Kerala Blast: ପ୍ରାର୍ଥନା ଚାଲିଥିବା ବେଳେ କନଭେନସନ ହଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ଏକାଧିକ ଆହତ
Advertisement
Article Detail0/zeeodisha/odisha1934950

Kerala Blast: ପ୍ରାର୍ଥନା ଚାଲିଥିବା ବେଳେ କନଭେନସନ ହଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ଏକାଧିକ ଆହତ

Blast: ଅଶୁଭ ରବିବାର! ପ୍ରାର୍ଥନା ସଭା ଚାଲିଥିବା ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା (one died 20 injured )ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଇଛି। 

Kerala Blast: ପ୍ରାର୍ଥନା ଚାଲିଥିବା ବେଳେ କନଭେନସନ ହଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ଏକାଧିକ ଆହତ

Blast: ଅଶୁଭ ରବିବାର!  ପ୍ରାର୍ଥନା ସଭା ଚାଲିଥିବା ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି  ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା (one died 20 injured )ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଇଛି। ସେପଟେ, ପୋଲିସ୍ ଘଟଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍। କେରଳର ଏର୍ଣ୍ଣାକୁଲମ୍‌  ଜିଲ୍ଲାର କଲମସ୍ସେରୀ ସ୍ଥିତ (Kalamassery in Ernakulam)ଏକ କନଭେନସନ ହଲରେ ଏହି ବିସ୍ଫୋରଣ ଘଟିଛି (kerala blast during prayers of christians in convention centre)। 

ସୂଚନା ଅନୁସାରେ,  ଆଜି ସକାଳ ସମୟରେ ପ୍ରାୟ ୯.୩୦ ମିନିଟ୍ ସମୟରେ  କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲାରେ ଥିବା କଲମସ୍ସେରୀ ସ୍ଥିତ ଏକ କନଭେନସନ ହଲରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀମାନେ ପ୍ରାର୍ଥନା କରୁଥିଲେ। କିନ୍ତୁ ହଠାତ୍ ବିସ୍ପୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦେଖି, ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହି ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।  ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, କନଭେନସନ ହଲରେ   ୨୦୦୦ ଲୋକ ଯୋଗ ଦେଇଥିଲେ।