ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ
Advertisement
Article Detail0/zeeodisha/odisha1181477

ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ

ଏହି ବିମାନରେ ୧୪ ଜଣ ଯାତ୍ରୀଙ୍କର ବସିବାର କ୍ଷମତା ଅଛି ଏବଂ ଘଣ୍ଟା ପ୍ରତି ୩୪୬ କିମି ବେଗରେ ଉଡାଣ ଭରିଥାଏ ଏହି ବିମାନ। 

ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ

Passenger Landed Flight: କୌଣସି ଉଡ଼ାଣ ଅଭିଜ୍ଞତା ନଥାଇ ଏକ ବିମାନକୁ ସଫଳ ଅବତରଣ କରାଇ ଚର୍ଚ୍ଚାକୁ ଆସିଛନ୍ତି ବିମାନ ଯାତ୍ରୀ। ଦକ୍ଷିଣ-ପୂର୍ବ ଆମେରିକୀୟ ରାଜ୍ୟ ଫ୍ଳୋରିଡା ଠାରେ ଘଟିଯାଇଛି ଏଭଳି ଘଟଣା। ସ୍ଥାନୀୟ ପାମ୍ ବିଚ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ହୋଇଥିବା ସେସନା କାରଭାନ ନାମକ ଏକ ବିମାନର ଅବତରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ବିମାନ ଯାତ୍ରୀ ବିମାନବନ୍ଦର ଟ୍ରାଫିକ ନିୟନ୍ତ୍ରକଙ୍କ ସହାୟତାରେ ଏକ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇବାରେ ସଫଳ ହୋଇଛନ୍ତି।

ଜଣେ ବିମାନଯାତ୍ରୀ ବିମାନବନ୍ଦର ଟ୍ରାଫିକ ନିୟନ୍ତ୍ରକଙ୍କୁ ଖବର ପଠାଇଥିଲେ ଯେ ସେସନା କାରଭାନ ନାମକ ଏକ ବିମାନର ଚାଳକଙ୍କ ହୋସ ନାହିଁ। ମେଡ଼ିକାଲ ଏମରଜେନ୍ସି କାରଣରୁ ବିମାନ ଚାଳକଙ୍କ ଅବସ୍ଥା ଭଲ ନଥିଲା। ଏହି ବିମାନ ଗନ୍ତବ୍ୟ ସ୍ଥଳ ଠାରୁ ୧୧୨ କିଲୋମିଟର ଦୂରରେ ରହିଥିଲା। ଏହି ବିମାନରେ ୧୪ ଜଣ ଯାତ୍ରୀଙ୍କ ବସିବାର କ୍ଷମତା ଅଛି ଏବଂ ଘଣ୍ଟା ପ୍ରତି ୩୪୬ କିମି ବେଗରେ ଉଡାଣ ଭରିଥାଏ ଏହି ବିମାନ। 

Also Read: ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ

ଯେତେବେଳେ ବିମାନବନ୍ଦର ଟ୍ରାଫିକ ନିୟନ୍ତ୍ରକଙ୍କ ପକ୍ଷରୁ ସେହି ବିମାନ ଯାତ୍ରୀଙ୍କୁ ତାଙ୍କ ସ୍ଥିତି ବାବଦରେ ପଚରା ଯାଇଥିଲା ସେତେବେଳେ ଯାତ୍ରୀ ଜଣଙ୍କ କିଛି କହି ପାରିନଥିଲେ। ଉଡାଣ ସମୟରେ ଯାତ୍ରୀ ଜଣଙ୍କ ଫ୍ଲୋରିଡ଼ା ଉପକୂଳକୁ ଦେଖି ପାରୁଥିବା ଟ୍ରାଫିକ ନିୟନ୍ତ୍ରକଙ୍କୁ କହିଥିଲେ। ଏହା ପରେ ବିମାନବନ୍ଦର ଟ୍ରାଫିକ ନିୟନ୍ତ୍ରଣ କର୍ମଚାରୀ ଏହି ବିମାନକୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ବିମାନ ଉଡ଼ାଣ ଜାରି ରଖିବାକୁ ଏବଂ ଉପକୂଳ ଦେଇ ଗତି କରିବାକୁ ଯାତ୍ରୀଙ୍କୁ କୁହାଯାଇଥିଲେ। ଶେଷରେ ଟ୍ରାଫିକ ନିୟନ୍ତ୍ରକଙ୍କ ସହାୟତାରେ ଯାତ୍ରୀ ଜଣଙ୍କ ଏହି ବିମାନକୁ ବିମାନ ବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ। 

Also Read: ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର

ଟ୍ରାଫିକ ନିୟନ୍ତ୍ରକଙ୍କ ପକ୍ଷରୁ ରେଡ଼ିଓ ଯୋଗେ ଘୋଷଣା କରାଯାଇଥିଲା ଯେ  କିଛି ବିମାନ ଯାତ୍ରୀଙ୍କ ଦ୍ୱାରା ଏକ ବିମାନର ସଫଳ ଅବତରଣ କରାଯାଇଛି। ଏଭଳି ଘୋଷଣଆ ଶୁଣି ଚକିତ ହୋଇପଡ଼ିଥିଲେ ଲୋକେ। ଅନ୍ୟପଟେ ବିମାନ ଚଳାଚଳ ବିଶେଷଜ୍ଞ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଏକ ସେସନା କାରଭାନ ବିମାନକୁ ସୁରକ୍ଷିତ ଭାବେ ଜଣେ ଯାତ୍ରୀ ଅବତରଣ କରାଇଛନ୍ତି। ଯାହାଙ୍କର କୌଣସି ବିମାନ ଉଡ଼ାଣ ଅଭିଜ୍ଞତା ନାହିଁ। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।

Also Read: Viral Video: ବିମାନର ଚକା ଫାଟିବା ପରେ ଧକ୍କା ମାରି ରନୱେରୁ ହଟାଇଲେ ଯାତ୍ରୀ