Manipur Assembly Floor Test: ସୋମବାର କ୍ଷମତାସୀନ ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା

Manipur Assembly Floor Test: ସୋମବାର ହେବାକୁ ଯାଉଛି ମଣିପୁରରେ କ୍ଷମତାସୀନ ଥିବା ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା । 

Manipur Assembly Floor Test: ସୋମବାର କ୍ଷମତାସୀନ ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା

Manipur Assembly Floor Test: ସୋମାବାର(ଅଗଷ୍ଟ ୧୦, ୨୦୨୦) ଭାଗ୍ୟ କରିବାକୁ ଯାଉଛନ୍ତି ପୂର୍ବୋତ୍ତର ରାଜ୍ୟ (NorthEast State) ମଣିପୁର (Manipur)ରେ କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ( Chief Minister N.Biren Singh) ଙ୍କ ନେତୃତ୍ୱାଧିନ ବିଜେପି ସରକାର (BJP Govt)।  

ସରକାରକୁ ବଞ୍ଚାଇବା ଲାଗି ରାଜ୍ୟ ବିଧାନସଭା (State Assembly) ରେ ବହୁମତ ସାବ୍ୟସ୍ତ (Floor Tets) କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂହ(CM Biren Singh) । ଏଥିଲାଗି ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେସନ ଡକାଯାଇଛି । ଏହି ବହୁମତ ପରୀକ୍ଷା ଉପରେ ନିର୍ଭର କରୁଛି ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାରର ଭାଗ୍ୟ । 
      
ବହୁମତ ପରୀକ୍ଷାକୁ ନଜରରେ ରଖି ଉଭୟ ଶାସକ ବିଜେପି (Rulling BJP), ବିରୋଧି କଂଗ୍ରେସ (Opposition Congress) ଦଳୀୟ ବିଧାୟକ (Party MLA) ଙ୍କ ଉଦ୍ଦେଶ୍ୟରେ ହ୍ୱିପ (Whip) ଜାରି କରି ଦଳ ସପକ୍ଷରେ ଭୋଟ ଦେବା ଲାଗି ଜଣାଇଛନ୍ତି। 

ମୋଟ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ୩ ବିଧାୟକଙ୍କ ଇସ୍ତଫା ଏବଂ ଦଳ ବଦଳ ନିରୋଧ ଆଇନ (Anti Defection LAW) ଆଧାରରେ ୪ ସଦସ୍ୟ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ମୋଟ ବିଧାୟକଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । 
    
ଏହି ବହୁମତ ପରୀକ୍ଷା ଉପରେ ମତ ରଖି ମଣିପୁର ରାଜ୍ୟ ବିଜେପି ଶାଖା (Manipur BJP Unit) ଅଧ୍ୟକ୍ଷ ଏସ.ଟିକେନ୍ଦ୍ର ସିଂହ କହିଛନ୍ତି ପ୍ରାୟ ୩୦ ସଦସ୍ୟଙ୍କ ସମର୍ଥନ ବଳରେ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ।  ଆମ ନିକଟରେ ଏବେ ୨୯ ବିଧାୟକଙ୍କ ସମର୍ଥନ ରହିଛି । 

ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାର ବିରୁଦ୍ଧରେ ଅବିଶ୍ୱସନୀୟ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ବିଧାୟକ କୈସାମ ମେଘାଚନ୍ଦ୍ର ସିଂହ । ଗତ ଜୁନ ୧୭ ତାରିଖରେ ମଣିପୁରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ମେଣ୍ଟ ସରକାରରୁ ୬ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଏବଂ ୩ ସଦସ୍ୟ ଦଳରୁ ଇସ୍ତଫା ଦେବା ସହ କଂଗ୍ରେସରେ ଯୋଗଦାନ କରିଥିଲେ । ଏହା ପରେ ବିଜେପି ପକ୍ଷରୁ ଦଳର  ସରକାରକୁ ବଞ୍ଚାଇବା ଲାଗି ବହୁମତ ପରୀକ୍ଷା ଦେବାକୁ ଯାଉଛନ୍ତି ।       

ଅନ୍ୟପଟେ ନେସନାଲ ପିପୁଲ୍ସ ପାର୍ଟି- ଏନପିପି (National Peoples Party-NPP) ର ୪ ସଦସ୍ୟ  ଦଳୀୟ ସୁପ୍ରିମୋ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏବଂ ବିଜେପିର ଦଳୀୟ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ପୁନର୍ବାର ମେଣ୍ଟ ସରକାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।