ଉଡ଼ାଣ ବେଳେ ବିମାନରେ ଲାଗିଲା ନିଆଁ; ୪୦ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha1182496

ଉଡ଼ାଣ ବେଳେ ବିମାନରେ ଲାଗିଲା ନିଆଁ; ୪୦ ଯାତ୍ରୀ ଆହତ

ବର୍ତ୍ତମାନ ଚୀନ ଠାରେ ଦ୍ୱିତୀୟ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। 

ଉଡ଼ାଣ ବେଳେ ବିମାନରେ ଲାଗିଲା ନିଆଁ; ୪୦ ଯାତ୍ରୀ ଆହତ

Fire Caught in Plane during Flight: ଉଡ଼ାଣ ବେଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ତିବ୍ଦତ ଏୟାରଲାଇନ୍ସ ବିମାନ। ରନ ୱେ ଠାରୁ ଆଗକୁ ଚାଲି ଯାଇଥିବାରୁ ଏହି ବିମାନରେ     ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ତିବ୍ଦତ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ବିମାନରେ ହୋଇଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯିବା ସହ ସମସ୍ତ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କୁ ଏୟାରବସ୍-ଏ-୩୧୯ ନାମକ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଏହି ବିମାନରେ ୧୧୩ ଜଣ ଯାତ୍ରୀ ଏବଂ ୯ ଜଣ ଚାଳକ ସଦସ୍ୟ ଥିଲେ। ଏହି ଘଟଣାରେ କେତେକ ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି।

ଏହି ଘଟଣାରେ ଚୋଙ୍ଗକିଙ୍ଗ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଘଟଣାରେ ୪୦ ଜଣରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବିମାନବନ୍ଦର ଅନୁଯାୟୀ ଏହି ଦୁର୍ଘଟଣା ସକାଳ ପ୍ରାୟ ଆଠଟା ବେଳେ ଘଟିଥିଲା। ବିମାନର ଆଗ ଭାଗ ବାମ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି।

ବିମାନରେ ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ବାହାର କରାଯିବ ସହ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିଲା। ସୁରକ୍ଷା ପାଇଁ ବିମାନ ବନ୍ଦର ରନୱେ ବନ୍ଦ କରାଯାଇଥିଲା। ଏହି ବିମାନ ଚୀନ ଠାରୁ ତିବ୍ଦତସ୍ଥିତ ନ୍ୟଙ୍ଗଚି ଅଭିମୁଖେ ଯାତ୍ରା କରୁଥିଲା। ବର୍ତ୍ତମାନ ଚୀନ ଠାରେ ଦ୍ୱିତୀୟ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ୧୨ ମାର୍ଚ୍ଚରେ ଏକ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ୧୩୨ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।  

Also Read: ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ

Also Read: ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର

Also Read: ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ