ନୂଆଦିଲ୍ଲୀ: କାଶ୍ମୀର ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ  ଆତଙ୍କୀ ଦମନ ଅଭିଯାନକୁ ଜାରି ରଖିଛି ଭାରତୀୟ। ଏହି କ୍ରମରେ ଗତ ୨୦୧୮ ବର୍ଷରୁ ଲଗାତାର ଭାବେ ଜାରି ରହିଥିବା ଆତଙ୍କବାଦୀ ଦମନ ଅଭିଯାନକୁ ମିଳିଛି 
ବଡ ଧରଣର ସଫଳତା। ପୂର୍ବ ବର୍ଷ ଅପେକ୍ଷା ଘାଟିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସହ ଆକ୍ରମଣ କରିବା ଭଳି ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ କାଶ୍ମୀର ଘାଟିରେ ୨୧୭ ଆତଙ୍କବାଦୀ ସକ୍ରିୟ ରହିଥିବା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି। ଯାହା ତୁଳନାତ୍ମକ ଭାବେ ବିଗତ ଦଶନ୍ଧି ଠାରୁ ଅପେକ୍ଷାକୃତ କମ। ବିଗତ ୨-୩ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦଙ୍କୁ ସମୂଳେ ନାଶ କରିବା ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି। 


ଏନେଇ ପ୍ରତିକ୍ରିୟା ରଖି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ କହିଛନ୍ତି ଗତ ବର୍ଷ ଅପେକ୍ଷା ଚଳିତ ସୀମାରେ ହେଉଥିବା ଅନୁପ୍ରବେଶ ଜନିତ ଘଟଣାକୁ ୭୦ ପ୍ରତିଶତ ହ୍ରାସ କରାଇବାରେ ସଫଳ ହୋଇଛି ସୁରକ୍ଷା ବଳ।  ପାକିସ୍ତାନ ପଟୁ ଡ୍ରୋନ କିମ୍ବା ସୁଡଙ୍ଗ ମାଧ୍ୟମରେ ହତିଆର କିମ୍ବା ଡ୍ରଗ୍ସ ଚାଲାଣ ଭଳି ଘଟଣା ଦେଶର ସୁରକ୍ଷା ଏଜେନ୍ସି ଲାଗି ବର୍ତ୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଞ୍ଜ। ଏହା ଉପରେ ଲଗାମ ଲଗାଇବା ପାଇଁ  ଆଧିୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି।  



 


Also Read: ଯାହାର ସନ୍ଦେହ ଅଛି କାଶ୍ମୀର ଯାଅ, ଆମର ନାହିଁ: ଋଷ


ଏହି ବରିଷ୍ଠ ସେନାଧ୍ୟକ୍ଷ କହିଛନ୍ତି ଯେତେବେଳେ ଆମକୁ ଖବର ମିଳେ ଆତଙ୍କବାଦୀ କୌଣସି ସ୍ଥାନରେ ଫସି ରହିଛନ୍ତି, ସେତେବେଳେ ଆମେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥାଉ। ଯଦି ତାଙ୍କର ପରିଚୟ ମିଳେ ତାହେଲେ ସୁରକ୍ଷା ବଳ ତାଙ୍କ ପରିବାର ସଦସ୍ୟଙ୍କୁ ଏ ଘଟଣା ବାବଦରେ ଜଣାଇଥାଏ। ଯେତେବେଳେ ସମସ୍ତ ପ୍ରକାର ପ୍ରୟାସ ବିଫଳ ହୁଏ, ଆମେ ଆଗକୁ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନେଇଥାଏ।