Janmashtami: ଏହି ସ୍ଥାନରେ ୧୦୦ କୋଟି ଟଙ୍କାର ଅଳଙ୍କାର ପିନ୍ଧନ୍ତି ରାଧାକୃଷ୍ଣ
Advertisement
Article Detail0/zeeodisha/odisha2401139

Janmashtami: ଏହି ସ୍ଥାନରେ ୧୦୦ କୋଟି ଟଙ୍କାର ଅଳଙ୍କାର ପିନ୍ଧନ୍ତି ରାଧାକୃଷ୍ଣ

୧୯୨୧ ମସିହାରେ ଏହି ଗୋପାଳ ମନ୍ଦିରଟିକୁ ପ୍ରତିଷ୍ଠା କରାଯାଇଥିଲା। ରାଧା-କୃଷ୍ଣଙ୍କ ପୂଜା ପାଇଁ ବିଭିନ୍ନ ଅଳଙ୍କାର ସହ ବିଶେଷ ଜିନିଷ ତିଆରି କରାଇଥିଲେ ସେତେବେଳର ରାଜା । ଏଥିସହ ରାଧାକୃଷ୍ଣଙ୍କୁ ସଜାଇବା ପାଇଁ ରତ୍ନଭଣ୍ଡାରରେ ସୁନା ଅଳଙ୍କାର ମଧ୍ୟ ରଖାଯାଇଥିଲା । ସେଥିରେ ହୀରା ଏବଂ ସୁନାର ମୁକୁଟ, ସୁନାର ସାତୋଟି ହାର, ମୋତିର ହାର, ବ୍ରେସଲେଟ୍, ହୀରା ଏବଂ ସୁନାରେ ବଂଶୀ, ପ୍ରତିମୂର୍ତ୍ତି ପାଇଁ ଏକ ବିଶାଳ ରୂପା ଛାତ, ପ୍ରାୟ ୫୦କେଜିର ରୂପା ବାସନ ସହ ଆହୁରୀ ଅନେକ ଜିନିଷ ରହିଛି ।

Janmashtami: ଏହି ସ୍ଥାନରେ ୧୦୦ କୋଟି ଟଙ୍କାର ଅଳଙ୍କାର ପିନ୍ଧନ୍ତି ରାଧାକୃଷ୍ଣ

Janmashtami 2024: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଜନ୍ମାଷ୍ଟମୀ ଖୁବ ଧୁମଧାମରେ ପାଳନ କରାଯାଏ । ସିନ୍ଦିଆ ଶାସନ କାଳରେ ଗ୍ୱାଲିଅରର ୧୦୩ ବର୍ଷ ପୁରୁଣା ଗୋପାଳ ମନ୍ଦିରରେ ରାଧା ଏବଂ ଶ୍ରୀ କୃଷ୍ଣଙ୍କୁ ୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଅଳଙ୍କାରରେ ସଜାଯାଇଛି। ଅଳଙ୍କାରକୁ କଡା ସୁରକ୍ଷା ମଧ୍ୟରେ ବ୍ୟାଙ୍କ ଲକରରୁ ଅଣାଯାଇଥିଲା। ଅଳଙ୍କାରରେ ସାଜସଜ୍ଜା କରାଯିବା ପରେ ରାଧାକୃଷ୍ଣଙ୍କ ନିକଟରେ ଆରତୀ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ରାଧାକୃଷ୍ଣଙ୍କ ଏହି ବେଶକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ।

ସୂଚନା ମୁତାବକ, ୧୯୨୧ ମସିହାରେ ଏହି ଗୋପାଳ ମନ୍ଦିରଟିକୁ ପ୍ରତିଷ୍ଠା କରାଯାଇଥିଲା। ରାଧା-କୃଷ୍ଣଙ୍କ ପୂଜା ପାଇଁ ବିଭିନ୍ନ ଅଳଙ୍କାର ସହ ବିଶେଷ ଜିନିଷ ତିଆରି କରାଇଥିଲେ ସେତେବେଳର ରାଜା । ଏଥିସହ ରାଧାକୃଷ୍ଣଙ୍କୁ ସଜାଇବା ପାଇଁ ରତ୍ନଭଣ୍ଡାରରେ ସୁନା ଅଳଙ୍କାର ମଧ୍ୟ ରଖାଯାଇଥିଲା । ସେଥିରେ ହୀରା ଏବଂ ସୁନାର ମୁକୁଟ, ସୁନାର ସାତୋଟି ହାର, ମୋତିର ହାର, ବ୍ରେସଲେଟ୍, ହୀରା ଏବଂ ସୁନାରେ ବଂଶୀ, ପ୍ରତିମୂର୍ତ୍ତି ପାଇଁ ଏକ ବିଶାଳ ରୂପା ଛାତ, ପ୍ରାୟ ୫୦କେଜିର ରୂପା ବାସନ ସହ ଆହୁରୀ ଅନେକ ଜିନିଷ ରହିଛି ।

ରାଧାକୃଷ୍ଣଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ବର୍ଷସାରା ଭକ୍ତଙ୍କ ଅପେକ୍ଷା ରହିଥାଏ । ଜନ୍ମାଷ୍ଟମୀ ଦିନ ଭକ୍ତମାନେ ଦର୍ଶନ ପାଇଁ ମନ୍ଦିରରେ ଖୁବ ଭିଡ଼ ଲଗାଇଥାନ୍ତି । ଭକ୍ତମାନଙ୍କ କହିବାନୁଯାୟୀ, ଅଳଙ୍କାରରେ ସୁସଜ୍ଜିତ ରାଧାକୃଷ୍ଣଙ୍କ ପ୍ରତିମା ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଆପଣଙ୍କୁ କହିରଖୁଛୁ ଯେ, ରାଜା ଶାସନ ସମୟରେ ରାଧାକୃଷ୍ଣଙ୍କୁ ସବୁବେଳେ ଏହି ଅଳଙ୍କାରରେ ସଜ୍ଜିତ କରି ରଖାଯାଉଥିଲା । ସ୍ୱାଧୀନତା ପରେ ଯେତେବେଳେ ୧୯୫୬ ମସିହାରେ ମଧ୍ୟପ୍ରଦେଶ ଗଠନ କରାଗଲା, ସେତେବେଳେ ଏହି ବହୁମୂଲ୍ୟ ଅଳଙ୍କାର ଗୁଡିକୁ ବ୍ୟାଙ୍କ ଲକରରେ ରଖାଯାଇଥିଲା । ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଲକରରେ ଅଳଙ୍କାର ଗୁଡିକ ରହିଥିଲା । କିନ୍ତୁ ୨୦୦୭ ମସିହାରେ ତତ୍କାଳୀନ ମେୟର ସରକାରଙ୍କ ସହ ଆଲୋଚନା କପରି ପ୍ରତିବର୍ଷ ଜନ୍ମାଷ୍ଟମୀ ଦିନ ବର୍ଷକୁ ଥରେ ପ୍ରଭୁଙ୍କୁ ଏହି ଅଳଙ୍କାରରେ ସଜାଇବାକୁ ଦାବି କରିଥିଲେ। ସରକାରଙ୍କ ସହମତି ପରେ ଏହି ଉତ୍ସବ ପାଳନ କରାଯାଉଛି ।

Also Read- Jupiter Transit 2024: ବୃହସ୍ପତି ଚଳନ ପ୍ରଭାବ, ୨୭ ଦିନ ପର୍ଯ୍ୟନ୍ତ ୩ ରାଶିକୁ ମିଳିବ ବଡ଼ ଲାଭ

Also Read- ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ "ତୁମ ବିନା"ରେ ଅକ୍ଷୟ ଓ ଲକ୍ଷ୍ମୀଙ୍କ ବିବାହ ଉତ୍ସବ