IDF - Israel attack Houthi targets: ଇସ୍ରାଏଲ-ୟମେନ ମଧ୍ୟରେ ଯୁଦ୍ଧ : ହୁତି ଆକ୍ରମଣର ପାଲଟା ଜବାବ ଦେଲା ଆଇଡିଏଫ
Advertisement
Article Detail0/zeeodisha/odisha2346042

IDF - Israel attack Houthi targets: ଇସ୍ରାଏଲ-ୟମେନ ମଧ୍ୟରେ ଯୁଦ୍ଧ : ହୁତି ଆକ୍ରମଣର ପାଲଟା ଜବାବ ଦେଲା ଆଇଡିଏଫ

Israeli fighter jets strike Houthi targets: ହୁତି ବିଦ୍ରୋହୀ ଦ୍ବାରା ଇସ୍ରାଏଲ ରାଜଧାନୀରେ ଡ୍ରୋନ୍ ହମଲାର ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ।ପଶ୍ଚିମ ୟମେନର ବିଦ୍ରୋହୀ ଗୋଷ୍ଠୀ ଅଧିକାଂଶ ଠିକଣାରେ ଏହି ହମଲା ହୋଇଛି। ଏହି ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଆଇଡିଏଫ ପକ୍ଷରୁ ସୂଚନା ଦିଆଯାଇଛି।

Israel

Israel attack Houthi targets: ହୁତି ବିଦ୍ରୋହୀ ଦ୍ବାରା ଇସ୍ରାଏଲ ରାଜଧାନୀରେ ଡ୍ରୋନ୍ ହମଲାର ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ।ପଶ୍ଚିମ ୟମେନର ବିଦ୍ରୋହୀ ଗୋଷ୍ଠୀ ଅଧିକାଂଶ ଠିକଣାରେ ଏହି ହମଲା ହୋଇଛି। ଏହି ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଆଇଡିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ-ହମାସ ମଧ୍ୟରେ ଗତ ଅକ୍ଟୋବର ମାସରୁ ଯୁଦ୍ଧ ଜାରି ରହିଛି । ହେଲେ ଇସ୍ରାଏଲ ଦ୍ବାରା ୟମେନ ଉପରେ ଏହା ପ୍ରଥମ ହମଲା ବୋଲି ଆଇଡିଏଫ ପକ୍ଷରୁ କୁହାଯାଇଛି।

ୟମେନରେ ହୁତିଙ୍କ ଗଡ଼ କୁହାଯାଉଥିବା ପଶ୍ଚିମ ବନ୍ଦର ସହର ହୃଦୟଦାହର ଅନେକ ଠିକଣାରେ ମିସାଇଲ୍ ମାଡ଼ ହୋଇଛି। ହୁତି ବିଦ୍ରୋହୀ ଗୋଷ୍ଠୀ ଲଗାତାର ଭାବେ କରୁଥିବା ଆକ୍ରମଣର ଜବାବ ଦିଆଯାଇଛି ବୋଲି ଇସ୍ରାଏଲ କହିଛି।ହୁତି ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ମହମ୍ମଦ ଅଦୁଲସଲାମ୍ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଏନେଇ ୟମେନ ଉପରେ ଇସ୍ରାଏଲ ହମଲା କରିଛି। ଆଇଡିଏଫ ଇନ୍ଧନ ଭଣ୍ଡାର ଏବଂ ବିଜୁଳି ଉତ୍ପାଦନ କେନ୍ଦ୍ରକୁ ଟାର୍ଗେଟ୍ କରିଛି।

ଇସ୍ରାଏଲର ଏହି ଆକ୍ରମଣରେ ୟମେନ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବ । କାରଣ ଏହି ମିସାଇ ମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗାଜାକୁ ସମର୍ଥନ ବନ୍ଦ କରିବାକୁ ଇସ୍ରାଏଲ ଏହି ଆକ୍ରମଣ କରି ଚାପ ପକାଉଥିବା ଅଦୁଲସଲାମ୍ କହିଛନ୍ତି। 

ୟମେନର ସୁପ୍ରିମ ପଲିଟିକାଲ୍ କାଉଁନସିଲ୍ ମହମ୍ମଦ ଅଲି-ହୁତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ,ଆଇଡିଏଫ ଅକ୍ରମଣର  ଜବାବ ଇସ୍ରାଏଲ ଅନେକ ଘତବ ହମଲାରେ ପରିଶୋଧ କରିବାକୁ ପଡ଼ିବ । ଇସ୍ରାଏଲ ସେନାର ଆକ୍ରମଣରେ ବନ୍ଦରସହର ସମ୍ପୂର୍ଣ୍ଣ ଭାବେ ଧ୍ଵଂସ ହୋଇଯାଇଛି । ତୈଳ ଭଣ୍ଡାର ଓ ହାଇଡ୍ରୋ-ଇଲେକ୍ଟ୍ରିକ୍ ପାଓ୍ବାର କ୍ଷତିଗ୍ରସ୍ତ ହୋଇଛି । ୟମେନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଏହି ହମଲାରେ ୩ଜଣ ସାଧାରଣ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି ।