Job Creation: ନିଯୁକ୍ତି ସୃଷ୍ଟିରୁ ପଛରେ ମେଟ୍ରୋ ସହର (Metro Cities)। ସେହିପରି ଭୁବନେଶ୍ବର, ଇନ୍ଦୋର, ଭାଇଜାଗ, କୋଏମ୍ବାଟୁର ଓ ବିଜୟୱାଡା଼ ଭଳି ଅଣ ମେଟ୍ରୋ ବା ଛୋଟିଆ ସହର ନିଯୁକ୍ତି ସୃଷ୍ଟିରୁ ଆଗରେ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ସହର ଗୁଡିକରେ ଅଧିକାରୀ ସ୍ତରୀୟ ନିଯୁକ୍ତି ଅଧିକ ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।
Trending Photos
Job Creation: ନିଯୁକ୍ତି ସୃଷ୍ଟିରୁ ପଛରେ ପଡ଼ିଛନ୍ତି ଦେଶର ବଡ଼ ବଡ଼ ମେଟ୍ରୋ ସହର (Metro Cities)। ସେହିପରି ଭୁବନେଶ୍ବର, ଇନ୍ଦୋର, ଭାଇଜାଗ, କୋଏମ୍ବାଟୁର ଓ ବିଜୟୱାଡା଼ ଭଳି ଅଣ ମେଟ୍ରୋ ବା ଛୋଟିଆ ସହର ନିଯୁକ୍ତି ସୃଷ୍ଟିରୁ ଆଗରେ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ସହର ଗୁଡିକରେ ଅଧିକାରୀ ସ୍ତରୀୟ ନିଯୁକ୍ତି ଅଧିକ ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ମାଇଁ ଆର କ୍ଲାଉଡ଼ର ଗବେଷଣା ଅନୁଯାୟୀ, ନିଯୁକ୍ତି ସୃଷ୍ଟି କରିବାରେ ତାମିଲନାଡୁ, ଓଡ଼ିଶା, ଗୁଜୁରାଟ ଓ ମହାରାଷ୍ଟ୍ରର ବହୁ ଛୋଟ ସହର ଆଗେର ରହିଛି । ବଡ଼ ବଡ଼ ମେଟ୍ରୋ ସହରରେ ନିଯୁକ୍ତି ହ୍ରାସ ପାଇଥିବା ବେଳେ ଛୋଟ ବା ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହର ଗୁଡ଼ିକରେ ନିଯୁକ୍ତି ହାର ଢେର ଅଧିକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଖାସ୍ କରି ହ୍ବାଇଟ୍ –କଲାର (white collar) ନିଯୁକ୍ତ ବର୍ଗରେ ମାନୁଫାକଚରିଂ ଓ ଆର୍ଥିକ୍ ସେବା କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ସାଧାରଣତଃ ସୁଟ୍ ପରିଧାନ କରି କାର୍ଯ୍ୟ କରୁଥିବା ଅଧିକରୀମାନଙ୍କୁ ‘ହ୍ବାଇଟ୍ –କଲାର ଅଧିକାରୀ’ ବୋଲି କୁହାଯାଏ ।
ଦେଶର ଏହି ଛୋଟ ସହର ଗୁଡ଼ିକରେ ବାର୍ଷିକ ୧୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ବଡ଼ ସହର ଗୁଡ଼ିକରେ ତା’ ଠାରୁ କମ୍ ଅର୍ଥାତ୍ ୧୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ଏଥି ମଧ୍ୟରୁ ଅଧିକାଂଶ ନିଯୁକ୍ତି ଅଭିଞତା ଭିତ୍ତିକ ରହିଛି। ଏହି କାରଣରୁ ୬ରୁ ୧୦ ବର୍ଷ ଅଭିଞ ଥିବା ଲୋକଙ୍କୁ ବାର୍ଷିକ ୭ରୁ ୧୦ ଲକ୍ଷ ଟଙ୍କାର ବେତନ ପ୍ୟାକେଜ୍ ମିଳିଥିଲା । ମେସିନ ନିର୍ମାତା କମ୍ପାନୀ, ଇପ୍ପାତ କମ୍ପାନୀ, କାର୍ବନ୍ ଉତ୍ପାତ ନିର୍ମାତା ଓ ରେସ୍ତୋରାଁ ଗୁଡ଼ିକ କାରବାର ପାଇଁ ଛୋଟ ସହରକୁ ବାଛୁଥିବା କାରଣରୁ ଏଠାରେ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି । ସେପଟେ ପ୍ରଯୁକ୍ତି କ୍ଷେତ୍ରରେ (Technology Sector) ମନ୍ଦାବସ୍ଥା ଥିବାରୁ ବଡ଼ ବଡ଼ ସହରରେ ନିଯୁକ୍ତି ହ୍ରାସ ପାଇଛି । ପ୍ରକାଶଥାଉ କି, ବର୍ଷେ ପୂର୍ବରୁ ବଡ଼ ବଡ଼ ମେଟ୍ରୋ ସହର ଗୁଡ଼ିକରେ ୧୬ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି ହୋଇଥିଲା ।