Jio True 5G: ଆଉ ଏକ ସହରରେ ଆରମ୍ଭ ହେଲା Jio 5G ସେବା, ମାଗଣାରେ ମିଳିବ ଅସୀମିତ ଡାଟା
Advertisement

Jio True 5G: ଆଉ ଏକ ସହରରେ ଆରମ୍ଭ ହେଲା Jio 5G ସେବା, ମାଗଣାରେ ମିଳିବ ଅସୀମିତ ଡାଟା

Jio 5G Service: ଜିଓ ପ୍ରାରମ୍ଭରେ କେବଳ ୪ଟି ସହରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ନିଜର 5G ସେବା ଆରମ୍ଭ କରିଥିଲା । ଅବଶ୍ୟ ପରେ କମ୍ପାନୀ 5G ସେବାକୁ ଅନ୍ୟ ସହରକୁ ବିସ୍ତାର କରିଛି । ବର୍ତ୍ତମାନ ଚେନ୍ନାଇରେ ଜିଓର ସେବା ମଧ୍ୟ ଉପଲବ୍ଧ ଅଛି । ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ମଧ୍ୟ ଜିଓ 5G ସେବା ଉପଲବ୍ଧ ଅଛି । ଏ

Jio True 5G: ଆଉ ଏକ ସହରରେ ଆରମ୍ଭ ହେଲା Jio 5G ସେବା, ମାଗଣାରେ ମିଳିବ ଅସୀମିତ ଡାଟା

Jio 5G Service: ପ୍ରାୟ ଦୁଇ ମାସ ପୂର୍ବେ Jio 5G ଲଞ୍ଚ କରିଥିଲା ।​ ଏହା ପ୍ରଥମେ କେବଳ ମନୋନୀତ ସହରରେ ଆରମ୍ଭ କରାଯାଇଥିଲା । ଏହା ପରେ କମ୍ପାନୀ ଧୀରେ ଧୀରେ ଏହାକୁ ଅନ୍ୟ ସ୍ଥାନରେ ମଧ୍ୟ ଉପଲବ୍ଧ କରାଉଛି । ବର୍ତ୍ତମାନ ଆଉ ଏକ ସହରରେ Jioର 5G ସେବା ଆରମ୍ଭ କରାଯାଇଛି । କମ୍ପାନୀ କେରଳରେ 5G ସେବା ମଧ୍ୟ ଆରମ୍ଭ କରିଛି । କୋଚି ସହର (Jio 5G Services in Kochi) ଓ ଗୁରୁଭୟୂର ମନ୍ଦିରରେ ଏହା ଆରମ୍ଭ ହୋଇଛି । ଏହି ସେବାକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ ଉଦ୍ଘାଟନ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ଡିଜିଟାଲ୍ ମାଧ୍ୟମରେ ଯୋଗ ଦେଇଥିଲେ ।

ଏଠାରେ କହି ରଖୁଛୁ ଯେ, ଜିଓ ପ୍ରାରମ୍ଭରେ କେବଳ ୪ଟି ସହରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ନିଜର 5G ସେବା ଆରମ୍ଭ କରିଥିଲା । ଅବଶ୍ୟ ପରେ କମ୍ପାନୀ 5G ସେବାକୁ ଅନ୍ୟ ସହରକୁ ବିସ୍ତାର କରିଛି । ବର୍ତ୍ତମାନ ଚେନ୍ନାଇରେ ଜିଓର ସେବା ମଧ୍ୟ ଉପଲବ୍ଧ ଅଛି । ବେଙ୍ଗାଲୁରୁ (Jio 5G Services in Bengaluru) ଓ ହାଇଦ୍ରାବାଦ (Jio 5G Services in Hyderabad) ରେ ମଧ୍ୟ ଜିଓ 5G ସେବା ଉପଲବ୍ଧ ଅଛି । ଏଥି ସହିତ ରାଜସ୍ଥାନର ନାଥଦ୍ୱାରରେ Jio True 5G ଆଧାରିତ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି । ବର୍ତ୍ତମାନ କୋଚି ଓ ଗୁରୁଭୟୂର ପରି ଦୁଇଟି ସ୍ଥାନକୁ ଏହି ତାଲିକାରେ ସାମିଲ କରାଯାଇଛି । ଅର୍ଥାତ ବର୍ତ୍ତମାନ ଜିଓର 5G ସେବା ସମୁଦାୟ ୯ଟି ସହରରେ ଉପଲବ୍ଧ ଅଛି । ଏହି ସହରଗୁଡିକରେ ରହୁଥିବା ଉପଭୋକ୍ତାମାନେ Jio 5G ସେବାର ଲାଭ ଉଠାଇପାରିବେ ।

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଅଧିକ ପଢ଼ନ୍ତୁ:-୬ କୋଟି PF ଖାତା ଧାରକଙ୍କ ବହୁତ ବଡ଼ ଖୁସି ଖବର, ଜାଣିଲେ ଆପଣ ବି ହୋଇଯିବେ ଖୁସ୍!

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।