ଭୁବନେଶ୍ୱର: Indian Railway IRCTC News: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଛି । ରେଳ ମନ୍ତ୍ରଣାଳୟ ECoR କ୍ଷେତ୍ରାଧିକାରରେ ଜସିଦିହ ଓ ଏସଏମଭିଟି, ବେଙ୍ଗାଲୁରୁରୁ ଭଦ୍ରକ-ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଏକ ନୂତନ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନର ଉଦଘାଟନ ସେପ୍ଟେମ୍ୱର ୨୩ରେ ହେବ । ଏହି ଟ୍ରେନଟି ଜସିଦିହରୁ ସେପ୍ଟେମ୍ୱର ୩୦ ଛାଡ଼ିବ ଓ ଅକ୍ଟୋବର ୨ରେ ବେଙ୍ଗାଲୁରୁରୁ ଫେରିବ । ନିୟମିତ ସେବାରେ 22306 ଜସିଦିହ-ଏସଏମଭିଟି (22306 Jasidih-SMVT), ଜସିଦିହ-ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ଜସିଦିହରୁ ପ୍ରତ୍ୟେକ ଶୁକ୍ରବାର ସକାଳ ୬.୩୦ରେ ଛାଡ଼ିବ । ଫେରିବା ଦିଗରେ 22305 (SMVT-Jasidih22305 ), ଜସିଦିହ-ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ , ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ୧୦.୦୦ ଛାଡ଼ିବ । 


COMMERCIAL BREAK
SCROLL TO CONTINUE READING

ଏହି ଟ୍ରେନଟି ECoR କ୍ଷେତ୍ରାଧିକାରରେ ଥିବା ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ ଏବଂ ବିଶାଖାପାଟନମ୍ ଠାରେ ଅଟକିବ । ଏହା ବ୍ୟତୀତ ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗପୁର, ବାଲେଶ୍ୱର, ନେଲ୍ଲୋର, ପେରାମବୁର, କଟପାଡି ଏବଂ ଜୋଲାରପେଟୁରାଇ ଅଟକିବ । 


ସେପଟେ ବିଗତ ଦିନରେ ଓଡ଼ିଶା ପାଇଁ ନୂଆ ୭ଟି ରେଳ ପ୍ରକଳ୍ପ ଅନୁମୋଦିତ କରାଯାଇଛି । ଏହାର ସୂଚନା ରେଳ ମନ୍ତ୍ରୀ (Railway Minister) ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଦେଇଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ପାଞ୍ଚଟି ରେଳ ଲାଇନ ସମେତ ସାତୋଟି ନୂତନ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ସଂସଦରେ କହିଥିଲେ ।


ଏହି ନୂତନ ପ୍ରକଳ୍ପଗୁଡ଼ିକ ହେଉଛି ତାଲଚର-ଅନୁଗୋଳ ନୂତନ ଲାଇନ ସହିତ ତ୍ରିକୋଣୀୟ ଜଙ୍କସନ, ବାଘୁଆପାଲ ଫ୍ଲାଏ ଓଭର, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ରଜତଗଡ଼-କାଇପଦର, ବନସପାଣି-ବରବିଲ, ବରଗଡ-ନୂଆପଡା ରୋଡ ଏବଂ ବୁରାମରା-ଚକୁଲିଆ ରୋଡ । ରେଳବାଇ ଦ୍ୱାରା ତାଲଚର-ଅନୁଗୋଳ ନୂତନ ଲାଇନ ଓ ବାଘୁଆପାଲ ଫ୍ଲାଏ ଓଭର ନିଆଯାଉଥିବାବେଳେ ବାକି ପାଞ୍ଚଟି ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟକଳାପ ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) କୁ ଅନୁମୋଦନ ଦିଆଯାଇଛି ।


ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ


ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ


ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା


 


ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ସହ ଖର୍ଚ୍ଚ ବଣ୍ଟନ ଆଧାରରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂତନ ଲାଇନ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । କୋରୋନା ମାମଲା ହ୍ରାସ ପରେ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ୨,୩୦୦ ଟ୍ରେନ୍ ଚଳାଚଳ କରୁଛି । ୫୦୦ ଟ୍ରେନ୍ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଚଳାଚଳ କରିବାକୁ ଯାଉଥିବା ୫୦୦ ଟ୍ରେନ୍ ମଧ୍ୟରୁ ଶହେରୁ ଅଧିକ ମେଲ୍ ଓ ଏକ୍ସପ୍ରେସ୍ କ୍ଲାସ୍ ଟ୍ରେନ ରହିଛି । ଅବଶିଷ୍ଟ ୪୦୦ ପେସେଞ୍ଜର ଟ୍ରେନ୍ ରହିଛି । ଏହି ଯାତ୍ରୀବାହୀ ଟ୍ରେନ ବନ୍ଦ ହେବା ଦ୍ୱାରା ସ୍ଥାନୀୟ ସ୍ତରରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ବଢ଼ିଯାଇଥିଲା ।