Basic Training Aircraft: ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ HTT-40 ହେଉଛି ଏକ ଟର୍ବୋପ୍ରପ୍ ବିମାନ। ଯାହା ବର୍ଦ୍ଧିତ ତାଲିମ କ୍ଷମତା ସହିତ ଡିଜାଇନ୍ କରାଯାଇଛି।
Trending Photos
Indian Air Force Will Get 40 HTT Plane: ଭାରତୀୟ ବାୟୁସେନାକୁ ଆହୁରି ମଜବୁତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ମାର୍ଚ୍ଚ ୧ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ସୁରକ୍ଷା କମିଟି ଭାରତୀୟ ବାୟୁସେନା ପାଇଁ ୭୦ HTT-40 ବିମାନ କ୍ରୟକୁ ଅନୁମୋଦନ କରିଛି। ଏହି ବିମାନ କ୍ରୟ ଲାଗି ୬୮୨୮ କୋଟି ବ୍ୟୟ କରାଯିବ। ଏହି ବିମାନ ବାୟୁସେନାରେ ମୌଳିକ ପ୍ରଶିକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ବିମାନକୁ ଆସନ୍ତା ୬ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ୭୦ HTT-40 ପ୍ରଶିକ୍ଷକ ବିମାନକୁ ୬୮୨୮.୩୬ କୋଟି ଟଙ୍କାରେ କ୍ରୟ ଲାଗି ଅନୁମୋଦନ ମିଳିଛି।
ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ (Ministry of Defence India) ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (State Owned Enterprises) ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (Hindustan Aeronautics Limited) ହାଲ (HAL) ଦ୍ୱାରା ନିର୍ମିତ HTT-40 ହେଉଛି ଏକ ଟର୍ବୋପ୍ରପ୍ ବିମାନ (HTT-40 Turboprop Aircraft)। ଯାହା ବର୍ଦ୍ଧିତ ତାଲିମ କ୍ଷମତା ସହିତ ଡିଜାଇନ୍ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Defence Minister Rajnath Singh) କହିଛନ୍ତି ଯେ ବିମାନ କ୍ରୟ ନିଷ୍ପତ୍ତି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (Micro, Small and Medium Enterprises) ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା କ୍ଷେତ୍ରରେ (Defence Sector of India) ଭାରତର ଆତ୍ମନିର୍ଭରଶୀଳତାକୁ (Self Reliant India Campaign) ମଜବୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, HTT-40 ବିମାନରେ ପ୍ରାୟ ୫୬ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ରହିଛି। ଯାହାକୁ ଧୀରେ ଧୀରେ ୬୦ ପ୍ରତିଶତକୁ ବୃଦ୍ଧି କରାଯିବ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ହାଲ୍ ଏହାର ଯୋଗାଣ ଶୃଙ୍ଖଳରେ ଏମଏସଏମଇ ସମେତ ବେସରକାରୀ କ୍ଷେତ୍ର ଉତ୍ପାଦନକାରୀଙ୍କୁ ଯୋଡ଼ିବ। ଏହି କ୍ରୟ ସହିତ ପ୍ରାୟ ୧୫୦୦ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପ୍ରାୟ ୩୦୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ଶହେରୁ ଅଧିକ ଏମଏସଏମଇ କ୍ଷେତ୍ରରେ (MSME Sector) ଯୋଗାଇ ଦିଆଯାଇପାରିବ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ କ୍ୟାବିନେଟ ସୁରକ୍ଷା କମିଟି (Cabinet Committee on Security) ୩୧୦୮.୦୯ କୋଟି ଟଙ୍କା ମୂଲ୍ୟର ତିନୋଟି କ୍ୟାଡେଟ୍ ଟ୍ରେନିଂ ଜାହାଜ ଅଧିଗ୍ରହଣ ପାଇଁ ଏଲ ଆଣ୍ଡ ଟି (L&T) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଅନୁମୋଦନ କରିଛି। ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟାର, ବାଏ ଇଣ୍ଡିଆନ ଆଇଡିଡିଏମ (By Indian IDDM) ସ୍ୱଦେଶୀ ଡିଜାଇନ୍, ବିକଶିତ ଏବଂ ଉତ୍ପାଦିତ (Indigenously Designed Developed and Manufactured) ବର୍ଗ ଅଧୀନରେ କ୍ୟାଡେଟ୍ ଟ୍ରେନିଂ ଜାହାଜ (Cadet Training Ship) କ୍ରୟ କରାଯିବ। ଏହି ଜାହାଜର ନିର୍ମାଣ ଚେନ୍ନାଇସ୍ଥିତ (Chennai) କଟ୍ଟୁପଲ୍ଲୀ (Kattupalli) ଏଲ ଆଣ୍ଡ ଟି ସିପିୟାର୍ଡ (L&T Shipyard) ଠାରେ ନିର୍ମାଣ କରାଯିବ।