ମେ ୧୨ ସୁଦ୍ଧା ଆଣିବାକୁ ହେବ ଭାରତର ସବୁଠୁ ବଡ଼ IPO, ନଚେତ ମୋଦି ସରକାରଙ୍କୁ...
Advertisement

ମେ ୧୨ ସୁଦ୍ଧା ଆଣିବାକୁ ହେବ ଭାରତର ସବୁଠୁ ବଡ଼ IPO, ନଚେତ ମୋଦି ସରକାରଙ୍କୁ...

ନୂଆ ଦସ୍ତାବିଜ ଦାଖଲ ନ କରି ୧୨ ମେ ଯାଏ LICର IPO ଅଣାଯାଇପାରେ। ସରକାର ପୂର୍ବରୁ LICର ପ୍ରାୟ ୩୧.୬ କୋଟି ସେୟାର ବା ୫% ଅଂଶଧନ ବିକ୍ରି ପାଇଁ ମାର୍ଚ୍ଚରେ IPO ଆଣିବାର ଯୋଜନା କରିଥିଲେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିପାରେ LICର IPO। କେନ୍ଦ୍ର ସରକାରଙ୍କ ପାଖରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)ରେ ଦାଖଲ ଦସ୍ତାବିଜ ଆଧାରରେ ଜୀବନ ବୀମା ନିଗମ (LIC)ର IPO ଆଣିବା ପାଇଁ ମେ ୧୨ ଯାଏ ସମୟ ଅଛି। ଅର୍ଥାତ ଯଦି ସରକାର ୧୨ ମେ ସୁଦ୍ଧା IPO ନ ଆଣିପାରନ୍ତି, ତେବେ ଡିସେମ୍ବର ତୈମାସିକ ଫଳାଫଳ ଅବଗତ କରାଇ SEBI ପାଖରେ ନୂଆ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। 

ନୂଆ ଦସ୍ତାବିଜ ଦାଖଲ ନ କରି ୧୨ ମେ ଯାଏ LICର IPO ଅଣାଯାଇପାରେ। ସରକାର ପୂର୍ବରୁ LICର ପ୍ରାୟ ୩୧.୬ କୋଟି ସେୟାର ବା ୫% ଅଂଶଧନ ବିକ୍ରି ପାଇଁ ମାର୍ଚ୍ଚରେ IPO ଆଣିବାର ଯୋଜନା କରିଥିଲେ। ଏହି IPOରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାର ଆଶା ଥିଲା। ହେଲେ ଋଷ-ୟୁକ୍ରେନ ସଙ୍କଟ ପରେ ସେୟାର ବଜାରରେ ଭାରି ହଟଚଟମକୁ ଦେଖି IPOର ଏହି ଯୋଜନା ବାହାରିଯାଇଥିଲା। ଏହା ପରେ ଏହାକୁ ଟାଳିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଖୁବଶୀଘ୍ର ଦାଖଲ ହେବ ପ୍ରାଇସ୍ ବ୍ରାଣ୍ଡ ସହ RHP

ଜଣେ ଅଧିକାରୀ କହିଛନ୍ତି ଯେ, SEBI ପାଖରେ ଦାଖଲ ଦସ୍ତାବିଜ ଆଧାରରେ IPO ଆଣିବା ପାଇଁ ଆମ ପାଖରେ ମେ ୧୨ ଯାଏ ସମୟ ଅଛି। ଆମେ ସମସ୍ତ ସ୍ଥିତି ଉପରେ ନଜର ରଖିଛୁ ଏବଂ ଶୀଘ୍ର ପ୍ରାଇସ୍ ବ୍ରାଣ୍ଡ ସହ RHP ଦାଖଲ କରିବୁ।

Also Read: ବାଟବଣା ରେଳ! ମଳିମୁଣ୍ଡିଆଙ୍କୁ ସରକାର ଦେବେ ଉଡ଼ାଜାହାଜ

୧୨ ମେ ସୁଦ୍ଧା IPO ନଆଣିଲେ, ପୁଣି ଦାଖଲ ହେବ ଦସ୍ତାବିଜ

ଯଦି ସରକାର ମେ ୧୨ ଯାଏ IPO ନଆଣିପାରନ୍ତି, ତେବେ ଡିସେମ୍ବରର ତ୍ରୈମାସିକ ଫଳକୁ ଅବଗତ କରିବା ସହ SEBI ନିକଟରେ ନୂଆ ଦସ୍ତାବିଝ ଦାଖଲ କରିବାକୁ ପଡ଼ିବ। ଅଧିକାରୀ ଆଗକୁ କହିଛନ୍ତି ଯେ, ଗତ ୧୫ ଦିନରେ ବଜାରରେ ସ୍ଥିତି ଭଲ ରହିଛି, ହେଲେ ବଜାର ସ୍ଥିର ହେବା ଯାଏ ଅପେକ୍ଷା କରାଯିବ। ଯାଦ୍ୱାରା ରିଟେଲ୍ ଇନଭେଷ୍ଟର୍ସଙ୍କୁ ଶେୟାରରେ ନିବେଶ କରିବାକୁ ଭରସା ମିଳିବ।

ସବୁଠାରୁ ବଡ଼ IPO ହେବ

LIC ପକ୍ଷରୁ IPO ଭାରତୀୟ ବଜାରରେ ଏବେକାର ସବୁଠାରୁ ବଡ଼ IPO ହେବ। ଲିଷ୍ଟ୍ ହେବା ପରେ LIC ମାର୍କେଟ ଭେଲ୍ୟୁଏସନ୍ RIL ଏବଂ TCS ଭଳି ବଡ଼ କମ୍ପାନୀ ସହ ସମାନତର ହେବ। ଏହା ପୂର୍ବରୁ Paytmର IPO ସବୁଠାରୁ ବଡ଼଼ ଥିଲା ଏବଂ କମ୍ପାନୀ ଗତ ବର୍ଷ IPOରୁ ୧୮ ହଜାର ୩୦୦ କୋଟି ଟଙ୍କା ଯୋଗାଡ଼ କରିଥିଲା।

LICରେ ୨୦% FDIକୁ ମଞ୍ଜୁରୀ

କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ଏହି IPOରେ ବିଦେଶୀ ନିବେଶକଙ୍କୁ ସାମିଲ କରିବା ପାଇଁ FDI ପଲିସିରେ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ଅନୁସାରେ LICର IPOରେ ୨୦% ଯାଏ ଅଟୋମେଟିକ ରୁଟରୁ ବିଦେଶୀ ନିବେଶକୁ ମଞ୍ଜୁରୀ ଦିଆଯାଇଛି।

Also Read: ସାବଧାନ! ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଟପିବ ୪୦ଡିଗ୍ରୀ ପାରା

ପଲିସି ହୋଲଡର୍ସଙ୍କ ପାଇଁ ୧୦% ସେୟାର ସଂରକ୍ଷିତ

DRHP ଅନୁସାରେ, ସଂରକ୍ଷଣ ଅଂଶ ଅନୁସାରେ LICର ପଲିସି ହୋଲଡର୍ସଙ୍କ ପାଇଁ ୧୦% ସେୟାର ସଂରକ୍ଷିତ ରହିବ। ହୋଇପାରେ କି ଶେୟାର ମୂଲ୍ୟରେ ୫% ରିହାତି ମିଳିପାରେ।

୧୩ ଫେବ୍ରୁଆରୀକୁ ଜମା କରିଥିଲା IPOର ଚୁକ୍ତିନାମା

ଦେଶର ସବୁଠାରୁ ବଡ଼ ସରକାରୀ ବୀମା କମ୍ପାନୀ, ୧୩ ଫେବ୍ରୁଆରୀ ୨୦୨୨କୁ ମାର୍କେଟ ରେଗୁଲେଟର ସେବି ନିକଟରେ IPOର ଚୁକ୍ତିନାମା (DHRP) ଜମା କରିଥିଲା। ଏହା ଅନୁସାରେ ପ୍ରାୟ ୩୧.୬ କୋଟି ବା ୫% ଶେୟାର କମ୍ପାନୀ ବିକିବ। DHRP ଅନୁସାରେ LIC ପଲିସିହୋଲଡର୍ସଙ୍କ ପାଇଁ IPOରେ 10% ଶେୟାର ସଂରକ୍ଷିତ ରହିବ । ହୋଇପାରେ କି ଏହାର ଶେୟାର ମୂଲ୍ୟ ୫% ରିହାତିରେ ମିଳିପାରେ । ସଂରକ୍ଷଣର ଫାଇଦା ନେବା ପାଇଁ ପଲିସିହୋଲଡର୍ସଙ୍କ ପ୍ୟାନ୍ କାର୍ଡ ଅପଡେଟ୍ ହେବା ଜରୁରୀ।