IPL 2020: ଆଜି ଟେବୁଲ ଟପ୍ ପାଇଁ କୋଲକାତା-ବାଙ୍ଗାଲୋର ଲଢେଇ
Advertisement

IPL 2020: ଆଜି ଟେବୁଲ ଟପ୍ ପାଇଁ କୋଲକାତା-ବାଙ୍ଗାଲୋର ଲଢେଇ

ଆଜି ଆଇପିଏଲରେ ଖେଳାଯିବ ୨୮ତମ ମ୍ୟାଚ । ଶାରଜାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲଞ୍ଜପ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ।

IPL 2020: ଆଜି ଟେବୁଲ ଟପ୍ ପାଇଁ କୋଲକାତା-ବାଙ୍ଗାଲୋର ଲଢେଇ

ନୂଆଦିଲ୍ଲୀ: ଶାରଜା ଷ୍ଟାଡିୟମରେ ଖେଳାଯିବ ଚଳିତ ଆଇପିଏଲର ୨୮ତମ ମ୍ୟାଚ । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା ପାଇଁ ଲଢିବେ ଦିନେଶ କାର୍ତ୍ତିକଙ୍କ କୋଲକାତା ଓ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବାଙ୍ଗାଲୋର । ଗ୍ରାଉଣ୍ଡ ଛୋଟ ଥିବାରୁ ଏଥିରେ ଉଭୟ ଦଳର ବୋଲର୍ସଙ୍କ ଉପରେ ପଡିପାରେ ଅଧିକ ଚାପ ।

ଦୁବାଇ ଗ୍ରାଉଣ୍ଡରେ କୋଲକାତା ଓ ବାଙ୍ଗାଲୋର ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଶାହାଜାରେ ବି ଏହାର ଅନୁରୂପ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଫିଲ୍ଡ ଛୋଟ ଥିବାରୁ ଉଭୟ ଟିମର ଗ୍ରାଉଣ୍ଡ ସ୍କୋର ଅପକ୍ଷା ବାଇଣ୍ଡାରୀ ଅଧିକ ହୋଇପାରେ । ବାଉଣ୍ଡରୀ ଦୌଉଡିରେ କିଛିଟା ସୁଧାର ଆସିଛି । ତଥାପି ବୋଲର ଟିକେ ପ୍ରେସରରେ ରହିବେ ।

ବାଙ୍ଗାଲୋରର ସାମ୍ଭାବ୍ୟ ଏକାଦଶରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ଟିମର ସନ୍ତୁଳନ ପାଇଁ କ୍ରିସ ମୋରିସଙ୍କ କମବ୍ୟାକ ହେବ । ଗତ ମ୍ୟାଚରେ ଆହତ ହୋଇ ଚିକିତ୍ସାଧିନ ଥିଲେ ଅଷ୍ଟ୍ରେଲିଆ କ୍ୟାପଟେନ । ସେପଟେ ଫର୍ମରେ ଥିବା ଆରୋନ ଫିଞ୍ଚ ବାଙ୍ଗାଲୋର ପାଇଁ ଗେମ ଚେଞ୍ଜର ସାଜିପାରିବେ ।

ସେପଟେ ପ୍ଲେୟାର୍ସଙ୍କୁ ନେଇ ଧର୍ମ ସଙ୍କଟରେ ପଡିଛି କୋଲକାତା । ସୁନିଲ ନାରିନ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ କ୍ରିସ ଗ୍ରୀନଙ୍କୁ ବିକଳ୍ପ ଭାବେ ରଖାଯାଇଛି । ସେହିପରି ଆହତ ଆନ୍ଦ୍ରେ ରସେଲଙ୍କ ଟିମରେ ସାମିଲ ସମ୍ଭାବନା କମ । ଯଦି ରୁସେଲ ଫିଟ ନ ହୁଅନ୍ତି ତେବେ ତାଙ୍କୁ ଶିଭମ ମାଭି କିମ୍ବା ଲକି ଫେର୍ଗୁସନ ରିପ୍ଲେସ କରିପାରନ୍ତି । ଏପରି ହେବେ ଟିମର ବ୍ୟାଟିଂ ପ୍ରଭାବିତ ହେବ ବୋଲି ଆଶଙ୍କା କାରଯାଉଛି ।

କୋଲକାତା ବିପକ୍ଷରେ ବିରାଟ କୋହଲି ଫର୍ମରେ ଅଛନ୍ତି । ଗତ ୫ଟି ମ୍ୟାଚରୁ ୨ଟି ଅର୍ଦ୍ଧ ଶତକ ଓ ଗୋଟିଏ ଶତକ କରିଛନ୍ତି । କ୍ରିସ ମୋରିସ କୋଲକାତା ବିପକ୍ଷ ୨ଟି ମ୍ୟାଚର ଫିନିସର ସାଜିଛନ୍ତି । ସେପଚ ପାଟ କୁମିନ୍ସଙ୍କ ବୋଲିଂ ଉପରେ ରହିବ ସମସ୍ତଙ୍କ ନଜର । ଚଳିତ ସିଜିନରେ କୁମିନ୍ସ ୨୭ଟି ବଲ ପକାଇବାର ସୁଯୋଗ ପାଇଥିଲେ, ଯେଉଁଥିରେ ସେମାତ୍ର ୧୮ ରନ ଦେଇଛନ୍ତି।