ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ
Advertisement
Article Detail0/zeeodisha/odisha1196684

ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ

ମୋଟ ୩୦ ଅବଧି ବିଶିଷ୍ଟ ସେହି ଭିଡିଓ ପାରାସେଲିଂ କରୁଥିବା ସେହି ୩ ଜଣ ଲୋକଙ୍କ ଅନୁଭୂତିକୁ ସେମାନଙ୍କ ଲାଗି ଭୟାନକ କରିଦେଇଛି।

ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ

Accident Happened During Parasailing: ସଦ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ଭିଡି଼ଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୩ ଜଣ ଲୋକ ପାରାସେଲିଂ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ୩ ଜଣ ଲୋକ ଏକ ରୋମାଞ୍ଚକର ଅନୁଭୂତି ନେବା ପାଇଁ ପାରାସେଲିଂ କରୁଛନ୍ତି। ହେଲେ ପାରାସେଲିଂ କରିବା ବେଳେ ଏପରି କିଛି ଘଟଣା ଘଟିଛି ଯାହା ତାଙ୍କର ଜୀବନ ନେଇଯିବା ଭଳି ପରିସ୍ଥିତି ଉପୁଯାଇଛି। ମୋଟ ୩୦ ଅବଧି ବିଶିଷ୍ଟ ସେହି ଭିଡିଓ ପାରାସେଲିଂ କରୁଥିବା ସେହି ୩ ଜଣ ଲୋକଙ୍କ ଅନୁଭୂତିକୁ ସେମାନଙ୍କ ଲାଗି ଭୟାନକ କରିଦେଇଛି।

ପାରାସେଲିଂ କରୁଥିବାବେଳେ ପାରାଚ୍ୟୁଟ୍ ରଶି ଗୋଟିଏ ପାର୍ଶ୍ୱରୁ ଖୋଲିଥିଲା। ଏହି କାରଣରୁ ପାରାସେଲିଂ କରୁଥିବା ସେହି ୩ ଜଣ ଲୋକ ବାୟୁ ମଣ୍ଡଳର କିଛି ଉଚ୍ଚତାରୁ ତଳକୁ ଖସିପଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ। ତଳେ ପଡ଼ିଯିବା ଫଳରେ ସେମାନେ ଆହତ ହୋଇଥିଲେ। ସେମାନଙ୍କୁ ତତକ୍ଷଣାତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭାଗ୍ୟ ଭଲ ଥିବାରୁ ଏଭଳି ଏକ ଦୁର୍ଘଟଣାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି। ମାତ୍ର ଏହି ଦୁ୍ର୍ଘଟଣାରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା କେନ୍ଦ୍ର ଶାସିତ ଅଞ୍ଚଳ ଦାମନସ୍ଥିତ ଜମ୍ବୋର ଉପକୂଳରେ ହୋଇଛି। ଏଠାରେ ଅବସ୍ଥିତ ଏହି ବେଳାଭୂମୀକୁ ହଜାର ହଜାର ଲୋକ ପରିଦର୍ଶନ କରିବାକୁ ଆସିଥାନ୍ତି।  ବେଳାଭୂମୀରେ ପାରାସେଲିଂ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିପାରେ। ଏହାକୁ ନଜରରେ ରଖି  ସତର୍କ ରହିବା ଆବଶ୍ୟକ।

Also Read: ଉଡାଣ ବେଳେ ବଦଳିଥାନ୍ତେ ଚାଳକ; ହେଲେ...