Vande Bharat Train: ରେଳ ଯାତ୍ରୀଙ୍କୁ ଏକ ଖୁସି ଖବରପ ଦେଇଛି ଭାରତୀୟ ରେଳବାଇ। ବର୍ତ୍ତମାନ ଦେଶରେ ଏକ ନୂତନ ସଂସ୍କରଣର ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ପ୍ରସ୍ତୁତି ତାଲିଛି। ଏହା ଦେଶର ତୃତୀୟ ଟ୍ରେନ୍ ହେବ ଏବଂ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରୁ ଅଗଷ୍ଟ ୧୨ ତାରିଖରେ ପରୀକ୍ଷଣ ଲାଗି ଛଡ଼ାଯିବ। ଜୁଲାଇ ୨୬ ତାରିକ ମଙ୍ଗଳବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଟ୍ରେନ୍ ଆସନ୍ତା ନଭେମ୍ବରରେ ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ମାର୍ଗରେ ପରୀକ୍ଷା ମୂଳକ ଭାବେ ରେଳ ଧାରଣାରେ ଦୌଡ଼ିବ। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ରେଳବାଇ (Indian Railway) ସୂତ୍ର ଅନୁଯାୟୀ ସେମି ହାଇ ସ୍ପିଡ୍ ଟ୍ରେନ (Semi High Speed Train) ବନ୍ଦେ ଭାରତ ରେଳଗାଡିର (Vande Bharat Train) ପରୀକ୍ଷା ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆରମ୍ଭ ହେବ।  ଏନେଇ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଚେନ୍ନାଇ (Chennai) ଠାରୁ ଏହି ରେଳଗାଡ଼ିକୁ ରେଳ ଧାରଣାରେ ଗଡାଇବା ପାଇଁ ସବୁଜ ପତାକା ଦେଖାଇବେ। ହେଲେ ଏନେଇ କେନ୍ଦ୍ର ସରକାର କିମ୍ବା ରେଳ ମନ୍ତ୍ରଣାଳୟ (Railway Ministry) ପକ୍ଷରୁ ନିଶ୍ଚିତ ହୋଇନାହିଁ। ନୂତନ ସଂସ୍କରଣର ବନ୍ଦେ ଭାରତ ଟ୍ରେନ ରାଜସ୍ଥାନର କୋଟା ଠାରୁ ମଧ୍ୟପ୍ରଦେଶର ନାଗଦା ଖଣ୍ଡ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ଚଳାଯିବ। ପରୀକ୍ଷା ବେଳେ ବନ୍ଦେ ଭାରତ ଟ୍ରେନ ବେଗ ଘଣ୍ଟାପ୍ରତି ୧୦୦-୧୮୦ କିଲୋମିଟର ହେବ। ଏହି ଅତ୍ୟାଧୁନିକ ରେଳଗାଡି଼ର ସର୍ବାଧିକ ବେଗ ହେଉଛି ଘଣ୍ଟା ପ୍ରତି ୧୬୦-୨୦୦ କିମି। ଦୁଇରୁ ତିନୋଟି ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ନୂତନ ବନ୍ଦେ ଭାରତ ଟ୍ରେନ୍ ବ୍ୟବସାୟିକ ଚଳାଚଳ ଲାଗି ଅନୁମୋଦିତ ହୋଇପାରିବ। 


ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଅନୁଯାୟୀ ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ୭୫ ବନ୍ଦେ ଭାରତ ଟ୍ରେନ୍ ରେଳ ଧାରଣାରେ ଦୌଡ଼ିବା ଆରମ୍ଭ କରିବ ବୋଲି ଭାରତୀୟ ରେଳବାଇ ଦାବି କରିଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା (Chennai Integral Coach Factory) ପ୍ରତି ମାସରେ ୬-୭ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ କ୍ଷମତା ରଖିଛି। ଏହି ସଂଖ୍ୟା ୧୦ କରିବା ପାଇଁ ଉଦ୍ୟମ ଚାଲିଛି।


ଏହା ବ୍ୟତୀତ ବନ୍ଦେ ଭାରତ ଟ୍ରେନ ପଞ୍ଜାବ (Punjab) କପୁରଥାଲାସ୍ଥିତ (Kapurthala) ରେଳ କୋଚ କାରଖାନା (Rail Coach Factory) ଏବଂ ଉତ୍ତର ପ୍ରଦେଶ (Uttar Pradesh) ରାଏବରେଲିସ୍ଥିତ ଆଧୁନିକ କୋଚ୍ କାରଖାନା (Raebareli Modern Coach Factory) ଠାରେ ନିର୍ମିତ ହେବ। ନୂତନ ବନ୍ଦେ ଭାରତ ଟ୍ରେନ୍ ରେଳଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ଆରାମଦାୟକ ସୁବିଧା ସମେତ ଅନେକ ଦିଗ ପ୍ରତି ଧ୍ୟାନ ଦେଇଛି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଦିଲ୍ଲୀ-କଟାରା ଏବଂ ଦିଲ୍ଲୀ-ବାରାଣାସୀ ମଧ୍ୟରେ ଚଳାଚଳ କରୁଛି।


Also Read: ବନ୍ଦେ ଭାରତ ଟ୍ରେନ ଉପରେ ବ୍ରେକ ଲଗାଇଲା ୟୁକ୍ରେନ


Also Read: ଯାତ୍ରୀଙ୍କୁ ରେଳବାଇର ଉପହାର, ସେବା ଯୋଗାଇବା ଲାଗି ଟ୍ରାକରେ ଦୌଡିବ ୪୪ ବନ୍ଦେ ଭାରତ ଟ୍ରେନ


Also Read: ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ