Ravi Nair: ଟ୍ବିଟରେ ପ୍ରଧାନମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଫୋଷ୍ଟ କରି ଫସିଲେ ସାମ୍ବାଦିକ
Advertisement
Article Detail0/zeeodisha/odisha1750753

Ravi Nair: ଟ୍ବିଟରେ ପ୍ରଧାନମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଫୋଷ୍ଟ କରି ଫସିଲେ ସାମ୍ବାଦିକ

Ravi Nair: ସାମ୍ବାଦିକ ରବି ନାୟର ପ୍ରଧାନମନ୍ତ୍ରୀଙ୍କୁ ନେଇ ଟ୍ୱିଟରରେ କିଛି ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ହରତାଳ ଆରମ୍ଭ ହୋଇଛି। ଏହାକୁ ନେଇ ମୋଦୀ ସମର୍ଥନ ମାନେ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Ravi Nair: ଗତ ୨୦ ତାରିଖଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଇତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା (The first lady of America) ଜିଲ୍ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଭେଟିଛନ୍ତି। ଇତି ମଧ୍ୟରେ ଭାରତୀୟ ସାମ୍ବାଦିକ ରବି ନାୟର ପ୍ରଧାନମନ୍ତ୍ରୀଙ୍କୁ ନେଇ ଟ୍ୱିଟରରେ କିଛି ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ହରତାଳ ଆରମ୍ଭ ହୋଇଛି। ଏହାକୁ ନେଇ ମୋଦୀ ସମର୍ଥନ ମାନେ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ରବି ନାୟରଙ୍କର (Ravi Nair) ଏହି ଟ୍ୱିଟକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କର ଏହି ଟ୍ୱିଟ ପରେ, ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ଟ୍ୱିଟରରେ #ArrestRaviNair ବର୍ତ୍ତମାନ ଟ୍ରେଣ୍ଡ କରୁଛି। ଏହି ମାମଲା ଟ୍ୱିଟର ମାହୋଲକୁ ଏବେ ଗରମ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମ୍ପର୍କରେ ହଜାର ହଜାର ଟ୍ୱିଟ ପୋଷ୍ଟ ହୋଇସାରିଥିବା ବେଳେ ସାମ୍ବାଦିକଙ୍କୁ ଗିରଫ କରିବା ଦାବି ନେଇ ଅଧିକ ଟ୍ୱିଟ କରାଯାଇଛି। ଭଗୱା କ୍ରାନ୍ତି ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଆରଏସଏସ (RSS) ର ବରିଷ୍ଠ ସଦସ୍ୟା ସାଦ୍ଧୱି ପ୍ରାଚୀ ମଧ୍ୟ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଫଟୋସପ୍‌ (Photoshop) କରି ରବି ନାୟର (Ravi Nair) ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ନେଇ ସେ କହିଛନ୍ତି। ସପଟେ ବିଜେପିର କାର୍ଯ୍ୟ ସମିତି ସଦସ୍ୟ ତଥା ବରିଷ୍ଠ ନେତା ଶିବରାଜ ଗୋକୁଲ ସିଂ ପରମାର ମଧ୍ୟ ସାମ୍ବାଦିକଙ୍କର ଗିରଫ ଦାରୀ ପାଇଁ ଟ୍ୱିଟ କରିଛନ୍ତି।

 

ଉଭୟଙ୍କର ଟ୍ୱିଟକୁ ଅନେକ ଲୋକ ସମର୍ଥନ ଜଣାଇ ପ୍ରତିକ୍ରିୟା କରିଥିବା ଦେଖା ଦେଇଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ (Narendra Modi) ଏହି ଫଟୋ ପୋଷ୍ଟ କରିଥିବା ରବି ନାୟର ଏହାକୁ ଡିଲିଟି୍ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ମନା କରି ଦେଇଛନ୍ତି। ସାଦ୍ଧୱି ପ୍ରାଚୀ କରିଥିବା ଗିରଫଦାରୀ ଟ୍ୱିଟର ପ୍ରତି ଉତ୍ତର ଦେଇ ରବି ନାୟର କହିଛନ୍ତି ଯେ, "ହାୟ ପ୍ରାଚୀ, ମୁଁ ଆପଣଙ୍କର ପ୍ରକୃତ ନାମ ଜାଣିନାହିଁ। କିନ୍ତୁ ଏହି ଫଟୋ ନକଲି ବା ଫଟୋସପ୍ (Photoshop)‌ କରାଯାଇଛି ବୋଲି ଆପଣ ପ୍ରମାଣ କରନ୍ତୁ। ଯଦି ଆପଣ ଏହାକୁ ଭୁଲ ପ୍ରମାଣିତ କରିଦେବେ, ତେବେ ମୁଁ ଏହି ଟ୍ୱିଟ ଡିଲିଟ୍ କରିଦେବି। ଏହା ମୋର ଆପଣଙ୍କୁ ଖୋଲା ଚ୍ୟାଲେଞ୍ଜ ରହିଲା। ଦୟାକରି ଏହାର ଉତ୍ତର ଦେବେ।"

ରବି ନାୟର ପୂର୍ବରୁ ଅନେକ ଅନୁସନ୍ଧାନମୂଳକ ଖବର ପ୍ରକାଶ କରି ସାରିଛନ୍ତି। ବିବାଦୀୟ ରାଫେଲ ଚୁକ୍ତିନାମା (Raffle Deal) ଠାରୁ ଆରମ୍ଭ କରି ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କର ବ୍ୟବସାୟ ମଡେଲ (Business model) ଓ ବିଜେପିର ସମ୍ପର୍କକୁ ନେଇ ମଧ୍ୟ ସେ ଖବର ଛାପିଥିଲେ । ଭାରତୀୟ ଜନତା ପାର୍ଟି ଉପରେ ନିଜର କଟୁ ମନ୍ତବ୍ୟ ଦେଇ ସେ ପୂର୍ବରୁ ମଧ୍ୟ ସମାଲୋଚନାର ଶିକାର ହୋଇ ସାରିଛନ୍ତି। ଗତ ବର୍ଷ ଜୁଲାଇ ମାସରେ ଆଦାନୀ ଓ ବିଜେପି ସରକାରଙ୍କ ମଧ୍ୟରେ ଅର୍ଥନୈତିକ କାରବାରକୁ ନେଇ ସେ ଆର୍ଟିକିଲ (News Article) ଲେଖିଥିଲେ। ଏହା ଫଳରେ ତାଙ୍କ ବିରୋଧରେ ଆଦାନୀ ଗ୍ରୁପ (Adani Group) ମାନହାନୀର ଅଭିଯୋଗ ଆଣି ମାମଲା ଦାୟର କରିଥିଲା। ଏହି ଅଭିଯୋଗ ପରେ ଦିଲ୍ଲୀ ପୋଲିସ ରବି ନାୟରଙ୍କ ଉପରେ ୱାରେଣ୍ଟ ମଧ୍ୟ ଜାରି କରିଥିଲା।