ଆଧାର ସହ ଲିଙ୍କ୍ ହେବ ଏହି ସବୁ ପ୍ରମାଣ ପତ୍ର, ଫାଇଦା ପାଇବେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ
Advertisement

ଆଧାର ସହ ଲିଙ୍କ୍ ହେବ ଏହି ସବୁ ପ୍ରମାଣ ପତ୍ର, ଫାଇଦା ପାଇବେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଯୋଜନାରେ ଆଧାର କାର୍ଡ ଲିଙ୍କକୁ ସରକାର ଅନିବାର୍ଯ୍ୟ କରିଛନ୍ତି। ଏପରି କି ସିମ୍ କାର୍ଡ ଆଣିବାକୁ ହେଲେ ମଧ୍ୟ ଆଧାର ନମ୍ବର ଦରକାର ପଡୁଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଆଧାର କାର୍ଡ ଏକ ସବୁଠାରୁ ଅଧିକ ଜରୁରୀ ପରିଚୟ ପତ୍ର ପାଲଟିଛି। ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଯୋଜନାରେ ଆଧାର କାର୍ଡ ଲିଙ୍କକୁ ସରକାର ଅନିବାର୍ଯ୍ୟ କରିଛନ୍ତି। ଏପରି କି ସିମ୍ କାର୍ଡ ଆଣିବାକୁ ହେଲେ ମଧ୍ୟ ଆଧାର ନମ୍ବର ଦରକାର ପଡୁଛି। ଏଭଳି ସ୍ଥିତିରେ ଆଉ କିଛି ପ୍ରମାଣ ପତ୍ର ସହିତ ଆଧାର ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୬୦ ଲକ୍ଷରୁ ଅଧିକ ଉପଭୋରକ୍ତା ଉପକୃତ ହେବ ବୋଲି ଦାବି କରାଯାଉଛି।

ବର୍ତ୍ତମାନ ଜାତି ପ୍ରମାଣ ପତ୍ର (Caste Certificate)  ଆଉ ଆୟ ପ୍ରମାଣ ପତ୍ର ( Income Certificate) କୁ ଆଧାର (Aadhaar )ସହ ଯୋଡିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ଦ୍ୱାରା ସାମାଜିକ ଆଉ ଆର୍ଥିକ ଭାବେ ପଛୁଆ ବର୍ଗର ୬୦ ଲକ୍ଷରୁ ଅଧିକଙ୍କୁ ଛାତ୍ରବୃତ୍ତି (Scholarship) ମିଳିବ । ଜାତି ଆଉ ଆୟ ପ୍ରମାଣ ପତ୍ର ଆଧାର ସହ ଲିଙ୍କ୍ ହେବା ପରେ ଅଟୋମେଟିକ୍ ଭେରିଫିକେସନ ସିଷ୍ଟମ (Automatic Verification System) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବାରେ ସହାୟକ ହେବ ।

Also Read: RBI ଏହି ବ୍ୟାଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ, ୫୦୦୦ ରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ଗ୍ରାହକ

ସରକାରଙ୍କ ଅଟୋମେଟିକ ଭେରିଫିକେସନ ସିଷ୍ଟମ ଜରିଆରେ ସ୍କଲାରସିପ୍ ପ୍ରଦାନ କାମ ପ୍ରଥମେ ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କରାଯିବ। ଏହି ସବୁ ରାଜ୍ୟରେ ଜାତି ଆଉ ଆୟ ପ୍ରମାଣପତ୍ରକୁ ଆଧାର ସହ ଲିଙ୍କ କାର୍ଯ୍ୟ ଶେଷ ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ଛାତ୍ରଙ୍କୁ ଠିକ୍ ସମୟରେ ସ୍କଲାରସିପ୍ ମିଳିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଚିବଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରେ ମିଳୁଥିବା ସ୍କଲାରସିପ୍ ବ୍ୟବସ୍ଥାକୁ ପୁରାପୁରି ଭାବେ ଡିଜିଟାଲ କରାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ତେବେ ସାମାଜିକ ନ୍ୟାୟ ମନ୍ତ୍ରାଳୟ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଅନେକ ରାଜନୈତିକ କ୍ଷେତ୍ରରେ ବି ଲାଭଦାୟକ। ମାଟ୍ରିକ ପରୀକ୍ଷା ପୂର୍ବରୁ କିମ୍ବା ପରେ ଛାତ୍ରବୃତ୍ତି ମିଳେ ବୋଲି ବର୍ତ୍ତମାନ ସମୟରେ ଅନେକ ଲୋକ ଜାଣିନାହାନ୍ତି। ତେବେ ଜାତି ଏବଂ ଆୟ ପ୍ରମାଣ ପତ୍ର, ଆଧାର ସହ ଲିଙ୍କ ପରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଛାତ୍ରବୃତ୍ତି ପହଞ୍ଚିବ।