ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'
Advertisement
Article Detail0/zeeodisha/odisha765956

ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ବିଭିନ୍ନ ଦଳର ନେତା ମଜାଳିଆ ଢଙ୍ଗରେ ପରସ୍ପର ବିରୁଦ୍ଧରେ ବୟାନବାଜି କରିବାରେ ଲାଗିପଡିଛନ୍ତି।

ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'

ଭୋପାଳ: ମଧ୍ୟପ୍ରଦେଶ ହେବାକୁ ଥିବା ଉପନିର୍ବାଚନ (MP By Poll 2020) ଲାଗି ବର୍ତ୍ତମାନ ସମୟ ୨୦ ଦିନରୁ କମ ରହିଛି। ଏହି ନିର୍ବାଚନରେ ବାଜିମାତ କରିବା ଲାଗି ସବୁ ଦଳ ନିଜର ସମସ୍ତ କଳବଳ କୌଶଳ ଲଗାଇ ଦେଇଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ବିଭିନ୍ନ ଦଳର ନେତା ମଜାଳିଆ ଢଙ୍ଗରେ ପରସ୍ପର ବିରୁଦ୍ଧରେ ବୟାନବାଜି କରିବାରେ ଲାଗିପଡିଛନ୍ତି।      

କେତେବେଳ ସେମାନେ ନିଜକୁ ସାଧୁସନ୍ଥ ଭାବେ ଦର୍ଶାଉ ଥିବାବେଳେ, ଅନ୍ୟ ସମୟରେ ନେତା କୃଷ୍ଣ, ଶକୁନି ଆଦି ପୌରାଣିକ ନଜରରେ ଦୃଶ୍ୟମାନ ହେଉଛନ୍ତି। ଏହାରି ମଧ୍ୟରେ ନିର୍ବାଚନ ରଣାଙ୍ଗନକୁ ଲମ୍ପ ପ୍ରଦାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ (BJP National Secretary) କୈଳାଶ ବିଜୟଭାର୍ଗୀୟ (Kailash Vijayvargiya)। 

ବୁଧବାର ରାଜ୍ୟର ଅଶୋକ ନଗର (Ashok Nagar) ଜିଲ୍ଲା ଠାରେ ବିଜେପି ଆୟୋଜିତ ଏକ ବୈଠକକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, " ମଧ୍ୟ ପ୍ରଦେଶ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ। 

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି, "ସିନ୍ଧିଆ ରହୁଥିବା ଘରର ମୂଲ୍ୟ କମଲ ନାଥ ଏବଂ ବିଜୟଭାଇ ସିଂଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ।

ଗତ ମଙ୍ଗଳବାର ମଧ୍ୟପ୍ରଦେଶ କୃଷିମନ୍ତ୍ରୀ (MP Agriculture Minister) କହିଛନ୍ତି କମଲ ପଟେଲ ଚଳଚ୍ଚିତ୍ର ରାଜନୀତି (Film Politics) ଆରମ୍ଭ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) ଭଗବାନ କୃଷ୍ଣ (Lord Krushna), ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath) ଖଳନାୟକ (Villain) ଭାବେ ଦର୍ଶାଇଥିଲେ।  ମୁମ୍ବାଇ ଯାଇ ସେଠାରେ ଖଳନାୟକ ଚରିତ୍ରରେ ଅଭିନୟ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଶିବରାଜ ସିଂହ ହେଉଛନ୍ତି ପ୍ରକୃତ ନାୟକ, କମଲନାଥ ହେଉଛନ୍ତି ରାଜ୍ୟ ପାଇଁ କଳଙ୍କ ବୋଲି କୃଷିମନ୍ତ୍ରୀ କହିଥିଲେ।      

ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପିସି ଶର୍ମା (PC Sharma) କମଲନାଥଙ୍କୁ କୃଷ୍ଣ ଭାବେ ଦର୍ଶାଇଥିଲେ। ମହାଭାରତର ଉଦାହରଣ ଦେବାକୁ ଯାଇ ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଶକୁନି ବୋଲି କହିଥିଲେ।