ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ କମିଲା ରେଟ୍
Advertisement

ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ କମିଲା ରେଟ୍

LPG Cylinder Price: ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି ।

ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ କମିଲା ରେଟ୍

ନୂଆଦିଲ୍ଲୀ: LPG Price Today 1st September 2022: ଆଜି (ଗୁରୁବାର) ଅର୍ଥାତ ସେପ୍ଟେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜିଠାରୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ସାରା ଦେଶରେ ଦେଖାଦେଇଛି । ଏହି ରିହାତି ବ୍ୟବସାୟିକ ସିଲିଣ୍ଡର (Commercial Cylinders) ବ୍ୟବହାରକାରୀଙ୍କୁ ମିଳିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘଟିଛି ।

ଅନ୍ୟପଟେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର (19 kg Commercial Cylinders) ଦିଲ୍ଲୀରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ମିଳିବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୨୦୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ସେପ୍ଟେମ୍ୱର ୧ରୁ ଏହି ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ଉପଲବ୍ଧ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ମିଳିବ । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ଓ ଚେନ୍ନାଇରେ ୨,୦୪୫ ଟଙ୍କାକୁ ଖସି ଆସିଛି ।

ଏହା ବି ପଢ଼ନ୍ତୁ:-'ଗରମ ତାୱାରେ ମାଡ଼ ମାରିଛି, ଦାନ୍ତ ଭାଙ୍ଗିଛି, ପରିସ୍ରା ଚଟାଇଛି', ଚାକରାଣୀ ଉପରେ ଅତ୍ୟାଚାର ଅଭିଯୋଗରେ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ଏହା ବି ପଢ଼ନ୍ତୁ:-୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ କିଏ ଦେବେ ଟକ୍କର? ଏହି ନେତା ବିଗାଡ଼ିବ ରାହୁଲ ଗାନ୍ଧୀଙ୍କ ଖେଳ!

ଆପଣଙ୍କୁ କହି ରଖୁଛୁ ଯେ, ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ-ମୁମ୍ବାଇରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି । ଜୁଲାଇ ୧ରେ ମଧ୍ୟ LPG ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା । ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

ଜୁଲାଇ ୧ ପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଜୁନ ୧ରେ ୧୩୫ ଟଙ୍କା ହ୍ରାସ କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ଦରଦାମରୁ ଲୋକଙ୍କୁ ରିହାତି ଦେବା ପାଇଁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଘୋଷଣା କରିଥିଲେ । ଏହି ସବସିଡି ବାର୍ଷିକ କେବଳ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ଉପଲବ୍ଧ ହେବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୯ କୋଟିରୁ ଅଧିକ ଗ୍ରାହକ ଉପକୃତ ହୋଇଛନ୍ତି ।

ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ପାର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ୧,୦୦୩ରୁ  ୧,୦୫୩ ଟଙ୍କାକୁ ପହଞ୍ଚିଯାଇଛି । ବର୍ତ୍ତମାନ ସମୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର କୋଲକାତାରେ ୧,୦୭୯ ଟଙ୍କା, ଭୁବନେଶ୍ୱରରେ ୧,୦୭୯ ଟଙ୍କା,  ମୁମ୍ବାଇରେ ୧,୦୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୦୬୮.୫୦ ଟଙ୍କା ଟଙ୍କାରେ ମିଳୁଛି ।