Cloud Burst: ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁନ ୩୦ ତାରଖରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ର। ଯାହା ଆସନ୍ତା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ହେଲେ ଏହି ଯାତ୍ରା ଜାରି ରହିଥିବା ବେଳେ ଗତ ଶୁକ୍ରବାର ହୋଇଥିବା ବାଦଲ ଫଟା ବର୍ଷା କାରଣରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୪୧ ଜଣ ଲୋକ ନିଖୋଜ ହୋଇଯାଉଥିବା କୁହାଯାଉଛି। ଏହି ଘଟଣାରେ ବିପୁଳ ପରିମାଣରେ ଧନ ଜୀବନ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଜାମୁ କାଶ୍ମୀର ପୋଲିସ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଆଇଟିପି, ଭାରତୀୟ ସେନା ଯବାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ଅମରନାଥ ଯାତ୍ର ବେଳେ ତାଣ୍ଡବ ମଚାଇଥିବା ବର୍ଷା ପୂର୍ବରୁ ଏହାର ବିନାଶକାରୀ ପ୍ରଭାବ ଦେଖାସାରିଛି। ବାଦଲ ଫଟା ବର୍ଷାର ସବୁଠାରୁ ଭୟାନକ ଉଦାହରଣ ହେଉଛି ଗତ ୨୦୧୩ ବର୍ଷରେ ଉତ୍ତରାଖଣ୍ଡରେ ହୋଇଥିବା ବିପର୍ଯ୍ୟୟ। ଯେଉଁ ଘଟଣାରେ ଅଗଣିତ ଧନ ଜୀବନ ନଷ୍ଟ ହୋଇଯାଇଥିଲା। ଦେଶରେ ପ୍ରଥମ ଥର ପାଇଁ ୧୯୭୦ ମସିହାରେ ଏପରି ଘଟଣା ଘଟିଥିଲା।
 
ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବାଦଲ ଫାଟିବାର ଅର୍ଥ ଏହା ନୁହେଁ ଯେ ମେଘ ବାଦଲ ଦୁଇ ଖଣ୍ଡରେ ବାଣ୍ଟି ହୋଇଯିବା। ଯେତେବେଳେ ଅଳ୍ପ ସମୟ ମଧ୍ୟରେ ହଠାତ୍ ଭୟଙ୍କର ବର୍ଷା ହୁଏ ତାହେଲେ ତାହାକୁ ବାଦଲ ଫଟା ବର୍ଷା। ଯେଉଁଠାରେ ୧୦୦ ମିଲିମିଟିର ଅର୍ଥାତ୍ ୪ ଇଞ୍ଚ ଠାରୁ ଅଧିକ ବର୍ଷା ହୋଇଥାଏ ତାହେଲେ ସେଠାରେ ବାଦଲ ଫଟା ବର୍ଷା ହୋଇଛି ବୋଲି କୁହାଯାଏ। ଯେତେବେଳେ ଗରମ ପବନ ହେତୁ ଜଳକଣା ତଳକୁ ଖସିଯାଏ ଏବଂ ଯେତେବେଳେ ସେମାନଙ୍କ ଆକାର ବଢିଯାଏ ସେତେବେଳେ ବାଦଲ ଫାଟିବାର ସମ୍ଭାବନା ଅଧିକ ଥାଏ। ଯେଉଁଠାରେ ମେଘ ବାଦଲ ଫାଟିଥାଏ ସେଠାରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ଠାରୁ ଅଧିକ ବେଗରେ ବର୍ଷା ହୋଇଥାଏ। ମେଘ ବାଦଲରେ ରହିଥିବା ଜଳକଣା ଅନେକ ସ୍ତରରେ ରହିଥାନ୍ତି। ଯେତେବେଳେ ସେଥିରେ ଆର୍ଦ୍ରତା ବଢିଯାଏ ସେତେବେଳେ ଏହି ଜଳକଣା ବୁନ୍ଦା ପରସ୍ପର ସହିତ ମିଶିଯାଇ ଏକ ଜଳ ଧାରା ସୃଷ୍ଟି କରିଥାଏ। ଯାହାର ଗତି ବହୁତ ଅଧିକ ହେବା ସହ ପ୍ରବଳ କ୍ଷତି ଘଟାଇଥାଏ।


ଅଧିକାଂଶ ମେଘ ବାଦଲ ଭୂପୃଷ୍ଠରୁ ୧୪ ହଜାର ଫୁଟ ଅର୍ଥାତ ୫ କିଲୋମିଟରରୁ ଉଚ୍ଚରେ ଏବଂ ପାହାଡ଼ ଧକ୍କା ହେବା କାରଣରୁ ଫାଟିଥାଏ। ବାଦଲ ଫାଟିବା ଘଟଣା ସେତେବେଳେ ହୋଇଥାଏ ଯେତେବେଳେ ବହୁ ଆର୍ଦ୍ରତାଯୁକ୍ତ ବାଦଲ ଗୋଟିଏ ସ୍ଥାନରେ ଅଟକି ରୁହେ। ସେଠାରେ ଉପସ୍ଥିତ ଥିବା ଜଳ ବୁନ୍ଦା ପରସ୍ପର ସହିତ ମିଶିଯାଇଥାନ୍ତି। ଏହି ଜଳ ବୁନ୍ଦାର ଓଜନ ହେତୁ ବାଦଲର ଘନତ୍ୱ ବଢିଯାଏ। ଯାହାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଏ।


ଅଧିକାଂଶ ବାଦଲ ଫାଟିବା ଘଟଣା ପର୍ବତ ଅଞ୍ଚଳରେ ହୋଇଥାଏ। କାରଣ ଜଳକଣାରେ ପରିପୂର୍ଣ୍ଣ ମେଘ ବାଦଲ ପର୍ବତରେ ଫସି ରହିଥାଏ। ସେମାନଙ୍କ ଉଚ୍ଚତା ମେଘ ବାଦଲକୁ ଆଗକୁ ବଢିବାକୁ ଦିଏ ନାହିଁ। ଏହି କାରଣରୁ ହଠାତ୍ ଗୋଟିଏ ସ୍ଥାନରେ ପ୍ରବଳ ବର୍ଷା ହୋଇଥାଏ। ପାହାଡ଼ ପର୍ବତ ରହିଥିବା ଅଞ୍ଚଳରେ ପାଣି କୌଣସି ସ୍ଥାନରେ ଅଟକି ନ ରହି ଯଥାଶୀଘ୍ର ତଳକୁ ଖସିଯାଏ। ଅମରନାଥ ଯାତ୍ରା ସମୟରେ ଅମରନାଥ ଗୁମ୍ଫା ଠାରେ ସମାନ ଘଟଣା ଘଟିଛି।


କଳା ମେଘ ବାଦଲ ଅଧିକ ଫାଟିଥାଏ 
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ଗର୍ଜୁଥିବା କଳା ଏବଂ ସୂତା ଦେଖାଯାଉଥିବା ମେଘ ବାଦଲ ବେଶୀ ଫାଟିଥାଏ। ପ୍ରତିବର୍ଷ ବର୍ଷା ଋତୁରେ ମେଘ ବାଦଲ ୩ ହଜାର କିମି ଦୂରତା ଅତିକ୍ରମ ବଙ୍ଗୋପସାଗର ଏବଂ ଆରବ ସାଗର ଠାରେ ପହଞ୍ଚିଥାଏ। ବାଦଲ ଫାଟିବା କାରଣରୁ ହେଉଥିବା ବିନାଶକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ପୂର୍ବାନୁମାନ ବ୍ୟବସ୍ଥା କରାଯାଇ ନାହିଁ। ଯାହା ବାଦଲ ଫଟା ବର୍ଷା କାରଣରୁ ହେଉଥିବା ବିନାଶ ବାବଦରେ ଖବର ଦେଇପାରିବ। 


କାହିଁକି ଘଟିଥାଏ ବାଦଲ ଫାଟିବା ଭଳି ଘଟଣା?


  • ମେଘ ବାଦଲ ଯାଉଥିବା ରାସ୍ତାରେ ଯଦି ପାହାଡ଼ ପର୍ବତ ଆସେ କିମ୍ବା ଗରମ ପବନ ପ୍ରବହିତ ହୁଏ

  • ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଗଛ କାଟିବା

  • ସହରୀକରଣ ବୃଦ୍ଧି, ଯେଉଁଥିପାଇଁ ତାପମାତ୍ରା ବୃଦ୍ଧି ପାଇଥାଏ

  • ଗ୍ରାମାଞ୍ଚଳରେ ଚାଷ ପାଇଁ ଜଙ୍ଗଲ ଉପରେ ଅଧିକ ଚାପ ପକାଇବା

  • ବର୍ଷା ଋତୁରେ ଗରମ ପବନ ବହିବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାଦଲ ଫାଟିବାର କାରଣ ହୋଇଥାଏ ମେଘୁଆ ସୃଷ୍ଟି କରିଥାଏ 


ବାଦଲ ଫାଟିବା ଭଳି ଘଟଣାକୁ କିପରି ରୋକା ଯାଇପାରିବ?


  • ପାହାଡ଼ ପର୍ବତ୍ୟ ରହିଥିବା ଅଞ୍ଚଳର ଲୋକ ଖାଲ ଜାଗାରେ ଘର ନିର୍ମାଣରୁ ଦୂରେଇ ରହିବା ଆବଶ୍ୟକ

  • ଉଠାଣି ଅର୍ଥାତ ଉଚ୍ଚ ସ୍ଥାନର ଭୂମି ମଜବୁତ ହେଲେ ଘର ନିର୍ମାଣ କାର୍ଯ୍ୟ କରାଯିବା ଉଚିତ୍

  • ଏହା ବ୍ୟତୀତ ନଦୀ ନାଳ ଠାରୁ ଦୂରତା ରହିବା ଆବଶ୍ୟକ

  • ବର୍ଷା ବେଳେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ


ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଯେତେବେଳେ ଗୋଟିଏ ସ୍ଥାନରେ ହଠାତ ପ୍ରବଳ ବର୍ଷା ହୁଏ, ବାଦଲ ଫାଟିଯିବା ହେତୁ ହଠାତ୍ ଜଳକଣା ଭର୍ତ୍ତି ମେଘ ବାଦଲରୁ ପାଣି ଭୂମିରେ ପଡ଼େ ସେତେବେଳେ ଏହାକୁ ଫ୍ଲାସ୍ ଫ୍ଲଡ (Flash flood) କିମ୍ବା ବାଦଲ ଫାଟିବା (Cloudburst) ବୋଲି କୁହାଯାଏ। ଅଚାନକ ଫାଟି ଯାଇ ବର୍ଷା କରାଉଥିବା ବାଦଲ ପ୍ରେଗନେଣ୍ଟ କ୍ଲାଉଡ଼ (Pregnant Cloud) ମଧ୍ୟ କୁହାଯାଏ।


କେବେ କେବେ ହୋଇଛି ବାଦଲ ଫଟା ବର୍ଷା?
୨୦୧୭, ୧୪ ଅଗଷ୍ଟରେ ଉତ୍ତରାଖଣ୍ଡ ପିଥୋରାଗଡ ଜିଲ୍ଲାର ମଙ୍ଗତି ନାଲା ନିକଟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ
୨୦୧୬ ମେ ୧୧ ତାରିଖରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲା ନିକଟସ୍ତ ସୁତ୍ରି ଠାରେ ତାଣ୍ଡବ ମଚାଇଥିଲା ବାଦଲ ଫଟା ବର୍ଷା 
୨୦୧୩ ଜୁନ ୧୬-୧୭ ତାରିଖ କେଦାରନାଥ ଧାମ ଠାରେ ହୋଇଥିବା ବାଦଲ ଫଟା ବର୍ଷା କାରଣରୁ ପ୍ରାୟ ୫ ହଜାର ଲୋକ ପ୍ରାଣ ହରାଇଥିଲେ
୨୦୧୦, ୬ ଅଗଷ୍ଟରେ ଲଦାଖ ରାଜଧାନୀ ଲେହ ଠାରେ ହୋଇଥିବା ବାଦଲ ଫଟା ଧ୍ୱଂସର ଲୀଳୀ ରଚିଥିଲା। 


Also Read: Monsoon Update: ଦେଶରେ କିପରି ରହିଛି ମୌସୁମୀ ସ୍ଥିତି? କେଉଁଠି ହେବ ବର୍ଷା?


Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ


Also Read: କିପରି କରାଯାଏ ବାତ୍ୟାର ନାମକରଣ?