ଯୋଗମୁଦ୍ରାରେ କମଲନାଥ: ଭାଇରାଲ ଫଟୋକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହଁ
Advertisement

ଯୋଗମୁଦ୍ରାରେ କମଲନାଥ: ଭାଇରାଲ ଫଟୋକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହଁ

ଯୋଗ ଦିବସ ଅବସରରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କମଲନାଥଙ୍କ ଯୋଗମୁଦ୍ରାରେ ବସିଥିବାର ଏକ ଭାଇରାଲ ଫଟୋକୁ ମୁହାଁମୁହଁ ହୋଇଛନ୍ତି ବିଜେପି-କଂଗ୍ରେସ| 

  ଯୋଗମୁଦ୍ରାରେ କମଲନାଥ: ଭାଇରାଲ ଫଟୋକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହଁ

ଭୋପାଳ: ଜୁନ ୨୧ ତାରିଖ, ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ | ଏହି ଅବସରରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏପରିକି ସେବିବ୍ରିଟି ଯୋଗ କରିଛନ୍ତି | ହେଲେ ଏବେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏକ ଫଟୋକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଏବଂ ବିରୋଧି କଂଗ୍ରେସ ମୁହାଁମୁହଁ ହୋଇଛନ୍ତି |

କଂଗ୍ରେସ ନେତା କମଲନାଥଙ୍କ ଯୋଗମୁଦ୍ରାରେ ବସିଥିବାର ଏକ ଫଟୋ ଏବେ ଭାଇରାଲ ହୋଇଛି | ଏହି ଫଟୋରେ କ୍ୟାପସନରେ ଲେଖା ଯାଇଛି, " ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା | ଯୋଗ ଅଭ୍ୟାସ କରି ଆମେ ସୁସ୍ଥ ଏବଂ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିପାରିବା | ଅଧିକ ଏକାଗ୍ରତା ଏବଂ ଦୃଢତା ସହିତ ଅଧିକ କାର୍ଯ୍ୟ କରିପାରିବା | ଦୈନିକ ଯୋଗ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ | " ଏହାକୁ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା | 

ଏନେଇ ମଧ୍ୟ ପ୍ରଦେଶ ରାଜ୍ୟ ବିଜେପି ମୁଖପାତ୍ର ରଜନୀଶ ଅଗ୍ରୱାଲ ଟ୍ୱିଟ କରି କହିଛନ୍ତି, "ବ୍ୟସ୍ତବହୁଳତା କାରଣରୁ ହେତୁ ମାନ୍ୟନୀୟ କମଲନାଥ ଏଥର ଯୋଗ ମୁଦ୍ରାରେ ବସିଥିବା ନେଇ ଏଥର ଫଟୋ ନେଇ ପାରିନାହାଁନ୍ତି | ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଫଟୋଟି ଗତ ବର୍ଷର | " ବାସ୍ତବରେ କମଲନାଥଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ହୋଇଥିବା ଫଟୋଟି ଗତ ବର୍ଷର ଥିଲା |

ଏହାର ଜବାବ ରଖି ମଧ୍ୟପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ ଅଧ୍ୟକ୍ଷ ନରେନ୍ଦ୍ର ସାଲୁଜା କହିଛନ୍ତି," ମିଛ କହିବା ବ୍ୟତୀତ ବିଜେପି କର୍ମୀଙ୍କ ପାଖରେ ଆଉ କୌଣସି ବ୍ୟବସାୟ ନାହିଁ | ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ପ୍ରସଙ୍ଗକୁ ଭୁଲି ଲୋକଙ୍କୁ ବିଭ୍ରାନ୍ତି କରିବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି | କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ, ସେମାନେ ଦିନସାରା ସୋସିଆଲ ମିଡିଆରେ ମିଛ କହିବାରେ ଲାଗିଛନ୍ତି | "

ବିଜେପି ମୁଖପାତ୍ରଙ୍କ ବୁଦ୍ଧି ପାଇଁ ତାଙ୍କ ମନରେ ଦୟା ଆସୁଛି | ତାଙ୍କର ଅଳ୍ପ ଜ୍ଞାନ ପାଇଁ ହସ ଆସୁଛି |  କୌଣସି ଘଟଣା ବାବଦରେ ନଜାଣି ମିଥ୍ୟା ପ୍ରତିକ୍ରିୟା ଦେବା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଛି | ବର୍ତ୍ତମାନ କଂଗ୍ରେସ ଖୁବ ଶୀଘ୍ର ମିଛ କଥା କହୁଥିବା ବିଜେପି ମୁଖପାତ୍ରଙ୍କୁ ନଜର ଚଷମା ଦେବ ଏବଂ ବୁଦ୍ଧି ବଢାଇବା ପାଇଁ ଚ୍ୟବନପ୍ରାସ ମଧ୍ୟ ପ୍ରଦାନ କରିବ | ଯୋଗ ଦିବସରେ କମଲନାଥଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଦେଶ ତଥା ରାଜ୍ୟବାସୀଙ୍କୁ ସ୍ୱାଗତ କରାଯାଇଛି। ଏହି ଟ୍ୱିଟରେ କମଲନାଥଙ୍କ ଏକ ଯୋଗ ମୁଦ୍ରାରେ ବସିଥିବାର ଏକ ପୁରୁଣା ଫଟୋକୁ ସେୟାର କରାଯାଇଛି | ଏହି ଫଟୋର କୌଣସି ସ୍ଥାନରେ ଲେଖା ଯାଇନାହିଁ ଏହା ଆଜିର ଫଟୋ | ଏହି ଟ୍ୱିଟ ପରେ ମିଥ୍ୟା ଖବର ଏବଂ ଡାର୍ଟି ପଲିଟିକ୍ସ କରିବାରେ ଏବେ ବିଜେପି ମୁଖପାତ୍ର ଗଣ ଲାଗି ପଡିଛନ୍ତି ବୋଲି ନରେନ୍ଦ୍ର ସାଲୁଜା କହିଛନ୍ତି |

ଏହା ସହିତ ସେ କହିଛନ୍ତି, କମଲ ନାଥ କେବେହେଲେ କୌଣସି ପ୍ରକାର ଫଟୋ ପ୍ରଦର୍ଶନୀ କିମ୍ବା ନାଟକବାଜି ଉପରେ ବିଶ୍ୱାସ କରନ୍ତି ନାହିଁ | ଯୋଗ ଦିନରେ ଦେଖାଇ ହୋବା ପାଇଁ ସେ କେବେ ଫଟୋଗ୍ରାଫି କରନ୍ତି ନାହିଁ | ସେ ପ୍ରତି ଦିନ ଯୋଗ କରନ୍ତି | ସେମାନେ | ଏହାକୁ ସେ ବିଜେପି ଭଳି ପ୍ରଚାରର ମାଧ୍ୟମ କରନ୍ତି ନାହିଁ | ଏହା ତାଙ୍କର ବ୍ୟକ୍ତିଗତ ନିତିଦିନର ଏକ ଅଂଶ |