ଭୋପାଳ: ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ କାରାନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଏହି ବିଧାୟକଙ୍କ ଲାଗି ରବିବାର ମଧ୍ୟ ବ୍ୟାଙ୍କ ଖୋଲିବାକୁ ପଡିଥିଲା। ବିଧାୟକଙ୍କ କାମ ବାବଦରେ ଜାଣିବା ପରେ ତାଜୁବ ହୋଇଯାଇଛି ଆୟକର ବିଭାଗ। 


COMMERCIAL BREAK
SCROLL TO CONTINUE READING

ମଧ୍ୟ ପ୍ରଦେଶ (Madhya Pradesh) ବେତୁଲ ବିଧାନସଭା ଆସନରୁ (Betul Assembly Constituency) ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକ (Congress MLA) ନିଲୟ ଡାଗାଙ୍କ (Nilay Daga) ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଇ କରିଥିଲା ଆୟକର ବିଭାଗ-ଆଇଟି (Income Tax-IT) ବିଭାଗ। 


Also Read: ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'


 


ଚଢାଉ ସମୟରେ ବିଧାୟକ ଡାଗାଙ୍କ ମହାରାଷ୍ଟ୍ର ସୋଲାପୁର ସ୍ଥିତ ଠିକଣାରୁ ନଗଦ ସାଢେ ୭ କୋଟି ଟଙ୍କା ଜବତ କରିଥିଲା ଆଇଟି। ରବିବାର ବିଳମ୍ବିତ ରାତ୍ରୀରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ଆୟକର କରିଥିଲା। ଏହି ସମୟରେ ତାଙ୍କର ଜଣେ କର୍ମଚାରୀ ଟଙ୍କା ବ୍ୟାଗ ନେଇ ପଳାୟନ କରୁଥିବା ବେଳେ ଧରାପଡିଥିଲା। 


ସୋଲାପୁର ଠାରେ ଚଢାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ଆଇଟି ଅଧିକାରୀ ଏହାକୁ ଗଣିବାକୁ ଟଙ୍କା ଗଣନା ଯନ୍ତ୍ର (Note Counting Machine) ମଗାଇଥିଲେ। ଏହି ଟଙ୍କା କେଉଁଠାରୁ ଆସିଥିଲା ସେ ନେଇ ବିଧାୟକ କୌଣସି ଜବାବ ନରଖି ପାରିବାରୁ ଏହି ଟଙ୍କା ଜବତ ହୋଇଥିଲା। 


Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ


 


ଏହି ଚଢାଉର ୨ ଦିନ ପୂର୍ବେ ବେତୁଲ ସମେତ ଅନ୍ୟ ଏକ ଠିକଣାରୁ ବିଧାୟକଙ୍କ ଅନ୍ୟ ଏକ ଠିକଣାରୁ ୬୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହି ଜବତ ଟଙ୍କାକୁ ଜମା କରିବା ଲାଗି ରବିବାର ସୋଲାପୁର ଠାରେ ୨ଟି  ବ୍ୟାଙ୍କ ଖୋଲିବାକୁ ପଡିଥିଲା। ଏ ପର୍ଯ୍ୟନ୍ତ ବିଧାୟକଙ୍କ ଡାଗାଙ୍କ ମୋଟ ୮ କୋଟି ୧୦ ଲକ୍ଷ ଟଙ୍କା ଜବତ କରିସାରିଛି ଆଇଟି ବିଭାଗ।


ଭୋପାଳ ଆଇଟି ଶାଖା (Bhopal IT Branch) ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଚଢାଉ କରାଯାଇଥିଲା କେବେହେଲେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇନଥିଲା। ଆୟକର ବିଭାଗକୁ ପ୍ରମାଣ ମିଳିଛି ବିଧାୟକଙ୍କ କମ୍ପାନୀ ହାୱାଲା ଜରିଆରେ ବିଦେଶକୁ ଟଙ୍କା ପଠାଇବା ସହ ମଗାଇଥିଲା।


Also Read: ମଧ୍ୟ ପ୍ରଦେଶ ଉପନିର୍ବାଚନ: ବିଜେପି-କଂଗ୍ରେସକୁ ସାହା ହେବେ କି ଦଳର ବରିଷ୍ଠ ନେତା?


ବିଧାୟକ ତାଙ୍କ ଭାଇଙ୍କ ସହ ମିଶି କୋଲାକାତାର ୨୪ଟି କମ୍ପାନୀ ସହ ମିଶି ମିଥ୍ୟା ଟଙ୍କା କାରବାର କରିଥିଲେ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟ୍ୟାକ୍ସ ଚୋରି କରିବା। ତେଲ କାରବାର କରୁଥିବା ବିଧାୟକ ଡାଗା ଏବଂ ତାଙ୍କର ସହଯୋଗୀ ଥରେ ୧୦୦ କୋଟି ଟଙ୍କାର କାରବାର କରିଥିଲେ।