ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! ଏହି ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହେଲା ଶସ୍ତା
Advertisement
Article Detail0/zeeodisha/odisha1257215

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! ଏହି ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହେଲା ଶସ୍ତା

Maharashtra Petrol Diesel Price Cut: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦରରେ ବିଭିନ୍ନ ଭ୍ୟାଟ୍ ଓ ଟ୍ୟାକ୍ସକୁ ହ୍ରାସ କରିଥିଲେ । ଯାହା ଫଳରେ ତୈଳ ଦର କମ୍ ହୋଇ

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! ଏହି ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହେଲା ଶସ୍ତା

ମୁମ୍ୱାଇ: Maharashtra Petrol Diesel Price Cut: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦରରେ ବିଭିନ୍ନ ଭ୍ୟାଟ୍ ଓ ଟ୍ୟାକ୍ସକୁ ହ୍ରାସ କରିଥିଲେ । ଯାହା ଫଳରେ ତୈଳ ଦର କମ୍ ହୋଇଥିଲା । ଏହି କ୍ରମରେ ବର୍ତ୍ତମାନ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ମୂଲ୍ୟରୁ ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସିଏମ୍ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୬ ହଜାର କୋଟି ଟଙ୍କାର ଭାର ସରକାରଙ୍କ ଉପରେ ପଡ଼ିବ ।

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧.୩୫ ଟଙ୍କା ରହିଛି । ସେହିପରି ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୨୮ ଟଙ୍କା ରହିଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୮ ଟଙ୍କା ହୋଇଯାଇଛି । 

ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର କହିଥିଲେ ଯେ, ସେ ହେଉଛନ୍ତି ଜଣେ "ସେବକ" ଓ ତାଙ୍କ ସରକାର ମହାରାଷ୍ଟ୍ରର ସଂପୂର୍ଣ୍ଣ ବିକାଶ ତଥା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ସିନ୍ଦେ କହିଛନ୍ତି ଯେ ବର୍ତ୍ତମାନ ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନିଆଯାଉଛି, ଯାହା ଅଢ଼େଇ ବର୍ଷ ପୂର୍ବେ ନିଆଯାଇଥାନ୍ତା, କିନ୍ତୁ ତାହା ହୋଇ ନଥିଲା । ୫୦ ଜଣ ବିଧାୟକଙ୍କୁ (ଯେଉଁମାନେ ତାଙ୍କ ସମର୍ଥନରେ ବିଦ୍ରୋହ କରିଥିଲେ) ଏକଜୁଟ ହେବାକୁ ପଡିବ ।

ଏହା ବି ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଜାଣନ୍ତୁ ଟଙ୍କା ଫେରିପାଇବାର ପୁରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡ଼ିଆ..

ଏହା ବି ପଢ଼ନ୍ତୁ:-ଦିଲ୍ଲୀର ୩୦ଟି ସ୍ଥାନରେ ଲଗାଯାଇଛି 'ବିସ୍ଫୋରକ ସାମଗ୍ରୀ', ମାତ୍ର ୧୨ଟି ଖୋଜି ପାଇଲା ପୋଲିସ

ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ନିକଟରେ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଆଗାମୀ ନିର୍ବାଚନରେ ​​ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ଲଢ଼େଇ କରୁ । ଏହି ବିଷୟରେ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ପାୱାର ଜଣେ ବଡ ନେତା । ମୋ ପକ୍ଷରେ ୫୦ ଜଣ ବିଧାୟକ ଅଛନ୍ତି, ଯେଉଁମାନେ ବର୍ତ୍ତମାନ (ବିଜେପି ସହ) ମେଣ୍ଟରେ ଅଛନ୍ତି । ଆମେ ସମସ୍ତେ ରାଜ୍ୟର ବିକାଶ ଲକ୍ଷ୍ୟ ଆଡକୁ ଗତି କରୁଛୁ ଓ ଆମେ ରାଜନୀତିରେ ପଡ଼ିବାକୁ ଚାହୁଁନାହୁଁ ।