କୋଭିଡ୧୯ ପଜିଟିଭ ହେବା ପରେ କ୍ୱାରେଣ୍ଟାଇନରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ
Advertisement

କୋଭିଡ୧୯ ପଜିଟିଭ ହେବା ପରେ କ୍ୱାରେଣ୍ଟାଇନରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

କୋରୋନାରେ ଆକ୍ରାନ୍ତ ହେବା ପରେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ । 

କୋଭିଡ୧୯ ପଜିଟିଭ ହେବା ପରେ କ୍ୱାରେଣ୍ଟାଇନରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ଦେଶରେ ଜାରି ରହିଛି କୋରୋନା ପ୍ରକୋପ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଏପରିକି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ବିଶ୍ୱ ମହାମାରୀ କୋଭିଡ୧୯ କବଳରେ ରହିଛନ୍ତି । ସଦ୍ୟ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ପର ସେ କ୍ୱାରେଣ୍ଟାଇନରେ ରହିଛନ୍ତି ।     

ଏନେଇ ଟ୍ୱିଟ  କରି ସେ କହିଛନ୍ତି, ମୋର ପ୍ରିୟ ରାଜ୍ୟବାସୀ, ମୋ ଶରୀରରେ କୋରୋନା ଲକ୍ଷଣ ରହିଥିଲା । ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି, ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି  ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ଏବଂ କ୍ୱାରେଣ୍ଟାଇନକୁ ଚାଲିଯାନ୍ତୁ । 

ଏହା ସହିତ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, କୌଣସି କୋରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ଲାଭ କରି ପାରିବ। ମୁଁ ୨୫ ମାର୍ଚ୍ଚ ଠାରୁ ପ୍ରତି ସନ୍ଧ୍ୟାରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରୁଛି । ମୁଁ ବର୍ତ୍ତମାନ ଯଥାସମ୍ଭବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋରୋନା ସ୍ଥିତି ବାବଦରେ ସମୀକ୍ଷା କରିବି।      

ମୋ ଅନୁପସ୍ଥିତିରେ, ହେବାକୁ ଯାଉଥିବାସ ଏହି ବୈଠକ ବର୍ତ୍ତମାନ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ଡ. ନରୋତ୍ତମ ମିଶ୍ର, ନଗର ଉନ୍ନୟନ ଏବଂ ପ୍ରଶାସନ ମନ୍ତ୍ରୀ ଭୁପେନ୍ଦ୍ର ସିଂହ, ସ୍ୱାସ୍ଥ୍ୟଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ପିଆର ଚୌଧୁରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ମୁଁ ନିଜର ଚିକିତ୍ସା ସମୟରେ ରାଜ୍ୟ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବି ବୋଲି ଜଣାଇଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ।      

ବିଗତ ୨୪ ଘଣ୍ଟା ମଧ୍ୟରେ କୋରୋନା କାରଣରୁ ୭୮୭ ଲୋକଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୨୫ ତାରିଖ ଶନିବାର ମଧ୍ୟାନ୍ନ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ମୋଟ ୧୩ ଲକ୍ଷ ୩୬ ହଜାର ୮୬୧ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୧୩୫୮ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ୪୫୬୦୭୧ ମାମଲା ସକ୍ରିୟ ରହିଥିବା ବେଳେ, ୮୪୯୪୩୨ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟପଟେ ମଧ୍ୟ ପ୍ରଦେଶରେ ୨୬୨୧୦ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୭୯୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ୭୫୫୩ ମାମଲା ସକ୍ରିୟ ରହିଥିବା ବେଳେ ୧୭୮୬୬ କୋରୋନା ସଂକ୍ରମିତ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।