Odisha News: ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି
Advertisement
Article Detail0/zeeodisha/odisha2307342

Odisha News: ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି

Odisha News: କୁଲି ମୁଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିବା ଗରିବ ଶ୍ରେଣୀର ଲୋକେ କିନ୍ତୁ ବର୍ତ୍ତମାନ ସମୟରେ କାମଧନ୍ଦା ନପାଇ ଆମ୍ବ ଟାକୁଆରୁ ଫଟାଇ ସେଥିରୁ କୋଇଲି ବାହାର କରି ଶୁଖାଇ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରୀ କରି ଦି ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ଦିଗରେ ଲାଗିପଡିଛନ୍ତି ଅଞ୍ଚଳବାସୀ ।

Odisha News: ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି

Odisha News: କାମ ଧନ୍ଦା ଅଭାବରୁ ଗ୍ରାମାଞ୍ଚଳରେ ଲୋକେ ଏବେ ହନ୍ତସନ୍ତ । ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳର ଲୋକେ ଏବେ କୋଇଲି ବିକ୍ରି କରି ଦି ପଇସା ରୋଜଗାର କରିବା ପାଇଁ ଦିନ ମାନ ପରିଶ୍ରମ ରେ ଲାଗିପଡିଥିବା ଦେଖିବାକୁ ମିଳିଛି । କୁଲି ମୁଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିବା ଗରିବ ଶ୍ରେଣୀର ଲୋକେ କିନ୍ତୁ ବର୍ତ୍ତମାନ ସମୟରେ କାମଧନ୍ଦା ନପାଇ ଆମ୍ବ ଟାକୁଆରୁ ଫଟାଇ ସେଥିରୁ କୋଇଲି ବାହାର କରି ଶୁଖାଇ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରୀ କରି ଦି ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ଦିଗରେ ଲାଗିପଡିଛନ୍ତି ଅଞ୍ଚଳବାସୀ ।

ଜନଜାତି ବହୁଳ ଅଞ୍ଚଳ ହେଉଛି କନ୍ଧମାଳ ଜିଲ୍ଲା। ସେମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରି ଜୀବିକା ନିର୍ବାହ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ଯ ମଧ୍ୟରେ ଆମ୍ବ ମଧ୍ୟ ସାମିଲ। କନ୍ଧମାଳ ଅଞ୍ଚଳବାସୀ ଦେଶୀ ଆମ୍ବରୁ ଆମ୍ବଷଢା, ଆମ୍ବୁଲ ଓ ପରେ ପରେ ସେଥିରୁ କୋଇଲି ସଂଗ୍ରହ କରି ତା'' ଉପରେ ନିର୍ଭର କରିଥାନ୍ତି। ଯେଉଁ ବର୍ଷ ଭଲ ଆମ୍ବ ଅମଳ ହୁଏ ସେ ବର୍ଷ ପ୍ରାୟ ୮ରୁ ୯ କୋଟି ଟଙ୍କାର ବେପାର ହୋଇଥାଏ। ଏଥିସହ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିଥାନ୍ତି। ସରକାରୀ ସଂସ୍ଥା ଟିଡିସିସି ମାଧ୍ୟମରେ ଏହି ଦ୍ରବ୍ୟ କରାଯାଇଥାଏ।

ହେଲେ ଏଯାବତ ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରାଯାଇନାହିଁ। ଚିନ୍ତାରେ ପଡ଼ିଛନ୍ତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ। କଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବାହାରେ ବିକ୍ରି କଲେ ଶୋଷଣର ଶିକାର ହେବେ। ଅନେକ ଧାର ଉଦ୍ଧାର କରି ଉତ୍ପାଦନ କରିଛନ୍ତି। କାନ୍ଧରେ କରଜର ବୋଝ। ତେଣୁ ସରକାର ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ତୁରନ୍ତ ଉତ୍ପାଦନ ସାମଗ୍ରୀ କ୍ରୟ ପାଇଁ ବ୍ୟବସ୍ଥା କରିବା ଉଚିତ। ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ନଯାଇ ନିଜେ ହରିଡ଼ା, ବାହାଡ଼ା, ଅଁଳା ଓ ଆମ୍ବ ଆଦି ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ କରି ଜୀବିକା ନିର୍ବାହ କରୁଛନ୍ତି।

ଅପରପକ୍ଷରେ ସରକାର କହୁଛନ୍ତି ଜନଜାତି ଓ ପଛୁଆବର୍ଗଙ୍କ ଉନ୍ନତି ହେଲେ ହିଁ ରାଜ୍ୟର ଉନ୍ନତି ହେବ। ବିଶେଷକରି ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କାରିବା ପାଇଁ ହିଁ ଏଭଳି ବ୍ୟବସ୍ଥା କରାଯାଇଛି। ହେଲେ ସେମାନଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି। ଖୁବଶୀଘ୍ର ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉତ୍ପାଦନ ସାମଗ୍ରୀ କ୍ରୟ କରିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଏପରି କୁହାଯାଇପାରେ-''ଜନଜାତିଙ୍କ ଉନ୍ନତି, ନୂଆ ଓଡ଼ିଶାର ବିକାଶକୁ ଗତି।''