Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ
Advertisement
Article Detail0/zeeodisha/odisha726819

Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ

Manipur Politics: କଂଗ୍ରେସ ପକ୍ଷରୁ ଆଗତ ଅବିଶ୍ୱସନୀୟ ପ୍ରସ୍ତାବରେ ଦଳକୁ ମିଳିଛି ଝଟକା । ଅନ୍ୟପଟେ ରାଜ୍ୟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି ବିଜେପି ।

Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ

ଇମ୍ଫାଲ: କଂଗ୍ରେସ ମୁକ୍ତ ଭାରତ (Congress Mukt Bharat) ନାରା ଦେଇ କେନ୍ଦ୍ରରେ କ୍ଷମତସୀନ ହୋଇଥିଲା ବିଜେପି । ଏହିକ୍ରମରେ ବିଗତ ୫ ବର୍ଷ ମଧ୍ୟରେ ପୂର୍ବୋତ୍ତର ଭାରତରେ (NorthEast India) ଅବସ୍ଥିତ ଥିବା ରାଜ୍ୟର ଶାସନ ଗାଦିରୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳକୁ ଦୂରରେ ରଖିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି (Bharatiya Janata Party) । ଏବେ ପୁନର୍ବାର କେନ୍ଦ୍ରରେ କ୍ଷମତାସୀନ ଥିବ ଶାସକ ଦଳକୁ ନିଜ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନରେ ସଫଳତା ମିଳିଛି ।

ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ମଣିପୁରରେ ଶାସନ ଗାଦିରେ ବସିଥିବା ଦଳୀୟ ସରକାରକୁ ବଞ୍ଚାଇବା ସହ କଂଗ୍ରେସ (Congress) କୁ ପୁନର୍ବାର ଝଟକା ଦେଇଛି ବିଜେପି (BJP) । ଏବେ ଗଣମାଧ୍ୟମର ନଜର ରାଜସ୍ଥାନରେ ସରକାର ଗଠନ କରିଥିବା କଂଗ୍ରେସର ଦଳୀୟ ମହଲରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପର ରହିଛି । ଅନ୍ୟପଟେ ମଣିପୁରରେ କ୍ଷମତାସୀନ ଏନ.ବୀରେନ ସିଂହଙ୍କ ନେତୃତ୍ୱାଧିନ ବିଜେପି ସରକାର ପୁନର୍ବାର ରାଜ୍ୟ ବିଧାନସଭାରେ ପୁନର୍ବାର ବହୁମତ ସାବ୍ୟସ୍ତ କରିବରେ ସଫଳ ହୋଇଛି ।

ମଣିପୁରରେ ବିରୋଧି ଆସନରେ ବସିଥିବା କଂଗ୍ରେସ ପକ୍ଷରୁ ଆଗତ ହୋଇଥିବା ଆସ୍ଥା ଭୋଟରେ ଦଳକୁ ଲାଗିଛି ଶକ୍ତ ଝଟକା । କଂଗ୍ରେସର ୮ ଦଳୀୟ ବିଧାୟକ ଦଳ ପକ୍ଷରୁ ଜାରି ହୋଇଥିବା ହ୍ୱିପକୁ ଅବମାନନା କରିବା ସହ ଅସ୍ଥାଭୋଟରେ ଅଂଶଗ୍ରହଣ କରିନଥିଲେ । ଯାହାର ଫଳସ୍ୱରୂପ ବିଜେପି ସରକାର ସପକ୍ଷରେ ୨୮ଟି , ବିପକ୍ଷରେ ୧୬ଟି ଭୋଟ ପଡିଛି ।

ଆସ୍ଥା ଭୋଟ ଲାଗି ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦଳୀୟ ହ୍ୱିପ ଜାରି କରାଯିବା ସହ, ଦଳ ସପକ୍ଷରେ ମତଦାନ କରିବାକୁ କୁହାଯାଇଥିଲା । ହେଲେ ଏହାକୁ ଅବମାନନା କରିଥିଲେ କଂଗ୍ରେସ ବିଧାୟକ । ଯାହା ଫଳରେ ବିଜେପି ସରକାର ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲେ ।
 
ମୋଟ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଅଛନ୍ତି ୫୩ ବିଧାୟକ 

ମଣିପୁର ବିଧାନସଭାରେ ବିରୋଧି ଆସନରେ ବସିଥିବା କଂଗ୍ରେସ ପକ୍ଷରୁ ଦଳୀୟ ବିଧାୟକ ମେଘଚନ୍ଦ୍ର ସିଂହ ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାରଙ୍କ ବିରୁଦ୍ଧରେ ଅବିଶ୍ୱସନୀୟ ପ୍ରସ୍ତାବ ଆଣିଥିଲା ।
ମୋଟ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ଏବେ ମୋଟ ୫୩ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ସଦସ୍ୟ ଇସ୍ତଫା ଦେଇଥିବା ବେଳେ, ଅନ୍ୟ ୪ ବିଧାୟକଙ୍କୁ ଦଳ ବଦଳ ନିରୋଧ ଅନୁସାରେ ଅଯୋଗ୍ୟ ଘୋଷଣା କରାଯାଇଛି ।