ପ୍ରତିଷ୍ଠା ଦିବସରେ ଆରଜେଡି ବିରୁଦ୍ଧରେ ଜେଡିୟୁର ପୋଷ୍ଟର ଆକ୍ରମଣ
Advertisement

ପ୍ରତିଷ୍ଠା ଦିବସରେ ଆରଜେଡି ବିରୁଦ୍ଧରେ ଜେଡିୟୁର ପୋଷ୍ଟର ଆକ୍ରମଣ

ଆରଜେଡିର ପ୍ରତିଷ୍ଠା ଦିବସରେ ପୋଷ୍ଟର ଆକ୍ରମଣ କରିଛି ଜେଡିୟୁ।  

ପ୍ରତିଷ୍ଠା ଦିବସରେ ଆରଜେଡି ବିରୁଦ୍ଧରେ ଜେଡିୟୁର ପୋଷ୍ଟର ଆକ୍ରମଣ

ପାଟନା: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ହେଲେ ବର୍ତ୍ତମାନ ଠାରୁ ରାଜ୍ୟରେ ରାଜନୈତିକ ତାତି ବଢିଚାଲିଛି। ଦିନକୁ ଦିନ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ କ୍ଷମତାସୀନ ଶାସକ  ଜନତାଦଳ ୟୁନାଇଟେଡ-ଜେଡିୟୁ(Janata Dal-JDU) ଏବଂ ମୁଖ୍ୟ ବିରୋଧି ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି(Rashtriya Janata Dal-RJD) ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି।

ଯାହାର ଝଲକ ପୋଷ୍ଟର ୱାର ମାଧ୍ୟମରେ ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଆରଜେଡିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ ନେତା ତେଜସ୍ୱୀ ଯାଦବଙ୍କ ସମ୍ପୃକ୍ତ ଥିବା ୨୪ଟି ସମ୍ପତ୍ତିକୁ ପୋଷ୍ଟ ମାଧ୍ୟମରେ ଦର୍ଶାଯାଇଛି। ଏହି ପୋଷ୍ଟରରେ ଆରଜେଡିକୁ "ରାଷ୍ଟ୍ରିୟ ଜାଲସାଜ (ଜାଲିଆତି) ଦଳ" (Rashtriya Jaalsaaj (fraud) Dal) ଭାବେ ଦର୍ଶାଯାଇଛି।

ଏହା ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ନୀରଜ କୁମାର କହିଛନ୍ତି, "ପୋଷ୍ଟର ମାଧ୍ୟମରେ ଆରଜେଡି ସରକାରର ଅଧ୍ୟାୟ ଭାରତୀୟ ରାଜନୈତିକ ଇତିହାସରେ ଏକ ଅନ୍ଧକାର ଅଧ୍ୟାୟ। ମୁଁ ମୋର ହୃଦୟରୁ ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛି। "

ଏହା ମାଧ୍ୟମରେ ଜେଡିୟୁ ଆରଜେଡିର ପ୍ରତିଷ୍ଠା ଅବସରରେ ସମ୍ପତ୍ତି ହାସଲ ପାଇଁ ରାଜନୀତିକୁ ବ୍ୟବହାର କରିଥିବା ନେତାଙ୍କୁ ତାଲିକାଭୁକ୍ତ କରିଛି। ଏହା ସହିତ ଆରଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ଦଳକୁ ରାଷ୍ଟ୍ରୀୟ ଜାଲସାଜ ପାର୍ଟି ଭାବେ ଦର୍ଶାଯାଇଛି । ବିହାରରେ ଆରଜେଡିର ଶାସନ ସମୟ ଦେଶର ରାଜନୈତିକ ଇତିହାସର ଏକ ଅନ୍ଧକାର ଅଧ୍ୟାୟ ବୋଲି ରାଜ୍ୟରେ କ୍ଷମତାସୀନ ଶାସକ ଦଳ ପକ୍ଷରୁ ଦଳ ପକ୍ଷରୁ କୁହାଯାଇଛି । ସେମାନଙ୍କର ନେତା ଲାଲୁ ପ୍ରସାଦ ଯାଦବ କେବଳ ଦୁର୍ନୀତି ମାମଲାରେ ପଛରେ ନାହାଁନ୍ତି, ଦଳ ମଧ୍ୟ ଦୁର୍ନୀତିର ଜୀବନ୍ତ ଉଦାହରଣ । 

ଗୋଖାଦ୍ୟ ଦୁର୍ନୀତି ମାଲାରେ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ଦଳ ଏହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଆଜକୁ ୨୪ ବର୍ଷ ପୂର୍ବେ ଅର୍ଥାତ ୧୯୯୭ ମସିହା ଜୁଲାଇ ୫ ତାରିଖରେ  ସେତେବେଳର ଜନତା ଦଳରୁ ବିଭାଜନ ହୋଇ ରାଷ୍ଟ୍ରୀୟ ଜନତା ଦଳର ସ୍ଥାପନା ହୋଇଥିଲା। 

ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ଏନଡିଏ ସରକାରଙ୍କ ଭାଗ୍ୟ ସ୍ଥିର କରିବ। ରାଜ୍ୟର ୨୪୩ଟି ଆସନ ପାଇଁ ପ୍ରତିଯୋଗିତାରେ ଲାଲୁ ଯାଦବଙ୍କ ନେତୃତ୍ୱାଧିନ ଆରଜେଡି ଏହାର ମୁଖ୍ୟ ସହଯୋଗୀ କଂଗ୍ରେସ ସହିତ ନିର୍ବାଚନ ଲଢିବ।