ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ପାର୍
Advertisement
Article Detail0/zeeodisha/odisha723481

ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ପାର୍

ଦେଶରେ ଏପର୍ଯ୍ୟନ୍ତ ୧୯ଲକ୍ଷ ୮ ହଜାର ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୯ ହଜାର ୭୯୫ ଜଣଙ୍କ ମୃତ୍ୟୁ ହେଲାଣି ।

ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ୧୯ ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୫୭ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୧୯ଲକ୍ଷ ୮ ହଜାର ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୯ ହଜାର ୭୯୫ ଜଣଙ୍କ ମୃତ୍ୟୁ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୨ଲକ୍ଷ ୮୨ହଜାର ୨୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏବେ ୫ଲକ୍ଷ ୮୬ ହଜାର ୨୪୪ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧କୋଟି ୮୭ଲକ୍ଷ ୪ହଜାର ୩୭୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୭ଲକ୍ଷ ୪ହଜାର ୩୬୫ଜଣଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୧କୋଟି ୧୯ଲକ୍ଷ ୧୭ହଜାର ୮୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏବେ ୬୦ଲକ୍ଷ ୮୨ହଜାର ୨୧୧ଟି ଆକ୍ଟିଭ କେସ ରହିଛି । 

ସେପଟେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧ କୋଟି ଛୁଇଁବାକୁ ବସିଲାଣି । କେବଳ ଏତିକି ନୁହେଁ, ୧ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଜୀବନ ମଧ୍ୟ ଗଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକାରେ ଏବେ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ମଧ୍ୟ ରହିଛି । 

ଅନ୍ୟପଟେ ସଂକ୍ରମଣ ତାଲିକାର ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ପାର କଲାଣି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ଲକ୍ଷ ଛୁଇଁବାକୁ ବସିଲାଣି । ଆମ ଦେଶ ଭାରତ ଟପ୍-୩ରେ ରହିଛି । ତେବେ ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଭାରତ ଖୁବଶୀଘ୍ର ବ୍ରାଜିଲକୁ ଅତିକ୍ରମ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି ।