ସରକାରୀ କର୍ମଚାରୀଙ୍କ ଅବସର ବୟସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ଏବଂ ବିରୋଧି ଦଳ ନେତା କମଲନାଥ।
Trending Photos
ଭୋପାଳ: ରାଜ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ବୟସକୁ ନେଇ ସରଗରମ ହୋଇଉଠିଛି ମଧ୍ୟ ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ମତ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath) କହିଛନ୍ତି ରାଜ୍ୟରେ କ୍ଷମତାସୀନ ଶିବରାଜ ସରକାର (Shivraj Govt) ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷରୁ ୬୦ ବର୍ଷକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଏହି ବର୍ଗର ସରକାରୀ କର୍ମଚାରୀଙ୍କୁ ପ୍ରତାରଣା କରିଛି। ଏହି ନିଷ୍ପତ୍ତି ସେମାନଙ୍କ ଲାଗି ସଂକଟ ସୃଷ୍ଟି କରିବାକୁ ଯାଉଛି ବୋଲି ଟ୍ୱିଟ କରିଛନ୍ତି।
कमलनाथ जी, रोज सुबह आप आयने में अपने आप को कैसे देख पाते होंगे?
अपनी घटिया राजनीति एवं कांग्रेस की हार को सामने देख बौखलाये हुए, आप इस तरह की झूठी अफ़वाहें फैला रहे है?
ये घिनौना कार्य सिर्फ़ आप और आप की पार्टी ही कर सकती है। https://t.co/R9n8E2xBaT
— Shivraj Singh Chouhan (@ChouhanShivraj) November 1, 2020
ଏହାର ଜବାବ ଦେବାକୁ ଯାଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (MP CM) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) କହିଛନ୍ତି ଆପଣ ପ୍ରତିଦିନ ସକାଳେ ଦର୍ପଣରେ ନିଜକୁ କିପରି ଦେଖି ପାରିବେ? ଅନ୍ୟପଟେ ବିଜେପି ନେତା ରଜନୀଶ ଅଗ୍ରୱାଲ କହିଛନ୍ତି କମଲନାଥ ମିଥ୍ୟା ପ୍ରଚାର ବନ୍ଦ କରିବା ଦରକାର। ଏହି ବୟସରେ ଏପରି କାମ ତାଙ୍କ ପାଇଁ ଉପଯୁକ୍ତ ନୁହେଁ। ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟକୁ ପ୍ରତାରଣା କରନ୍ତୁ ନାହିଁ। ପ୍ରଥମେ ସେମାନେ ମହିଳାଙ୍କୁ ଅପମାନିତ କରିଥିଲେ ଏବେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବିସ୍ତାର କରୁଛନ୍ତି।
प्रदेश की भाजपा सरकार ने ऐसा कोई भी आदेश पारित नहीं किया है।
यह पूर्णतः असत्य है कि हमने चतुर्थ श्रेणी कर्मचारियों की सेवानिवृत्ति की आयु घटाई है। वो आज भी 62 वर्ष ही है।
— Shivraj Singh Chouhan (@ChouhanShivraj) November 1, 2020
ଅବସର ବୟସକୁ ନେଇ ଶିବରାଜ ସରକାର ଟ୍ୱିଟ କରି କର୍ମଚାରୀଙ୍କ ଦ୍ୱନ୍ଦ୍ୱ ଦୂର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କମଲନାଥ। ଏନେଇ ସେ କହିଛନ୍ତି କଂଗ୍ରେସ ସବୁବେଳେ ସରକାରୀ କର୍ମଚାରୀଙ୍କ ସହିତ ରହିଛି, ଆମେ ସେମାନଙ୍କ ସ୍ୱାର୍ଥ ସହ ଜଡିତ ମାମଲାରେ କୌଣସ୍ଥିତିରେ ଆପୋଷ ବୁଝାମଣା କରିବାକୁ ଦେବୁ ନାହିଁ। ସେମାନଙ୍କ ଲାଗି ଆମେ ସବୁବେଳେ ସଂଘର୍ଷ କରିବାକୁ ପ୍ରସ୍ତୁତ ରହିଛୁ।
अब वक्त आ गया है की जनता आप जैसी झूठ की राजनीति करने वालों को पहचाने और हमेशा के लिए आप से और कांग्रेस से मुक्ति पा ले।
आप तो बस अब छिन्दवाड़ा या फिर दिल्ली वापसी की तैयारी कर लीजिये। वहाँ आप की कोठियों के बड़े-बड़े आयने आपकी राह तक रहे है।
— Shivraj Singh Chouhan (@ChouhanShivraj) November 1, 2020
प्रदेश के कर्मचारियों का भ्रम दूर करने के लिये धन्यवाद।
कांग्रेस सदैव कर्मचारी भाइयों के साथ है , उनके हितो के साथ हम कभी समझौता होने नहीं देंगे , उनके हितो पर कुठाराघात होने नहीं देंगे , उनके हितो के लिये सदैव संघर्षरत रहेंगे। pic.twitter.com/1NtWn6hX3l
— Office Of Kamal Nath (@OfficeOfKNath) November 1, 2020
ଶନିବାର ଦିନ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମିଡିଆ ବିଭାଗ ଉପାଧ୍ୟକ୍ଷ ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ରାଜ୍ୟ ସରକାର ଛୋଟ କର୍ମଚାରୀଙ୍କୁ ଅଧିକାରୀଙ୍କ ତୁଳନାରେ କମ୍ ବ୍ୟବହାର କରି ସେବା କ୍ଷେତ୍ରରେ ଭେଦଭାବ କରୁଛନ୍ତି। ଏହି କାରଣରୁ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ସାମ୍ନାରେ ଏକ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ସରକାର ବକେୟା ଦେବା ସ୍ଥିତିରେ ନାହାଁନ୍ତି, ଏଥିଲାଗି ଋଣ ନେବାକୁ ଯାଉଛନ୍ତି ସରକାର। ହେଲେ ପେନସନ (Pension) ଏବଂ ଗ୍ରାଚ୍ୟୁଇଟି (Gartuity) କିପରି ମିଳିବ ତାହା ସରକାରୀ କର୍ମଚାରୀ ଜାଣିବାକୁ ଚାହିଁଛନ୍ତି।