟ । ଦୁନିଆର ଅଗ୍ରଣୀ ଅମ୍ପାୟାର ଏବଂ ରେଫରିମାନଙ୍କ ସହ ନିୟମିତ କାମ କରିବା ମୋର ସ୍ୱପ୍ନ ଥିଲା ।

Add Zee News as a Preferred Source
About the Author