ଭୂମି ପୂଜନକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି।
Trending Photos
ଭୋପାଳ: ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ନିର୍ମାଣର ଭୂମି ପୂଜନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଭୂମି ପୂଜନର ମୂହୂର୍ତ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ବିରୋଧି କଂଗ୍ରେସର ପକ୍ଷରୁ ଆସିଥିବା ବୟାନର ପ୍ରତି ଜବାବ ଦେଇଛନ୍ତି ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ଗୃହମନ୍ତ୍ରୀ ଥିବା ନରୋତ୍ତମ ମିଶ୍ର।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ କଂଗ୍ରେସକୁ ଆକ୍ଷେପ କରିବା ଭଳି ଢଙ୍ଗରେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସୁନ୍ଦରାକାଣ୍ଡ କରୁଥିବା ବେଳେ, ଦିଗବିଜୟ ସିଂହ ଲଙ୍କାକାଣ୍ଡ କରିବାରେ ବ୍ୟସ୍ତ ଅଛନ୍ତି। ଇତିହାସ ସାକ୍ଷୀ ରହିଛି, ଯେତେବେଳେ ଧାର୍ମିକ ରୀତିନୀତି ହୋମ, ଯଜ୍ଞ ଆଦି କରାଯାଉଥିଲା ସେତେବେଳେ ଅସୁରୀୟ ଶକ୍ତି ଏଥିରେ ବିଘ୍ନ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ । କଂଗ୍ରେସ ଆଜି ସମାନ ପ୍ରକାରର ରାଜନୀତି କରୁଛି ବୋଲି କହିଛନ୍ତି ସେ ।
ଭୂମି ପୂଜନ କାର୍ଯ୍ୟକ୍ରମ ଉପରେ ଦିଗବିଜୟ ସିଂହ ଦେଇଥିବା ବୟାନ ଉପରେ ପାଲଟା ଆକ୍ରମଣ କରି ମନ୍ତ୍ରୀ ମିଶ୍ର କହିଛନ୍ତି, ଭଗବାନ ମଧ୍ୟ ଏପରି ଲୋକଙ୍କୁ କ୍ଷମା କରନ୍ତି ନାହିଁ। ଦିଗବିଜୟଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି, ସେ ପରାମର୍ଶ କେନ୍ଦ୍ର ଖୋଲନ୍ତୁ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କୁ ପରାମର୍ଶ ଦିଅନ୍ତୁ।
ଜ୍ୟୋତିଷ ଶାସ୍ତ୍ର ବାବଦରେ ଦିଗବିଜୟଙ୍କ ଜ୍ଞାନ ଉପରେ ମତ ରଖି ମନ୍ତ୍ରୀ କହିଛନ୍ତି, ସେ ଟ୍ୱିଟର ପ୍ରୋଫାଇଲରୁ ଚଢେଇ ମଧ୍ୟ ଉଡାଇ ଦେଇପାରିବେ। ସେ କେବେଠାରୁ ଜ୍ୟୋତିଷାଚାର୍ଯ୍ୟ ହୋଇଗଲେଣୀ। ପ୍ରଥମେ ସେ ଏହା କୁହନ୍ତୁ ଏପର୍ଯ୍ୟନ୍ତ ସେ କେତେ ମୁହୁର୍ତ୍ତ ବାହାର କରିଛନ୍ତି। ଆମେ ତାଙ୍କ ସହ ବିତର୍କ କରିବା ଲାଗି ପ୍ରସ୍ତୁତ ଅଛୁ।
ଦିଗବିଜୟ ସିଂହଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦେଶ ଗୃହଗମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏପରି ରୋଗକୁ ରାଜନୀତିକୁ ଆଣନ୍ତୁ ନାହିଁ। କାରଣ ମୁଁ ଏହାକୁ ପସନ୍ଦ କରେ ନାହିଁ। ଅନେକ କଂଗ୍ରେସ ନେତା କୋରୋନା ଆକ୍ରାନ୍ତ ହୋଇ ସାରିଛନ୍ତି। ହେଲେ ଟ୍ୱିଟରରେ କଂଗ୍ରେସ ନେତାଙ୍କ ନାମ ପ୍ରକାଶ କରି ମୁଁ ଟ୍ୱିଟର ଯୁଦ୍ଧ କରିବାକୁ ଚାହୁଁନାହିଁ।
ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ମୂହୂର୍ତ୍ତ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ। ଏନେଇ ମତ ରଖି ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ହେବାକୁ ଥିବା ଭୂମି ପୂଜନକୁ ଅଶୁଭ ସମୟରେ କରାଯାଉଛି। ଏ ସମ୍ପର୍କରେ ହିନ୍ଦୁ ଧର୍ମର ଦ୍ୱାରକା ଏବଂ ଜୋଶୀ ମଠର ବରିଷ୍ଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ଜୀ ମହାରାଜ ସନ୍ଦେଶ ଏବଂ ଶାସ୍ତ୍ର ଆଧାରିତ ପ୍ରମାଣିତ ତଥ୍ୟ ଉପରେ ଦୃଷ୍ଟି ଦେବା ଆବଶ୍ୟକ।