Indian Air Force Day : Sukhna Lakeରେ ଲଢୁଆ ବିମାନର ଶକ୍ତି ପ୍ରଦର୍ଶନ, ପିଏମ ଜଣାଇଲେ ଶୁଭେଚ୍ଛା
Advertisement
Article Detail0/zeeodisha/odisha1385289

Indian Air Force Day : Sukhna Lakeରେ ଲଢୁଆ ବିମାନର ଶକ୍ତି ପ୍ରଦର୍ଶନ, ପିଏମ ଜଣାଇଲେ ଶୁଭେଚ୍ଛା

Indian Air Force Day : ଆଜି ୯୦ ତମ ବାୟୁସେନା ପ୍ରତିଷ୍ଠା ଦିବସ । ଏନେଇ ଚଣ୍ତିଗଡର ସୁଖାନା ଲେକରେ (Sukhna Lake) ଉପରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା ।  ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହୋଇଛି  । 

ସୌଜନ୍ୟ : ସୋସିଆଲ ମିଡିଆ

Indian Air Force Day : ଆଜି ୯୦ ତମ ବାୟୁସେନା ପ୍ରତିଷ୍ଠା ଦିବସ । ଏନେଇ ଚଣ୍ତିଗଡର ସୁଖାନା ଲେକରେ (Sukhna Lake) ଉପରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । 
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହୋଇଛି  । ଏହି କାର୍ଯ୍ୟକ୍ରମରେ ସାମିଲ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତିତ ବହୁ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ସଂଖ୍ୟକ ଲୋକେ ମଧ୍ୟ ଏଠାରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଫେଲ, ସୁ୩୦, ମିରାଗ ୨୦୦୦ ସହ ୮୦ ଲଢୁଆ ବିମାନ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛି । ବାୟୁସେନା ଦିବସ ଅବସରରେ ଆଇଏଏଫ ଷ୍ଟେସନରେ (IAF station) ପ୍ରଥମେ ପରଡେ କରାଯାଉଛି । ପରେ ଚଣ୍ଡିଗଡରେ ପ୍ରାୟ ଦୁଇ ଘଣ୍ଚା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। ଅତି ନିକଟରୁ ଲୋକେ ମିରାଗ ୨୦୦୦ ଓ ରାଫେଲ ଭଳି ଲଢୁଆ ବିମାନକୁ ପାଖରୁ ଦେଖିବାର ସୁଯୋଗ ପାଇବେ । 

ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି ଯେ, " ବାୟୁସେନା ଦିବସରେ, ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା , ଭାରତୀୟ ବାୟୁସେନା ଦଶନ୍ଧି ଧରି ଦେଶପ୍ରତି ଥିବା ଅବଦାନ ଅତୁଳନୀୟ, ସେମାନେ ଦେଶକୁ ସୁରକ୍ଷିତ କରିଛନ୍ତି ଏବଂ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି "। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି  । " ଭାରତୀୟ ବାୟୁସେନା ଦିବସରେ ସମସ୍ତ ସାହସୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ।  ଆଇଏଫଏ ଏହାର ମୂଲ୍ୟ, ଉତ୍କର୍ଷ, କାର୍ଯ୍ୟଦକ୍ଷତା ଏବଂ ବୃତ୍ତିଗତତା ପାଇଁ ଜଣାଶୁଣା। ନୀଳ ରଙ୍ଗର ପୋଷାକଧାରୀ ପୁରୁଷ ଏବଂ ମହିଳାଙ୍କ ପାଇଁ ଭାରତ ଗର୍ବିତ" ।

 

ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ବାୟୁସେନା ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏହା ପାଳନ କରାଯାଉଛି। ବ୍ରିଟିଶ୍‌ ସାମ୍ରାଜ୍ୟର ବାୟୁସେନାର ଏକକ ଭାବରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ‘ରୟାଲ୍’ ଶବ୍ଦକୁ ଭାରତୀୟ ବାୟୁସେନା ନାମରେ ଯୋଡ଼ା ଯାଇଥିଲା । କିନ୍ତୁ ସ୍ୱାଧୀନତାର ତିନି ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି । ଦେଶରେ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି । ସେଥିମଧ୍ୟରୁ ତିନୋଟି ପାକିସ୍ତାନ ଏବଂ ଗୋଟିଏ ଚୀନ୍ ବିରୋଧରେ ରହିଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତିରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି । ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ। ଆମେରିକା, ଚୀନ୍‌ ଓ ରୁଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।