ଚୀନର ମୁକାବିଲା: ଭାରତୀୟ ସଶସ୍ତ୍ର ବାହିନୀ ହାତେଇବ ୩୦୦ କୋଟିର ଯୁଦ୍ଧାସ୍ତ୍ର
Advertisement

ଚୀନର ମୁକାବିଲା: ଭାରତୀୟ ସଶସ୍ତ୍ର ବାହିନୀ ହାତେଇବ ୩୦୦ କୋଟିର ଯୁଦ୍ଧାସ୍ତ୍ର

ଭାରତୀୟ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ଲାଗି ୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବାକୁ ଯାଉଛନ୍ତି ଭାରତ ସରକାର ।    

ଚୀନର ମୁକାବିଲା: ଭାରତୀୟ ସଶସ୍ତ୍ର ବାହିନୀ ହାତେଇବ ୩୦୦ କୋଟିର ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଏବେ ଆକ୍ସନ ମୁଡରେ ରହିଛି ଭାରତୀୟ ସେନା । ଏଣିକି ଶତ୍ରୁପକ୍ଷକୁ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମୁହଁତୋଡ ଜବାବ ଦେବାକୁ ସେନା ବାହିନୀକୁ କ୍ଷମତା ପ୍ରଦାନ କରିଛନ୍ତି ଭାରତ ସରକାର । ଏହି କ୍ରମରେ ଭାରତୀୟ ସଶସ୍ତ୍ର ବାହିନୀକୁ ୩୦୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି । 

ଏନେଇ ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି, ଯୁଦ୍ଧାସ୍ତ୍ର କ୍ରୟ କରିବାର ସମୟସୀମାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।  ପ୍ରାୟ ୬ ମାସ ମଧ୍ୟରେ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଲାଗି ନିର୍ଦ୍ଦେଶ ଦିଆଯିବା ଏବଂ ବର୍ଷେ ମଧ୍ୟରେ ଏହାକୁ ସେନା ବାହିନୀକୁ ହସ୍ତାନ୍ତର କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ପ୍ରତିରକ୍ଷା ମଞ୍ଜୁରୀ ପରିଷଦ-ଡିଏସି(Defence Acquisition Council-DAC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଦେଶର ଉତ୍ତର ସୀମାର ସୁରକ୍ଷା ସହିତ ସେଠାକାର ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ଲାଗି ସଶସ୍ତ୍ର ବାହିନୀକୁ ମଜବୁତ କରିବାର ଆବଶ୍ୟକତା ବୃଦ୍ଧିପାଇଛି । ଏଥିଲାଗି ଚଳିତ ବର୍ଷ ଜୁଲାଇ ୧୫ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ଅନୁଷ୍ଠିତ ହୋଇଛି। ଶତ୍ରୁପକ୍ଷର ମୁକାବିଲା ଲାଗି ଭାରତୀୟ ସେନାକୁ ୩୦୦ କୋଟିର ଅସ୍ତ୍ରଶସ୍ତ୍ର କିଣିବା ଲାଗି କ୍ଷମତା ପ୍ରଦାନ କରାଯାଇଛି।

ଲଦାଖ ହୋଇଥିବା ମୁହାଁମୁହଁ ଘଟଣା ପରେ ଚୀନର ମୁକାବିଲା କରିବାକୁ ସତର୍କ ହୋଇଉଠଛି ଭାରତ । ଏହି ମର୍ମରେ ସ୍ଥଳ, ଜଳ ଏବଂ ବାୟୁସେନା ଲାଗି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକାର ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।