କେଦାରନାଥ ଧାମରେ ହେଲିକ୍ୟାପ୍ଟର ଅବତରଣ ଦେଖି ଦୌଡିବାରେ ଲାଗିଲେ ଲୋକେ
ଯଦିଓ କେଦାରନାଥ ଧାମରେ ଏକ ହେଲିକ୍ୟାପ୍ଟର ବିପଦଜନକ ଅବତରଣ କରିଛି ହେଲେ ଏହା ଦ୍ୱାରା କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିନାହିଁ।
Dangerous Landing of Helicopter: କେଦାରନାଥ ଧାମରେ ଯାତ୍ରୀଙ୍କ ସୁବିଧା ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟକାରୀ ହୋଇଆସୁଛି ହେଲିକପ୍ଟର ବ୍ୟବସ୍ଥା। ପାଦରେ ଚାଲି ପାରୁନଥିବା ଲୋକଙ୍କ ଲାଗି ଏହି ବ୍ୟବସ୍ଥା ବହୁତ ସହାୟକ ହୋଇପାରିଛି। ହେଲେ ଗତ ମେ ୩୧ ତାରିଖରେ ହୋଇଥିବା ଏକ ଦୁର୍ଘଟଣା ପରେ ଲୋକେ ହେଲିକପ୍ଟର ଯୋଗେ ଯାତ୍ରା କରିବାକୁ ଭୟ କରୁଛନ୍ତି। ଏହି ଦୁର୍ଘଟଣାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଅବତରଣ କରିବା ସମୟରେ ଏହି ହେଲିକପ୍ଟର ଅନିୟନ୍ତ୍ରିତ ହୋଇପଡିବା ପରେ ଲୋକେ ଏଭଳି ଭୟାନକ ଦୃଶ୍ୟ ଦେଖି ଦୌଡାଦୌଡି କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣା ପରେ ସିଭିଲ୍ ଆଭିଏସନ ମଧ୍ୟ ବିପଦଜନକ ଅବତରଣ କରିବାକୁ ନେଇ ହେଲିକପ୍ଟର ସେବା ପରିଚାଳନା କରୁଥିବା ସଂସ୍ଥାକୁ ପରାମର୍ଶ ଦେଇଛି।
ଯଦିଓ କେଦାରନାଥ ଧାମରେ ଏକ ହେଲିକ୍ୟାପ୍ଟର ବିପଦଜନକ ଅବତରଣ କରିଛି ହେଲେ ଏହା ଦ୍ୱାରା କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିନାହିଁ। ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଉଛି। ହେଲିକ୍ୟାପ୍ଟର ଚଳାଇବା ପାଇଁ ସମସ୍ତ ଅପରେଟର ସଂସ୍ଥାଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଉଛି। SOP ଅନୁଯାୟୀ ସୁରକ୍ଷା ମାନଦଣ୍ଡକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ କୁହାଯାଇଛି। ହେଲିକ୍ୟାପ୍ଟର କାର୍ଯ୍ୟରେ ନିରାପତ୍ତା ତଦାରଖ ନିଶ୍ଚିତ କରିବାକୁ ଏକ ସ୍ପଟ୍ ଚେକ୍ ଯୋଜନା କରାଯାଇଛି। ଏଭଳି ଦୁର୍ଘଟଣା ପାଇଁ ଅପରେଟର ତଥା ଦାୟିତ୍ୱପ୍ରାପ୍ତ ଅପରେସନ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ କହିଛି।
ଏହି ଦୁର୍ଘଟଣା ଗତ ମେ ୩୧ ତାରିଖ ମଧ୍ୟାନ୍ନ ସମୟରେ ହୋଇଥିଲା। କେଦାରନାଥ ଧାମରେ ଏକ ହେଲିକ୍ୟାପ୍ଟର ହେଲିପ୍ୟାଡ ଠାରେ ଅବତରଣ କରିବା ସମୟରେ ଭୁଲ କୋଣ ତିଆରି କରିଥିଲା। ଟଚ୍ ଡାଉନ୍ ସମୟରେ ହେଲିକପ୍ଟର ହେଲିପ୍ୟାଡ ଉପରି ଭାଗକୁ ଧକ୍କା ଦେଇଥିଲା ଏବଂ ଏହା ପରେ ପ୍ରାୟ ୨୭୦ ଡିଗ୍ରୀ ବୁଲି ଯାଇଥିଲା। ଅବତରଣ ସମୟରେ ହେଲିକପ୍ଟର ନିୟନ୍ତ୍ରଣ ହରାଇଥିବା କୁହାଯାଉଛି। ଏହି ଘଟଣା ଦେଖିବା ପରେ ଧାମକୁ ଆସିଥିବା ତୀର୍ଥଯାତ୍ରୀ ଭୟଭୀତ ହୋଇ ଦୌଡାଦୌଡି କରିଥିଲେ। ଏଭଳି ଘଟଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଜୋରସୋରରେ ଚାଲିଛି। କୋରୋନା ମହାମାରୀ କାରଣରୁ ଗତ ୨ ବର୍ଷର ବ୍ୟବଧାନ ପରେ ମେ ୬ ତାରିଖରୁ ଯାତ୍ରା ଆରମ୍ଭ ହେବା ପରେ ଅତି କମରେ ୪.୫ ଲକ୍ଷ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଗତ ୨୦୧୯ ବର୍ଷରେ ତୀର୍ଥଯାତ୍ରା ପାଇଁ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଥିଲା। ସେତେବେଳେ ପ୍ରାୟ ୧୦ ଲକ୍ଷ ଲୋକ ଏହି ଯାତ୍ରାରେ ସାମିଲ ହୋଇଥିଲେ।
Also Read: କେଦାରନାଥ ଧାମରେ ହେଲିକ୍ୟାପ୍ଟର ଅବତରଣ ଦେଖି ଦୌଡିବାରେ ଲାଗିଲେ ଲୋକେ
Also Read: ଉଡ଼ାଣ ବେଳେ ବିମାନରେ ଲାଗିଲା ନିଆଁ; ୪୦ ଯାତ୍ରୀ ଆହତ
Also Read: ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ