Union Budget 2022 : ବଦଳିଲା ନାହିଁ TAX ସ୍ଲାବ; ଜାଣନ୍ତୁ କ'ଣ ମହଙ୍ଗା ଓ କ'ଣ ଶସ୍ତା
Advertisement
Article Detail0/zeeodisha/odisha1085526

Union Budget 2022 : ବଦଳିଲା ନାହିଁ TAX ସ୍ଲାବ; ଜାଣନ୍ତୁ କ'ଣ ମହଙ୍ଗା ଓ କ'ଣ ଶସ୍ତା

Union Budget 2022 Live: ନିର୍ମଳା ସୀତାରମଣ କୋରୋନା ଅବଧିରେ ଦ୍ୱିତୀୟ ଥର ଏବଂ କ୍ରମାଗତ ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ୟୁନିୟନ ବଜେଟ୍ ସହିତ ଜଡିତ ଲାଇଭ୍ ଅପଡେଟ୍ ଗୁଡିକୁ ଆପଣ ନିମ୍ନରେ ପଢ଼ିପାରିବେ ।

Union Budget 2022 : ବଦଳିଲା ନାହିଁ TAX ସ୍ଲାବ; ଜାଣନ୍ତୁ କ'ଣ ମହଙ୍ଗା ଓ କ'ଣ ଶସ୍ତା
LIVE Blog

ନୂଆଦିଲ୍ଲୀ: Budget 2022 : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କୃଷକ ଏବଂ ଛାତ୍ରମାନଙ୍କ ବିଷୟରେ ଅନେକ ବଡ଼ ଘୋଷଣା କରିଛନ୍ତି । ଆୟକର ନିୟମ ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ନିୟମରେ ପ୍ରମୁଖ ସଂସ୍କାର କରାଯିବ । ସେ କହିଛନ୍ତି ଯେ ଟିକସଦାତା ଅପଡେଟ୍ ରିଟର୍ଣ୍ଣ ଦାଖଲ କରିବାର ସୁଯୋଗ ପାଇବେ  ।

ମହଙ୍ଗା:
ବିଦେଶୀ ଛତା
ଷ୍ଟିଲ ସ୍କ୍ରାପ୍
ଅଳଙ୍କାର (ନିର୍ଦ୍ଦିଷ୍ଟ)

ଶସ୍ତା:
କପଡ଼ା
ଚମଡ଼ା
ମୋବାଇଲ ଫୋନ ଚାର୍ଜର
ରାସାୟନିକ ଦ୍ରବ୍ୟ 
ହୀରା (ନିର୍ଦ୍ଦିଷ୍ଟ)

ରତ୍ନ ପଥର  (ନିର୍ଦ୍ଦିଷ୍ଟ)

 

GST

  • LTCG (long-term capital gains) ଉପରେ 15% ସବ-ଚାର୍ଜ ଲାଗୁ ହେବନାହିଁ
  • କୋରୋନା ମହାମାରୀ ସତ୍ତ୍ୱେ ବଢ଼ିଛି GST କଲେକ୍ସନ
  • ଜାନୁଆରୀ ମାସରେ GST ର ମୋଟ ଆୟ ରେକର୍ଡ଼ ସ୍ତରରେ 
  • ଜାନୁଆରୀ ସୁଦ୍ଧା 1.49 ଲକ୍ଷ କୋଟି ଟଙ୍କାର ରେକର୍ଡ଼ GST ଆଦାୟ
  • କମିଲା କର୍ପୋରେଟ ସର୍ବ-ଚାର୍ଜ
  • କ୍ୟାପିଟାଲ ଗୁଡ଼ସ ଉପରେ 7.5 ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲାଗୁହେବ
  • ପଲିସି ଡାଇମଣ୍ଡ ଉପରେ କଷ୍ଟମ ଡ୍ୟୁଟି 5% ଘଟିଲା
  • ନିର୍ଦ୍ଦିଷ୍ଟ ରାସାୟନିକ ଦ୍ରବ୍ୟ ଆମଦାନୀ ଉପରେ ଇମ୍ପୋର୍ଟ ଡ୍ୟୁଟି କମିଲା

 

  • ରାଜ୍ୟସରକାରଙ୍କ କର୍ମଚାରୀଙ୍କୁ NPS ମାଧ୍ୟମରେ କରଦାନରେ ଅସ୍ବସ୍ତି
  • NPS ରେ TAX ସୀମା 14% ରୁ କମାଇ 10% କରାଗଲା
  • ନିବେଶକାରୀଙ୍କୁ କ୍ଷତି ହେଲେ ମଧ୍ୟ ଦେବାକୁ ପଡିବ TAX 
  • ଭରଚୁଆଲ ଡିଜିଟାଲ ଆସେଟ ଉପରେ 30% କର
  • ଅର୍ଥାତ Cripto କରେନ୍ସିରୁ ଆୟ ଉପରେ 30% ଲାଗିବ
  • ନକଲି ଅଳଙ୍କାରର ପ୍ରତି କେଜି ଉପରେ 400 ଟଙ୍କା TAX 

ଅର୍ଥ:

  • କ୍ୟାପିଟାଲ ଏକ୍ସପେଣ୍ଡିଚର 35.4% ବୃଦ୍ଧି
  • 2022 ରେ ସଂଶୋଧିତ ଖର୍ଚ୍ଚ 7.2 ଲକ୍ଷ କୋଟି
  • TAX ଆଇନରେ ହେବ ସଂଶୋଧନ, ଅଣାଯିବ ନୂଆ ଆଇନ
  • 2 ବର୍ଷ ପର୍ଯ୍ୟନ୍ତ ପୁରୁଣା TAX ରିଟର୍ଣ୍ଣ ସମ୍ଭବ 
  • କୋଅପରେଟିଭ ସୋସାଇଟି ଉପରେ MAT ଘଟାଇ 15% କରାଯିବ
  • ଦିବ୍ୟାଙ୍ଗଙ୍କ ପାଇଁ TAX ରେ ରିହାତି ମିଳିବ

ସେୟାର ମାର୍କେଟରେ ବୃଦ୍ଧି

  • HDFC ସେୟାର ରହିଛି ଶୀର୍ଷରେ
  • 2023 ରେ ରାଜ୍ୟମାନଙ୍କର ଆର୍ଥିକ ନିୟଣ୍ଟକୁ 4% ମଞ୍ଜୁରୀ
  • 2023 ରେ  ଆର୍ଥିକ ନିୟଣ୍ଟ ଲକ୍ଷ୍ୟ 6.4% ରେ ସୀମିତ ରଖିବାକୁ ଲକ୍ଷ୍ୟ  

ଶକ୍ତି:

  • GDP 2.9 ପ୍ରତିଶତ ଅଂଶ କ୍ୟାପେକ୍ସ
  • 2023 ରେ କ୍ୟାପେକ୍ସକୁ ମିଳିବ 23 ପ୍ରତିଶତ ବୃଦ୍ଧି
  • 2023 ଆର୍ଥିକ ବର୍ଷରେ କ୍ୟାପେକ୍ସ 7.5 ଟଙ୍କାର ବଜେଟ
  • GIFT ସିଟିରେ ଅନ୍ତର୍ଜାତୀୟ ଆର୍ବିଟେସନ ସେଣ୍ଟର ତିଆରି ହେବ
  • GIFT ସିଟିରେ ବିଦେଶୀ ପୁଞ୍ଜି ଲଗାଣକୁ ମିଳିବ ଅନୁମତି
  • ଡାଟା ସେଣ୍ଟରକୁ ମିଳିବ ଭିତିଭୂମିର ମାନ୍ୟତା
  • ଭେଞ୍ଚର କ୍ୟାପିଟାଲ (P)କୁ ନିୟନ୍ତ୍ରିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • କୋଇଲାରୁ ଗ୍ୟାସ ଉତ୍ପାଦନ ପାଇଁ 4 ଟି ପ୍ରୋଜେକ୍ଟ ସ୍ଥାପନ ଲକ୍ଷ୍ୟ
  • ସ୍ପେସିଆଲ ଇକୋନୋମି ଜୋନ ନିୟମରେ ହେବ ପରିବର୍ତ୍ତନ

RBI ଆଣିବ ଡିଜିଟାଲ କରେନ୍ସି .

  • ବ୍ଲକ ଚେନ ଆଧାରରେ ଡିଜିଟାଲ କରେନ୍ସିର ଆବଣ୍ଟନ
  • ପୂର୍ବରୁ RBI ଡିଜିଟାଲ କରେନ୍ସିକୁ ନିୟନ୍ତ୍ରଣ କରିବା ପାଇଁ ଦେଇଥିଲା ପରାମର୍ଶ
  • ଆର୍ଥିକ 2023 ରେ ଲଞ୍ଚ ହେବ ଡିଜିଟାଲ କରେନ୍ସି
     

ପ୍ରତିରକ୍ଷା

  • କମିବ ପ୍ରତିରକ୍ଷା ଉତ୍ପାଦ ଆମଦାନୀ, 68% ହେବ ଘରୋଇ ଉତ୍ପାଦନ
  • ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଂଶବିଶେଷ ଭାବରେ RND ପାଇଁ ଷ୍ଟାର୍ଟଅପ ଉପରେ ଗୁରୁତ୍ୱ
  • ସୋଲାର ଏନର୍ଜି ପାଇଁ 19 ହଜାର 5 କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ

 

  • 2022-23 ରୁ ଆରମ୍ଭ ହେବ 5G ସେବା ବ୍ୟବସ୍ଥା
  • 2022-23 5G ସେବା ବ୍ୟବସ୍ଥାର ନିଲାମୀ ଆରମ୍ଭ 
  • 2025 ସୁଦ୍ଧା ଅପ୍ଟିକାଲ ଫାଇବର ଶେଷ କରିବାକୁ ଧର୍ଯ୍ୟ 
  • ଗେମିଙ୍ଗ ସେକ୍ଟର ବିକାଶ ବିଶେଷ ଧ୍ୟାନ
  • 75 ଜିଲ୍ଲାରେ ଆରମ୍ଭ ହେବ 75 ଇ-ବ୍ୟାଙ୍କିଙ୍ଗ ବ୍ୟବସ୍ଥା
  • 5 ଟି ବଡ଼ ଶିକ୍ଷାସଂସ୍ଥାର ହେବ ବିକାଶ

 

  • ଇ-ଯାନ ପାଇଁ ବିଶେଷ ବ୍ୟବସ୍ଥା କରିବେ ସରକାର
  • ବ୍ୟକ୍ତିଗତ ଉଦ୍ୟମରେ ବ୍ୟାଟେରୀ ଉତ୍ପାଦନକୁ ମିଳିବ ପ୍ରୋତ୍ସାହନ
  • ଏହା ସହିତ ବ୍ୟାଟେରୀ ଅଦଳବଦଳ ପାଇଁ ବିଶେଷ ବ୍ୟବସ୍ଥା କରାଯିବ
  • ଆଇଆରଡ଼ିଏ ଜାରିକରିବ ବୀମା ବନ୍ଦ

 

  • ଟିୟର-2,3 ସହର ଗୁଡିକର ଆଧୁନିକିକରଣ ଓ ବିକାଶ କରାଯିବ
  • ପୋଷ୍ଟଅଫିସ ସହ ବ୍ୟାଙ୍କକୁ ସଂଯୋଗ ପାଇଁ ଗୁରୁତ୍ୱ
  • ବ୍ୟାଙ୍କ ସହ ଯୋଡ଼ିହେବ 1.5 ଲକ୍ଷ୍ୟ ଡାକଘର
  • ସାଧାରଣ ନାଗରିକଙ୍କୁ ମିଳିବ ଇ-ପାର୍ସପୋର୍ଟର ସୁବିଧା
  • ପାର୍ସପୋର୍ଟରେ ଲାଗିବ ଚିପ୍
  • ଡିଜିଟାଲ ଅର୍ଥନୀତି ଉପରେ ସରକାରଙ୍କ ଗୁରୁତ୍ୱ
  • 75 ଟି ଜିଲ୍ଲାରେ ଆରମ୍ଭ ହେବ 75 ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍

 

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେବ 48 ହଜାର କୋଟି ଟଙ୍କା
  • ପ୍ରତିଘରକୁ ଟ୍ୟାପ ପାଣି ଯୋଗାଇବା ଲକ୍ଷ୍ୟ
  • ଏଥିପାଇଁ 60 ହଜାର କୋଟି ଲକ୍ଷ୍ୟ ଧାର୍ଯ୍ୟ
  • ପୂର୍ବାଞ୍ଚଳରେ ବିକାଶ ପାଇଁ ଖର୍ଚ୍ଚ ହେବ 15 ଶହ କୋଟି ଟଙ୍କା

ଶିକ୍ଷା:

  • ପିଏମ ଇ-ବିଦ୍ୟା ଯୋଜନାର ବୃଦ୍ଧି
  • 2 ଲକ୍ଷ ଅଙ୍ଗନବାଡ଼ିର ହେବ ନବୀକରଣ
  • 200 ଚ୍ୟାନେଲ ପର୍ଯ୍ୟନ୍ତ ପହଞ୍ଚିବ ଇ-ବିଦ୍ୟା ସ୍କିମ
  • ଶିକ୍ଷାର ବିସ୍ତାର ପାଇଁ ୱାନ କ୍ଲାସ ୱାନ ଟିଭି ଚ୍ୟାନେଲ
  • ଆଗ୍ରୋ ବିଶ୍ୱବିଦ୍ୟାଳୟକୁ ଆଗକୁ ବଢ଼ାଇବାକୁ ବିଶେଷ ବ୍ୟବସ୍ଥା

କେନ୍-ବେଟୱା ନଦୀ ସଂଯୋଗ ପ୍ରକଳ୍ପରେ କାମ ଆରମ୍ଭ । କେନ୍-ବେଟୱା ନଦୀ ସଂଯୋଗ ପାଇଁ 1400 କୋଟି ଟଙ୍କା ବ୍ୟୟ ଅଟକଳ । ଫଳ ଏବଂ ପନିପରିବା ଚାଷୀଙ୍କ ପାଇଁ ପ୍ୟାକେଜ୍ ଆଣିବେ ସରକାର । ITI ରୁ ମିଳିବ Drone ତାଲିମ ।

କୃଷକ ପାଇଁ:

  • MSP ଆଧାରରେ କୃଷକ ପାଇଁ ଘୋଷଣା ହେଲା 2.7 କୋଟି ଟଙ୍କା 
  • କୀଟନାଶକ ପ୍ରୟୋଗ ପାଇଁ Drone ବ୍ୟବହାର ପାଇଁ ଗୁରୁତ୍ୱ
  • PCLGS ସ୍କିମର ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା 
  • PCLGS ସ୍କିମରୁ 1.3 କୋଟି କ୍ଷୁଦ୍ର ବ୍ୟବସାୟୀ ପାଇବେ ପାଇବେ 
  •  
  • ପିଏମ ଗତିଶକ୍ତି ଯୋଜନାରେ ବଢିବ ନିବେଶ
  •  ଦେଶରେ ଦୌଡିବ 100 ଗତି ଶକ୍ତି କାର୍ଗୋ ଟ୍ରେନ
  • ବର୍ଷକୁ 25000 କିଲୋମିଟର ରାଜରାସ୍ତା ନିର୍ମାଣ ହେବ 
  • ପାହାଡ଼ କ୍ଷେତ୍ରରେ ପର୍ବତମାଳା ରୋ ପାଇଁ ବ୍ୟବସ୍ଥା
  • ରାଜପଥର ବିକାଶ ପାଇଁ 20  ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା  
  • 60 ଲକ୍ଷ ନିଯୁକ୍ତି ସୁବିଧା ସୃଷ୍ଟି ହେବ ।
  • ଖୁବ ଶୀଘ୍ର LIC ର ଆଇପିଓ ଆସିବ ।
  • 3 ବର୍ଷରେ 400 ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିବ ।

 

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ହେଉଛି ତାଙ୍କର ଚତୁର୍ଥ ବଜେଟ୍ ଏବଂ ଏଥର ମଧ୍ୟ ବଜେଟ୍ କାଗଜହୀନ ଫର୍ମରେ ଉପସ୍ଥାପିତ ହେଉଛି ।

ସର୍ବାଧିକ ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ: ମୋରାର୍ଜୀ ଦେଶାଇ
ମୋରାର୍ଜୀ ଦେଶାଇ ଦେଶରେ ସର୍ବାଧିକ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ 10 ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ପି ଚିଦାମ୍ବରମ୍ ଦୁଇ ନମ୍ବରରେ ଅଛନ୍ତି, ସେ 9 ଥର ବଜେଟ୍ ଉପସ୍ଥାପନ କରିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ବଜେଟରୁ ସାଧାରଣ ନାଗରିକଙ୍କ ଆଶା
ବଜେଟରେ ଅର୍ଥମନ୍ତ୍ରୀଙ୍କ ଆଶା ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନ ବୃଦ୍ଧି ପାଇଁ ଚାହିଦା ଏଥର ବୃଦ୍ଧି ପାଉଛି । କୋରୋନା ଅବଧି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକ ବଜେଟ୍ ଆବଣ୍ଟନ କରିବାକୁ ଦାବି କରାଯାଉଛି ।

କ୍ୟାବିନେଟର ପୂର୍ବ ବଜେଟ୍ ବୈଠକ ଶେଷ
କେନ୍ଦ୍ର କ୍ୟାବିନେଟର ବୈଠକ ସମାପ୍ତ ହୋଇଛି ଏବଂ ଏଥିରେ 2022-23 ବଜେଟ୍ ଅନୁମୋଦନ କରାଯାଇଛି । ସଂସଦରେ ବଜେଟ୍ ଉପସ୍ଥାପିତ ହେବାପରେ ଏବେ ଆଉ କିଛି ମିନିଟ୍ ବାକି ଅଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ 11 ଟାରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ।

fallback

ବଜେଟ୍ ଉପରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଆରମ୍ଭ ହେବ, ବୈଠକରେ ଅନୁମୋଦନ ହେବ ବଜେଟ୍ 

ବଜେଟ ଉପରେ କେନ୍ଦ୍ର କ୍ୟାବିନେଟର ବୈଠକ ଆରମ୍ଭ ହୋଇଛି ଏବଂ ବଜେଟରେ ଅନୁମୋଦନ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଗୃହମନ୍ତ୍ରୀ ମଧ୍ୟ ବଜେଟ୍ ପୂର୍ବ କ୍ୟାବିନେଟ୍ ବୈଠକରେ ଉପସ୍ଥିତ ଅଛନ୍ତି ।

Union Budget 2022: ନିର୍ମଳା ସୀତାରମଣ କୋରୋନା ଅବଧିରେ ଦ୍ୱିତୀୟ ଥର ଏବଂ କ୍ରମାଗତ ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ୟୁନିୟନ ବଜେଟ୍ ସହିତ ଜଡିତ ଲାଇଭ୍ ଅପଡେଟ୍ ଗୁଡିକୁ ଆପଣ ନିମ୍ନରେ ପଢ଼ିପାରିବେ ।