ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ
Advertisement
Article Detail0/zeeodisha/odisha1235823

ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ

LPG Connection Rate Hike: ୪୭.୫ କିଲୋଗ୍ରାମ SC Valve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୪୩୦୦ ଟଙ୍କାରୁ ୪୯୦୦ ଟଙ୍କା, ଶୁଳ୍କ ରେଟ୍ ୪୩୦୦ରୁ ୪୯୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୬୪୫୦ ଟଙ୍କାରୁ ୭୩୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ: LPG Connection Rate Hike: ସାଧାରଣ ଜନତାଙ୍କୁ ଲଗାତର ଗୋଟିଏ ପରେ ଗୋଟିଏ ମୁଦ୍ରାସ୍ଫୀତିର ଝଟକା ଲାଗୁଛି । ଯାହା ଫଳରେ ଜନତାଙ୍କ ପକେଟ ଉପରେ ବୋଝ ବଢ଼ି ବଢ଼ି ଚାଲିଛି । ଆଜି (ଜୁନ ୨୮) LPG କନେକଶନକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ବର୍ତ୍ତମାନ ନୂତନ LPG ସଂଯୋଗ ନେବା ପାଇଁ ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ LPG ସିଲିଣ୍ଡର (୧୯ କିଲୋଗ୍ରାମ) ର କନେକଶନ୍ (Commercial LPG Connection) ନେବା ପାଇଁ ସିକ୍ୟୁରିଟି ଜମା ଶୁଳ୍କ ବୃଦ୍ଧି କରିଛନ୍ତି  । ନୂତନ ଦର ମଧ୍ୟ ଆଜି ଠାରୁ ଅର୍ଥାତ୍ ଜୁନ ୨୮ରୁ ଲାଗୁ ହୋଇଛି ।

୧୯ କିଲୋଗ୍ରାମ SC Valve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୧୭୦୦ରୁ ୨୪୦୦ ଟଙ୍କା, ଶୁଳ୍କ ରେଟ୍ ୧୭୦୦ ଟଙ୍କାରୁ ୨୪୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୨୫୫୦ ଟଙ୍କାରୁ ୩୬୦୦ ଟଙ୍କାକୁ ବୃଦ୍ଧି ପାଇଛି । ୪୭.୫ କିଲୋଗ୍ରାମ SC Valve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୪୩୦୦ ଟଙ୍କାରୁ ୪୯୦୦ ଟଙ୍କା, ଶୁଳ୍କ ରେଟ୍ ୪୩୦୦ରୁ ୪୯୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୬୪୫୦ ଟଙ୍କାରୁ ୭୩୫୦ ଟଙ୍କାକୁ ବୃଦ୍ଧି ପାଇଛି ।  LOT Volve ସିକ୍ୟୁରିଟି ଜମା ଓଶୁଳ୍କ ରେଟ୍ ୧୫୦୦ ଟଙ୍କା ଅପରିବର୍ତ୍ତିତ ରହିଛି । ଏଥି ସହିତ ଏହାର ପ୍ୟାନେଲ ରେଟ୍ ୨୨୫୦ ଟଙ୍କା ଅପରିବର୍ତ୍ତିତ ରହିଛି ।

୧୯ କିଲୋଗ୍ରାମ LOT Volve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୩୨୦୦ ଟଙ୍କାରୁ ୩୯୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଶୁଳ୍କ ରେଟ୍ ମଧ୍ୟ ୩୨୦୦ ଟଙ୍କାରୁ ୩୯୦୦ ଟଙ୍କା ଏବଂ ପ୍ୟାନେଲ ଦର ୪୮୦୦ ଟଙ୍କାରୁ ୫୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ୪୭.୫ କିଲୋଗ୍ରାମ LOT Volve  ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ଦର ୫୮୦୦ ଟଙ୍କାରୁ ୬୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଶୁଳ୍କ ରେଟ୍ ୫୮୦୦ ଟଙ୍କାରୁ ୬୪୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୮୭୦୦ରୁ ୯୬୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ

ଏହା ବି ପଢ଼ନ୍ତୁ:-ବାୟୁସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନେ ଦେଖାଇଲେ ଜୋଶ୍, ୩ ଦିନରେ ଆସିଲା ଏତେ ଯୁବକଙ୍କ ଆବେଦନ

ଏହା ବି ପଢ଼ନ୍ତୁ:-ଏହି ଦେଶର ମହିଳାମାନେ କ'ଣ ପାଇଁ କଲେ 'ସେକ୍ସ ଷ୍ଟ୍ରାଇକ୍', ରଖିଲେ ଏହି ସର୍ତ୍ତ

ଆପଣଙ୍କୁ କହି ରଖୁଛୁ ଯେ ଏକ ନୂତନ LPG ସଂଯୋଗ ପାଇବା ମଧ୍ୟ ମହଙ୍ଗା ହୋଇଛି ଓ ଏହାର ପ୍ରଭାବ ଯେଉଁମାନେ ନୂତନ ଗ୍ୟାସ୍ ସଂଯୋଗ ନେବେ ସେମାନଙ୍କ ଉପରେ ପଡ଼ିବ । ସମ୍ପ୍ରତି ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ସିକ୍ୟୁରିଟି ଜମା ଦାମ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ଅଧୀନରେ ଘରୋଇ ଗ୍ରାହକମାନଙ୍କୁ ପ୍ରତ୍ୟେକ ନୂତନ ଗ୍ୟାସ ସଂଯୋଗ ପାଇଁ  ୧୪୫୦ ଟଙ୍କା ପରିବର୍ତ୍ତେ ୨୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ଅର୍ଥାତ ପ୍ରତ୍ୟେକ ନୂତନ ଗ୍ୟାସ ସଂଯୋଗ ପାଇଁ ସିଧାସଳଖ ଜମା ହାର ୭୫୦ ଟଙ୍କା ବୃଦ୍ଧି କରାଯାଇଛି ।